ETV Bharat / state

କୋଭିଡ କଟକଣା ମାନି ସାବିତ୍ରୀ ବ୍ରତ ପାଳିଲେ ବ୍ରତଧାରୀ - ଜଗସିଂହପୁର ସାବିତ୍ରୀ ବ୍ରତ

ଜଗତସିଂହପୁର ଜିଲ୍ଲାରେ କୋଭିଡ ନିୟମକୁ ମାନି ଗୁରୁବାର ପବିତ୍ର ସାବିତ୍ରୀ ବ୍ରତ ବିଭିନ୍ନ ସ୍ଥାନରେ ପାଳିତ ହୋଇଛି। ଅଧିକ ପଢନ୍ତୁ...

କୋଭିଡ କଟକଣା ମାନି ସାବିତ୍ରୀ ବ୍ରତ ପାଳିଲେ ବ୍ରତଧାରୀ

author img

By

Published : Jun 10, 2021, 5:50 PM IST

ଜଗତସିଂହପୁର: ଜିଲ୍ଲାରେ କୋଭିଡ ନିୟମକୁ ମାନି ଗୁରୁବାର ପବିତ୍ର ସାବିତ୍ରୀ ବ୍ରତ ବିଭିନ୍ନ ସ୍ଥାନରେ ପାଳିତ ହୋଇଛି। ଗୃହିଣୀମନେ ସକାଳୁ ସ୍ନାନ ଦି କର୍ମ ସମାପନ କରି ବିଭିନ୍ନ ଫଳ ମୂଳ ସାଙ୍ଗକୁ ନୂତନ ବସ୍ତ୍ର, ନାଲି ସଙ୍ଖା, ସିନ୍ଦୁର ସହ ନିଜ ଘରେ ଓ ଗ୍ରାମ ଦେବତୀଙ୍କ ମନ୍ଦିରରେ ଉପବାସ ରହି ପୂଜାର୍ଚ୍ଚନା କରିଥିଲେ।

ଜିଲ୍ଲାର ବିଭିନ୍ନ ମନ୍ଦିରରେ 144 ଧାରା ଲାଗୁ କରାଯାଇ ଥିବାରୁ ଅତି ନିରାଡ଼ମ୍ବର ଭାବେ ପୂଜାର୍ଚ୍ଚନା କରାଯାଇଛି। ବିଭିନ୍ନ ଗ୍ରାମରେ ଗ୍ରାମ ଦେବତୀ ଓ ତୁଳସୀ ଚଉରା ମୂଳରେ କେତେକ ପୂଜାର୍ଚ୍ଚନା କରିଥିଲେ। ସାବିତ୍ରୀ ବ୍ରତ ଓଡ଼ିଶାର ଏକ ପ୍ରାଚୀନ ପରମ୍ପରା।

ସ୍ବାମୀ, ସନ୍ତାନ ଓ ପରିବାରର ମଙ୍ଗଳ କାମନା କରି ପତିବ୍ରତା ନାରୀ ଏହି ପୂଜା ବିଧାନ କରିଥାନ୍ତି। ଏହି ପୂଜା ଦେବୀ ମନ୍ଦିରରେ କରାଯାଉଥିବା ବେଳେ ବିବାହିତା ନାରୀ ଏହି ବ୍ରତ କରିବାର ପରମ୍ପରା ରହିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.