ETV Bharat / state

କାଲିଠୁ ଜଗତସିଂହପୁରରେ ହେବ ଜନଶୁଣାଣି ଶିବିର - ଜଗତସିଂହପୁର ଖବର

ଆସନ୍ତା 10 ତାରିଖରୁ ଜଗତସିଂହପୁରରେ ଆରମ୍ଭ ହେବ ଜିଲ୍ଲାପାଳଙ୍କ ଜନଶୁଣାଣି କାର୍ଯ୍ୟକ୍ରମ (Public grievance)। ଚଳିତ ଅକ୍ଟୋବର ଠାରୁ ଆରମ୍ଭ ହେବାକୁ ଥିବା ଏହି ଜନଶୁଣାଣି କାର୍ଯ୍ୟକ୍ରମ ଡିସେମ୍ବର ମାସ ପର୍ଯ୍ୟନ୍ତ ଚାଲିବ । ଅଧିକ ପଢ଼ନ୍ତୁ

ଆସନ୍ତା 10ରୁ ଜଗତସିଂହପୁରରେ ହେବ ଜନଶୁଣାଣି ଶିବିର

author img

By

Published : Oct 9, 2022, 12:23 PM IST

ଜଗତସିଂହପୁର: ଆସନ୍ତା 10 ତାରିଖରୁ ଜଗତସିଂହପୁରରେ ଆରମ୍ଭ ହେବ ଜିଲ୍ଲାପାଳଙ୍କ ଜନଶୁଣାଣି କାର୍ଯ୍ୟକ୍ରମ (Public grievance)। ଚଳିତ ଅକ୍ଟୋବର ଠାରୁ ଆରମ୍ଭ ହେବାକୁ ଥିବା ଏହି ଜନଶୁଣାଣି କାର୍ଯ୍ୟକ୍ରମ ଡିସେମ୍ବର ମାସ ପର୍ଯ୍ୟନ୍ତ ଚାଲିବ । ବିଭିନ୍ନ ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ସିଧାସଳଖ ଯୋଗଦେଇ ଲୋକଙ୍କ ସମସ୍ୟା ବୁଝିବେ ।

ଏହାସହ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରିବେ । ଲୋକଙ୍କ ସମସ୍ୟାର ତ୍ୱରିତ ସମାଧାନ ପାଇଁ ଜିଲ୍ଲାପାଳ ନିଜେ ଉପସ୍ଥିତ ରହି ଲୋକଙ୍କ ସମସ୍ୟାର ସମାଧାନ କରିବେ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି ହୋଇଛି । ଏ ସମ୍ପର୍କରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି, ''କୋରୋନା ମହାମାରୀ ଫଳରେ ଲୋକଙ୍କ ସମସ୍ୟା ଭିତ୍ତିକ ଜନଶୁଣାଣି ହୋଇପାରୁନଥିଲା । ଫଳରେ ଲୋକେ ଉପଯୁକ୍ତ ସେବା ପାଇବାରୁ ବଞ୍ଚିତ ହେଉଥିଲେ ।

ତେଣୁ ଏବେ ଲୋକଙ୍କ ପାଖରେ ପ୍ରଶାସନ ପହଞ୍ଚିବ (Jagatsinghpur Collector Office)। ଚଳିତ ଅକ୍ଟୋବର ଠାରୁ ଡିସେମ୍ବର ପର୍ଯ୍ୟନ୍ତ ବିଭିନ୍ନ ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ସିଧାସଳଖ ଲୋକଙ୍କ ସମସ୍ୟା ବୁଝିବା ସହ ସମାଧାନ ପାଇଁ ପ୍ରୟାସ କରିବେ। ଜିଲ୍ଲାର ମୋଟ 8ଟି ବ୍ଲକରେ ଏହି କାର୍ଯ୍ୟକ୍ରମ ହେବ। ଦୀର୍ଘ ଦୁଇବର୍ଷ ପରେ ଲୋକଙ୍କ ପାଖକୁ ଫେରିବ ପୁଣିଥରେ ଜିଲ୍ଲା ପ୍ରଶାସନ ।

ପ୍ରଥମେ ଅକ୍ଟୋବର 10ତାରିଖରେ କୁଜଙ୍ଗ ବ୍ଲକରେ ଜନ ଶୁଣାଣି ହେବାର କାର୍ଯ୍ୟକ୍ରମ ରହିଛି (Public grievance)। ଏହାପରେ 17ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, 25ରେ ବିରିଡି ବ୍ଲକ, 31ରେ ନାଉଗାଁ ବ୍ଲକରେ କରାଯିବ। ସେହିପରି ନଭେମ୍ବର 7ରେ ବାଲିକୁଦା ବ୍ଲକ, 14ରେ ଏରସମା, 21ରେ ଜିଲ୍ଲା ମୁଖ୍ୟାଳୟ ଓ 28 ରଘୁନାଥପୁର ବ୍ଲକରେ ଜନ ଶୁଣାଣି କରାଯିବ । ଏହିଭଳି ଡିସେମ୍ବର ମାସ ଶେଷ ସୁଦ୍ଧା ବିଭିନ୍ନ ସ୍ଥାନରେ ଜନଶୁଣାଣି କରାଯିବାର ବ୍ୟବସ୍ଥା କରାଯାଇଛି ।

ସରକାର ଲୋକଙ୍କ ପାଇଁ ବହୁ ଜନହିତକର ଯୋଜନା କରିଛନ୍ତି । ପ୍ରତିଟି ଲୋକ ଯେମିତି କୌଣସି ଅସୁବିଧାର ସମ୍ମୁଖିନ ନହୁଏ ସେଥିପାଇଁ ସରକାର ଦୃଷ୍ଟି ଦେଇ ଆସିଛନ୍ତି (Collector Office) । ତେଣୁ ଚଳିତ ଥର ହେବାକୁ ଥିବା ଏହି ଜନଶୁଣାଣିରେ ଲୋକଙ୍କର ନାନା ସମସ୍ୟାର ସମାଧାନ ହେବ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.