ETV Bharat / state

ପଲିଟେକ୍ନିକ୍ କଲେଜରେ ରାଗିଂ ! ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ 2 ଛାତ୍ରୀ

author img

By

Published : Aug 17, 2023, 6:12 PM IST

Updated : Aug 17, 2023, 6:32 PM IST

ରାଗିଂର ଶିକାର ହେଉଥିବା ନେଇ ଅଭିଯୋଗ ଆଣିଛନ୍ତି ପଲିଟେକ୍ନିକ୍ କଲେଜର 2 ଛାତ୍ରୀ। ଏନେଇ ସେମାନେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ଅଧିକ ପଢନ୍ତୁ

ପଲିଟେକ୍ନିକ୍ କଲେଜରେ ରାଗିଂ ଅଭିଯୋଗ
ପଲିଟେକ୍ନିକ୍ କଲେଜରେ ରାଗିଂ ଅଭିଯୋଗ
ପଲିଟେକ୍ନିକ୍ କଲେଜରେ ରାଗିଂ ଅଭିଯୋଗ

ଜଗତସିଂହପୁର: ରାଗିଂର ଶିକାର ହେଉଥିବା ନେଇ ଅଭିଯୋଗ ଆଣିଲେ 2 ଛାତ୍ରୀ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ନାଉଗାଁ ବ୍ଲକ ଅନ୍ତର୍ଗତ ଜାମୁଗାଁଠାରେ । ସେଠାରେ ଥିବା ଏକ ପଲିଟେକ୍ନିକ୍ କଲେଜରେ ସିନିୟର ଛାତ୍ରୀମାନେ ହଷ୍ଟେଲରେ ରାଗିଂ କରୁଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ, ଗତ ବୁଧବାର ଦିନ ଛାତ୍ରୀମାନେ ନିଜ ରୁମରେ ଥିବାବେଳେ ହଠାତ ସିନିୟରମାନେ ଆସି ତାଙ୍କୁ ଧୂମ୍ରପାନ କରୁଥିବା କହି ଗାଳି ଗୁଲଜ କରିଥିଲେ । ହେଲେ ସେମାନେ ଧୂମ୍ରପାନ କରିନଥିବା ନେଇ ବହୁବାର କହିଥିଲେ ସୁଦ୍ଧା କେହି ଶୁଣି ନଥିଲେ । ପରବର୍ତ୍ତୀ ସମୟରେ ଏହି 2 ଛାତ୍ରୀଙ୍କୁ ସସପେଣ୍ଡ କରିଛନ୍ତି କଲେଜର ଅଧ୍ୟକ୍ଷା ।

ତେବେ ଘଟଣା ସମ୍ପର୍କରେ ଜଗତସିଂହପୁର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ରାଗିଂର ଶିକାର ହୋଇଥିବା 2 ଛାତ୍ରୀ । ସେମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରି କହିଛନ୍ତି, "ଗତ ବୁଧବାର ଦିନ ହଷ୍ଟେଲରେ କିଛି ସିନିୟର ଛାତ୍ରୀ ପହଞ୍ଚି ସିଗାରେଟର ବାସ୍ନା ଆସୁଥିବାରୁ ଧୂମ୍ରପାନ କରିବା କଥା କହିଥିଲେ । ଆଉ ଏନେଇ ସିନିୟରମାନେ ପ୍ରିନ୍ସପାଲଙ୍କ ନିକଟରେ ମିଥ୍ୟା ଅଭିଯୋଗ ମଧ୍ୟ କରିଥିଲେ । ଆଉ ଶେଷରେ ବିନା କୌଣସି ଦୋଷରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ନିଲମ୍ବନ କରାଯାଇଛି । ଏହା ପୂର୍ବରୁ ମଧ୍ୟ ଅନେକ ଥର ଗାଳିଗୁଲଜ ମଧ୍ୟ କରାଯାଇଛି ।"

ଏହା ବି ପଢନ୍ତୁ...ବିଜେବି କଲେଜରେ ରାଗିଂ ! କ୍ୟାମ୍ପସରେ ସିନିୟର ଛାତ୍ରଙ୍କ ଗୁଣ୍ଡାଗର୍ଦି

ଉପର ଶ୍ରେଣୀର ଛାତ୍ରୀମାନେ କଲେଜ ଅଧ୍ୟକ୍ଷାଙ୍କ ନିକଟକୁ ଯାଇ ମିଛ ଅଭିଯୋଗ କରିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆ ଯାଇଥିବାରୁ ସେମାନେ ଚିନ୍ତିତ ରହିଥିବା କହିଛନ୍ତି । କିଛି ନବୁଝି ସତ୍ୟାସତ୍ୟ ନପରଖି ତାଙ୍କୁ ହଷ୍ଟେଲରୁ ଏମିତି ବାହାର କରି ଦିଆଯାଇଥିବାରୁ ନ୍ୟାୟ ପାଇଁ ଜିଲ୍ଲାପାଲଙ୍କ ଦ୍ବାରସ୍ଥ ହୋଇଛନ୍ତି ଏହି ଦୁଇ ଛାତ୍ରୀ । ତେବେ କଲେଜରେ ଦୀର୍ଘ ଦିନ ହେଲା ସିନିୟରମାନେ ଜୁନିଅର ଛାତ୍ରୀମାନଙ୍କୁ ରାଗିଂ କରି ଆସୁଥିବାବେଳେ ଭୟରେ କେହି ମୁହଁ ଖୋଲୁ ନଥିବା କୁହାଯାଉଛି ।

ଦ୍ୱିତୀୟ ବର୍ଷର ଏହି ଦୁଇ ଜଣ ଛାତ୍ରୀ ରାଗିଂକୁ ପ୍ରତିବାଦ କରିବାରୁ ସିନିୟରମାନେ ସେମାନଙ୍କୁ ଆକ୍ରୋଶମୂଳକ ଭାବେ ବାରମ୍ବାର ହଇରାଣ କରି ଆସୁଥିବା ମଧ୍ୟ ଅଭିଯୋଗ ହୋଇଛି । ଏହାସହ ସମ୍ପୃକ୍ତ ଦୁଇ ଜଣ ଛାତ୍ରୀ ହଷ୍ଟେଲ୍‌ ରୁମ୍‌ ଭିତରେ ସିଗାରେଟ୍‌ ଟାଣୁଥିବା ନେଇ ଅଧ୍ୟକ୍ଷାଙ୍କ ନିକଟରେ ମିଥ୍ୟା ଅଭିଯୋଗ ହୋଇଥିଲା । ତେବେ ଅଧ୍ୟକ୍ଷା ଏହି ଦୁଇ ଛାତ୍ରୀଙ୍କୁ ହଷ୍ଟେଲରୁ ବାହାର କରି ଦେଇଥିବାର ଅଭିଯୋଗ କରିଛନ୍ତି । ଏ ବାବଦରେ ଅଧ୍ୟକ୍ଷାଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, ଜଗତସିଂହପୁର

Last Updated : Aug 17, 2023, 6:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.