ETV Bharat / state

ପାରାଦ୍ବୀପ- ହାଇଦ୍ରାବାଦ ପାଇପ ଲାଇନକୁ ଢ଼ିଙ୍କିଆବାସୀଙ୍କ ବିରୋଧ

author img

By

Published : Mar 2, 2021, 10:44 PM IST

ପାରାଦ୍ବୀପ- ହାଇଦ୍ରାବାଦ ପାଇପ ଲାଇନ ମାମଲା ଘଟଣାରେ ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଖୁଲମ୍ ଖୋଲା ଅବମାନନା ଅଭିଯୋଗ କରି ଧାରଣାରେ ବସିଛନ୍ତି ଶତାଧିକ ଗ୍ରାମବାସୀ । ଅଧିକ ପଢନ୍ତୁ....

ପାରାଦ୍ବୀପ- ହାଇଦ୍ରାବାଦ ପାଇପ ଲାଇନକୁ ଢ଼ିଙ୍କିଆବାସୀଙ୍କ ବିରୋଧ
ପାରାଦ୍ବୀପ- ହାଇଦ୍ରାବାଦ ପାଇପ ଲାଇନକୁ ଢ଼ିଙ୍କିଆବାସୀଙ୍କ ବିରୋଧ

ଜଗତସିଂହପୁର: ପାରାଦ୍ବୀପ- ହାଇଦ୍ରାବାଦ ପାଇପ ଲାଇନ ମାମଲା ଘଟଣାରେ ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଖୁଲମ୍ ଖୋଲା ଅବମାନନା ଅଭିଯୋଗ କରି ଧାରଣାରେ ବସିଛନ୍ତି ଶତାଧିକ ଗ୍ରାମବାସୀ । ଢ଼ିଙ୍କିଆ ଗ୍ରାମର ଗୋଚର ଜମିରେ ବେଆଇନ ଭାବେ ପାଇପ ବିଛାଇବା ନେଇ ଉଚ୍ଚ ନ୍ୟାୟାଳୟରେ ମାମଲା ବିଚାରାଧୀନ ଥିବାବେଳେ ରାତି ଅଧିଆ ଲୁଚିଛପି ଢ଼ିଙ୍କିଆ ଗ୍ରାମର ଗୋଚର ଜମିର ତଳେ ବୋରିଂ କାର୍ଯ୍ୟକରି ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ କମ୍ପାନୀ କର୍ତ୍ତୃପକ୍ଷ ଅବମାନନା କରିଥିବା ଅଭିଯୋଗ ହୋଇଛି ।

ସର୍ବସାଧାରଣ ଜମି ଓ ଗ୍ରାମର ଗୋଚର ଜମିରେ ରାତିଅଧିଆ ପାଇପ ବିଛାଇବା କାର୍ଯ୍ୟକୁ ବିରୋଧକରି ଗ୍ରାମବାସୀଙ୍କ ପକ୍ଷରୁ ମହାସମାବେଶ କରାଯିବା ସହ ଗଣଧାରଣା ଜାରି ରହିଥିବାବେଳେ ଏହି ସୁଯୋଗରେ କମ୍ପାନୀ କର୍ତ୍ତୃପକ୍ଷ ବିବାଦୀୟ ଗୋଚର ଜମିର ତଳେ ବୋରିଙ୍ଗ କରୁଥିବାର ଅଭିଯୋଗ ହୋଇଛି । ଖବର ପାଇ ଗ୍ରାମରେ ଘଣ୍ଟ ବାଡ଼େଇ ହଜାର ହଜାର ସଂଖ୍ୟାର ଲୋକେ ଏହାକୁ ବିରୋଧ କରିଥିବା ଦେଖିବାକୁ ମିଳିଛି । ତେବେ ଏହା ଦେଖି କାର୍ଯ୍ୟରତ ଶ୍ରମିକ କାମ ଛାଡି ଦୌଡି ପଳାଇଥିଲେ । ଉଚ୍ଚ ନ୍ୟାୟାଳୟରେ ମାମଲା ବିଚାରାଧୀନ ଥିବାବେଳେ କାହା ସାହସରେ କମ୍ପାନୀ କର୍ତ୍ତୃପକ୍ଷ ଖୁଲମଖୋଲା ଉଚ୍ଚନ୍ୟାୟାଳୟର ନିର୍ଦ୍ଦେଶକୁ ଅବମାନନା କରୁଛନ୍ତି ବୋଲି ଗ୍ରାମବାସୀ ପ୍ରଶ୍ନ କରିବା ସହ କମ୍ପାନୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ମଧ୍ୟ କରିଛନ୍ତି । ଏ ନେଇ ଢ଼ିଙ୍କିଆ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.