ETV Bharat / state

ପାରାଦୀପରେ ନଦୀ ଉତ୍ସବ ଉଦ୍‌ଯାପିତ: କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ଅତିଥିଗଣ - paradip river festival news

ମହାନଦୀ ସୁରକ୍ଷା ପାଇଁ ଆରମ୍ଭ ହୋଇଥିବା ୧୦ ଦିନିଆ ସଚେତନତା କାର୍ଯ୍ୟକ୍ରମ ନଦୀ ଉତ୍ସବ ଶନିବାର ଉଦଯାପିତ । ଅଧିକ ପଢନ୍ତୁ

river festival closing ceremony at paradip
ପାରାଦୀପରେ ନଦୀ ମହୋତ୍ସବ ଉଦ୍‌ଯାପିତ
author img

By

Published : Dec 25, 2021, 10:15 PM IST

ପାରାଦ୍ଵୀପ: ମହାନଦୀ ସୁରକ୍ଷା ପାଇଁ ଆରମ୍ଭ ହୋଇଥିବା ୧୦ ଦିନିଆ ସଚେତନତା କାର୍ଯ୍ୟକ୍ରମ ନଦୀ ଉତ୍ସବ ଶନିବାର ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଉତ୍ସବରେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟଓ୍ବାରୀ, ପାରାଦୀପ ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧୀର ଓ ମ୍ୟୁନିସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ସୋଉରେନ୍ଦ୍ର ରାଉତରାୟ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।

ପାରାଦୀପରେ ନଦୀ ଉତ୍ସବ ଉଦ୍‌ଯାପିତ

ଏହାମଧ୍ୟ ପଢନ୍ତୁ: ଜଗତସିଂହପୁରରେ ଲାଗିଲା ନୂଆବର୍ଷ କଟକଣା: ଡିସେମ୍ବର ୩୧ରୁ ଜାନୁୟାରୀ ୨ ପର୍ଯ୍ୟନ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ

ଡିସେମ୍ବର ୧୫ ତାରିଖରୁ ଆରମ୍ଭ ହୋଇଥିବା ଏହି ନଦୀ ଉତ୍ସବ ଅବସରରେ ୧୦ ଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ବକ୍ତୃତା, ଚିତ୍ରାଙ୍କନ, ଝୋଟି ଓ ମୁରୁଜ ପ୍ରତିଯୋଗିତା, ନଦୀ ଓ ସମୁଦ୍ର କୂଳର ସଫେଇ ପ୍ରଭୃତି ଅନୁଷ୍ଠିତ ହୋଇଥିଲା ।

ଉଦଯାପନୀ ଉତ୍ସବରେ ବିଭିନ୍ନ ବିଗରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହିତ ଏକ ଦସ୍ତଖତ ଅଭିଯାନ ମଧ୍ୟ କରାଯାଇଥିଲା । ପରେ ପାଲା, ଘୋଡ଼ା ନାଚ ମାଧ୍ୟମରେ ନଦୀ ସୁରକ୍ଷାର ବାର୍ତ୍ତା ପ୍ରଚାର କରାଯାଇଥିଲା ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.