ଜଗତସିଂହପୁର: ପରୀ ହତ୍ୟା ମାମଲାକୁ ନେଇ ସରଗରମ ରାଜନୀତି । ଏନେଇ ସୋମବାର ଅପରାହ୍ନରେ ବାଣୀକ୍ଷେତ୍ର ସୁରକ୍ଷା ପରିଷଦ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପରୀ ହତ୍ୟାକାଣ୍ଡ ରେ ସମ୍ପୃକ୍ତ ଅଭିଯୁକ୍ତ ଓ ବିଜେଡି ନେତା ଅରୁଣ କୁମାର ସାହୁଙ୍କୁ ବହିଷ୍କାର ଦାବି କରି ସ୍ଥାନୀୟ ଥାନା ଛକଠାରେ ବିକ୍ଷୋଭ ସହ କୁସ ପୁତୁଳିକା ଦାହ କରାଯାଇଛି।
![ପରୀ ପ୍ରସଙ୍ଗକୁ ନେଇ ବିକ୍ଷୋଭ,ମନ୍ତ୍ରୀ ଅରୁଣ ସାହୁଙ୍କ କୁସ ପୁତୁଳିକା ଦାହ](https://etvbharatimages.akamaized.net/etvbharat/prod-images/od-jsp-03-dsr-od10021_30112020182443_3011f_1606740883_1013.jpg)
ବିକ୍ଷୋଭକାରୀ ମାନେ ଟାଉନ ହଲରୁ ଶୋଭାଯାତ୍ରାରେ ଆସି ଥାନା ଛକ ନିକଟରେ ରାସ୍ତା ଅବରୋଧ କରି ଅରୁଣ ସାହୁଙ୍କ ବିରୋଧରେ ନାରା ଦେଇଥିଲେ। ରାଜ୍ୟରେ ବିଜେଡି ସରକାର ସମୟରେ ଅରାଜକତା ବଢିଥିବା ସେମାନେ କହିଥିଲେ। ପରୀ ହତ୍ୟାକାଣ୍ଡରେ ଅରୁଣ ସାହୁଙ୍କ ଲୋକେ ସାମିଲ ଅଛନ୍ତି। ଏଥିରେ ଅରୁଣ ସାହୁ ନିଜ ଲୋକଙ୍କୁ ସୁରକ୍ଷା ଦେଉଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରିବାକୁ ସେମାନେ ଦାବି କରିଛନ୍ତି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ