ଜଗତସିଂହପୁର: ପାରାଦ୍ବୀପରେ ଦେଖାଦେବାକୁ ଯାଉଛି ଉତ୍କଟ ଜଳସଙ୍କଟ । ଏନେଇ ପାରାଦ୍ବୀପ ସହରବାସୀଙ୍କୁ ସତର୍କ କରାଇଛି ଜନ ସ୍ବାସ୍ଥ୍ୟ ବିଭାଗ(ଯାନ୍ତ୍ରିକ) । ବିଭାଗର ସୂଚନା ଅନୁସାରେ ପାରାଦ୍ବୀପର ନେହୁର ବଙ୍ଗଳା, ଅଠର ବାଙ୍କୀ ରେଳବାଇ କଲୋନୀ, ଡକ ଅଞ୍ଚଳ, ବୃନ୍ଦାବନ କଲୋନୀ, ଜଗନ୍ନାଥ କଲୋନୀ, ମଧୁବନ କଲୋନୀ, ନୂଆ ବଜାର ଓ ଷଣ୍ଢକୁଦର ସି, ଆଇଏସଏଫ କଲୋନୀ ଗୁଡିକର ଆଗାମୀ ଦିନରେ ଜଳ ସଙ୍କଟ ଦେଖାଦେବ ।
ରାଜ୍ୟ ସରକାରଙ୍କ ଜଳ ସେଚନ ବିଭାଗ ପକ୍ଷରୁ ପାରାଦ୍ବୀପକୁ ଜଳ ଯୋଗାଉଥିବା ତାଳଦଣ୍ଡା କେନାଲ ମରାମତିକୁ ଆସନ୍ତା ଜୁନ 15 ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯିବ । ନଚେତ ଗ୍ରୀଷ୍ମ ଦିନରେ ଜଳ ସମସ୍ୟା ଦ୍ବିଗୁଣିତ ହୋଇପାରେ । ଜଳ ସଙ୍କଟକୁ ରୋକଯିବାକୁ ଟ୍ୟାଙ୍କର ମାଧ୍ୟମରେ ଜଳ ଯୋଗାଇ ଦିଆଯିବାକୁ ଜନ ସ୍ଵାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀ ବିନାୟକ ପ୍ରଧାନ କହିଛନ୍ତି।
ପାରାଦ୍ବୀପ ଭଳି ଏକ ସହରରେ ଖରାଦିନେ ଯଦି ଦୀର୍ଘ 6 ମାସ ଧରି ଜଳ ସମସ୍ୟା ଲାଗି ରହେ, ତେବେ ଲୋକେ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ସରକାର ଓ ବିଭାଗ ,ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିବା ଜରୁରୀ ହୋଇ ପଡିଛି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ