ETV Bharat / state

ସମିତି ସଭ୍ୟଙ୍କ ମହାନତା, ଋଣ କରି ଗରିବଙ୍କୁ କଲେ ସହାୟତା - ଜଗତସିଂହପୁର ଖବର

ଗରିବଙ୍କୁ ସମିତି ସଭ୍ୟଙ୍କ ସହାୟତା । ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଜିରାଇଲୋ ପଞ୍ଚାୟତ ଅଫିସରେ ଋଣ କରି ଗରିବଙ୍କ ପାଇଁ ସହୟତାର ହାତ ବଢାଇଛନ୍ତି ରଘୁନାଥ ସ୍ବାଇଁ । ଅଧିକ ପଢନ୍ତୁ

samiti member helping poor taking loan
ସମିତି ସଭ୍ୟଙ୍କ ମହାନତା, ଋଣ କରି ଗରିବଙ୍କୁ କଲେ ସହାୟତା
author img

By

Published : Jan 31, 2023, 2:18 PM IST

ସମିତି ସଭ୍ୟଙ୍କ ମହାନତା

ଜଗତସିଂହପୁର: ଆଜି ବି ବଞ୍ଚିଛି ମାନବିକତା । ଗରିବଙ୍କ ଲୁହ ଦେଖିଲେ ଲୋକଙ୍କ ଅନ୍ତର କାନ୍ଦେ । ସେମିତି ଜଣେ ବ୍ୟକ୍ତି ହେଉଛନ୍ତି ଜଗତସିଂହପୁର ଜିଲ୍ଲାର ଜଣେ ସମତି ସଭ୍ୟ । ମହାନତା ଦେଖାଇଲେ ସମିତି ସଭ୍ୟ । ସରକାରୀ ଅର୍ଥ ନୁହେଁ ନିଜେ ଋଣ କରି ସେହି ଅର୍ଥକୁ ପଞ୍ଚାୟତରେ ବସବାସ କରୁଥିବା ଗରିବ ଲୋକଙ୍କୁ ଚିହ୍ନଟ କରି ସେମାନଙ୍କୁ ସହାୟତା କରିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଲୋକ ତାଙ୍କୁ ପ୍ରଶଂସା କରିଛନ୍ତି ।

ଜଗତସିଂହପୁର ଏରସମା ବ୍ଲକ ଅନ୍ତର୍ଗତ ଜିରାଇଲୋ ପଞ୍ଚାୟତର ଯୁବସମିତି ସଭ୍ୟ ରଘୁନାଥ ସ୍ୱାଇଁ । ପଞ୍ଚାୟତରେ ନିଜେ ସ୍ୱତନ୍ତ୍ର ଯୋଜନା ଘୋଷଣା କରି ଏବେ ଚର୍ଚ୍ଚାକୁ ଆସିଛନ୍ତି । ଯୁବ ନେତା ଜଣଙ୍କ ନିଜ ପଞ୍ଚାୟତରେ ନିଜସ୍ୱ ପାଣ୍ଠିରୁ ମାତୃତ୍ୱ ଯୋଜନା, ମେଧା ବୃତ୍ତି ଯୋଜନା, ସାହାନାଇ ଯୋଜନା, ଅଖିମୁଠି ଯୋଜନା ଓ ଦଶାହ କର୍ମ ଯୋଜନା କରି ଲୋକଙ୍କୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଲୋକ ତାଙ୍କୁ ପ୍ରଶଂସା କରିଛନ୍ତି ।

ଏହା ବି ପଢନ୍ତୁ...ଗୁଜରାଟ ପ୍ରଶ୍ନପତ୍ର ଲିକ ଘଟଣା, ମାଲକାନଗିରି ଶିକ୍ଷକ ଗିରଫ

ଯୁବ ସମିତି ସଭ୍ୟ ରଘୁନାଥ ସ୍ୱାଇଁ ନିଜ ପଞ୍ଚାୟତରେ ପ୍ରସୂତିମାନଙ୍କ ପାଇଁ ମାତୃତ୍ୱ ଯୋଜନାରେ 2 ହଜାର ଟଙ୍କା ଦେଉଥିବା ବେଳେ ଅର୍ଥ ଅଭାବରେ କଲେଜରେ ନାମ ଲେଖାଇ ପାରୁନଥିବା ମେଧାବୀ ଛାତ୍ରଛାତ୍ରୀମାନେ କିପରି ନାମ ଲେଖାଇବା ସେଥିପାଇଁ 4 ହଜାର ଟଙ୍କା ଦେଉଥିବା ଦେଖିବାକୁ ମିଳିଛି । ସେହିପରି ଆର୍ଥିକ ସ୍ଵଚ୍ଛଳ ନଥିବା ବ୍ୟକ୍ତିଙ୍କ ଝିଅ ବିବାହ ପାଇଁ ସାହାନାଇ ଯୋଜନା କରି ସେମାନଙ୍କୁ ଅର୍ଥ ପ୍ରଦାନ କରିଛନ୍ତି । ଗରିବ ଭାଗ ଚାଷୀଙ୍କୁ ଚାଷ ପାଇଁ ସହାୟତା ଯୋଗାଇ ଦେଇଛନ୍ତି ।

ଏହା ବି ପଢନ୍ତୁ...ସୂଚନାଧିକାର କର୍ମୀ ରଞ୍ଜନ ଦାସ ହତ୍ୟା ମାମଲା, ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ସେହିଭଳି ଅସହାୟ ଲୋକଙ୍କ ଦଶାହ କର୍ମ କରିବା ପାଇଁ ଯୁବ ନେତା ଜଣଙ୍କ ଆର୍ଥିକ ସହାୟତା ଯୋଗାଉଥିବା ଦେଖିବାକୁ ମିଳିଛି । ଏରସମା ବ୍ଲକର ଜିରାଇଲୋ ପଞ୍ଚାୟତ ଅଫିସ ପ୍ରାଙ୍ଗଣରେ ଏକ କାର୍ଯ୍ୟକ୍ରମ କରି ଏହି ସହାୟତା ପ୍ରଦାନ କରିଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟକୁ ଦେଖି ଲୋକେ ଯୁବନେତା ରଘୁନାଥଙ୍କୁ ପ୍ରସଂଶା କରିଛନ୍ତି । ଆଗାମୀ 5 ବର୍ଷ ଯାଏ ସହାୟତା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି ରଘୁନାଥ ସ୍ବାଇଁ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.