ETV Bharat / state

ପାରାଦୀପରେ ପେଟ୍ରୋ କେମିକାଲ ପ୍ରକଳ୍ପ ପାଇଁ ଜନ ଶୁଣାଣି

ପାରାଦୀପରେ ପ୍ରତିଷ୍ଠା ହେବ ପେଟ୍ରୋ କେମିକାଲ ପ୍ରକଳ୍ପ। ଯାହାକୁ ନେଇ ଉଦ୍ୟମ ଆରମ୍ଭ ହୋଇଛି । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମିଳିତ ଭାବେ ଜନ ଶୁଣାଣି(public hearing) କରାଯାଇଛି । ଅଧିକ ପଢନ୍ତୁ

public hearing for petrochemicals project in paradip by District adminstration and state pollution control board
ପାରାଦୀପରେ ପେଟ୍ରୋ କେମିକାଲ ପ୍ରକଳ୍ପ ପାଇଁ ଜନ ଶୁଣାଣି
author img

By

Published : Dec 30, 2021, 10:54 PM IST

ପାରାଦୀପ: ପାରାଦୀପରେ ପ୍ରତିଷ୍ଠା ହେବ ପେଟ୍ରୋ କେମିକାଲ ପ୍ରକଳ୍ପ(petrochemicals project)। ଯାହାକୁ ନେଇ ଉଦ୍ୟମ ଆରମ୍ଭ ହୋଇଛି। ଜଗତସିଂହପୁର ଜିଲ୍ଲାର ପାରାଦୀପ ଓ ପଡୋଶୀ କେନ୍ଦ୍ରାପଡା ଜିଲ୍ଲାର ପ୍ରାୟ 284 ସ୍କୋୟାର କିଲୋମିଟର ପରିସୀମାରେ ଏହି ମେଗା ପ୍ରୋଜେକ୍ଟ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମିଳିତ ଭାବେ ଜନ ଶୁଣାଣି କରାଯାଇଛି।

ପାରାଦୀପରେ ପେଟ୍ରୋ କେମିକାଲ ପ୍ରକଳ୍ପ ପାଇଁ ଜନ ଶୁଣାଣି

ଏହାମଧ୍ୟ ପଢନ୍ତୁ: ପାରାଦୀପରେ ନଦୀ ଉତ୍ସବ ଉଦ୍‌ଯାପିତ: କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ଅତିଥିଗଣ

ପାରାଦୀପ ଠାରେ ପେଟ୍ରୋ କେମିକାଲ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାରେ ବିକାଶ ହୋଇ ପାରିବ ବୋଲି କୁହାଯାଇଛି। ତେବେ ଏହାକୁ ସ୍ଥାନୀୟ ପରିବେଶବିତ୍‌ ଦୃଢ ବିରୋଧ କରିଛନ୍ତି ।

ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ପାରାଦୀପର ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇବା ସହ ଭୂତଳ ଜଳ ଠାରୁ ଆରମ୍ଭ କରି ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ପ୍ରାୟ 85 ଟି ଗାଁ ପ୍ରଭାବିତ ହେବ। ତେଣୁ ଏହାକୁ ଦୃଷ୍ଟିରେ ରଖି ପ୍ରକଳ୍ପ କରିବା ଦରକାର ବୋଲି ପରିବେଶବିତ୍‌ କହିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.