ETV Bharat / state

ଅପରାଧିକୁ ଘଣ୍ଟ ଘୋଡାଉଥିବା ଅଭିଯୋଗରେ ଏସପି ଅଫିସ ଘେରାଉ - ଏରସମା ବୀରକିଶୋରପୁରରେ ବଧୂହତ୍ୟା

ବଧୂହତ୍ୟା ଘଟଣାରେ ଅଭିଯୁକ୍ତକୁ ପୋଲିସର ଘଣ୍ଟ ଘୋଡାଇବା ଅଭିଯୋଗ । ଜିଲ୍ଲା ପୋଲିସ ମୁଖ୍ୟାଳୟରେ ସ୍ଥାନୀୟ ଲୋକଙ୍କ ଧାରଣା।

ଅପରାଧିକୁ ଘଣ୍ଟ ଘୋଡାଉଥିବା ଅଭିଯୋଗରେ ଏସପି ଅଫିସ ଘେରାଉ

author img

By

Published : Sep 8, 2020, 10:51 PM IST

ଜଗତସିଂହପୁର: ବଧୂହତ୍ୟା ଘଟଣାରେ ଅଭିଯୁକ୍ତକୁ ପୋଲିସର ଘଣ୍ଟ ଘୋଡାଇବା ଅଭିଯୋଗ । ଏରସମା ଥାନା ଅନ୍ତର୍ଗତ ବୀରକିଶୋରପୁର ଗ୍ରାମରେ ଗତ ଅଗଷ୍ଟ ୨୪ରେ ବଧୂହତ୍ୟା ଘଟଣା ସାମ୍ନାକୁ ଆସିଥିଲା । ଘଟଣାରେ ଅଭିଯୁକ୍ତକୁ ଘଣ୍ଟ ଘୋଡାଇବା ଅଭିଯୋଗ କରି ମଙ୍ଗଳବାର ଜିଲ୍ଲା ପୋଲିସ ମୁଖ୍ୟାଳୟରେ ସ୍ଥାନୀୟ ଲୋକେ ଧାରଣା ଦେଇଛନ୍ତି।

ଅପରାଧିକୁ ଘଣ୍ଟ ଘୋଡାଉଥିବା ଅଭିଯୋଗରେ ଏସପି ଅଫିସ ଘେରାଉ

ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୨୪ ତାରିଖ ଦିନ ଏରସମା ଥାନା ବୀରକିଶୋରପୁର ଗ୍ରାମର ଲକ୍ଷ୍ମୀପ୍ରିୟା ପ୍ରଧାନ ନାମକ ଜଣେ ମହିଳାଙ୍କୁ ତାଙ୍କ ଶାଶୁଘର ଲୋକେ ମାରଣାସ୍ତ୍ରରେ ଆକ୍ରମଣ କରି ମାରି ଦେଇଥିବା ଅଭିଯୋଗ ହୋଇଥିଲା । ଝିଅଘର ଲୋକେ ଏରସମା ଥାନାରେ ଅଭିଯୋଗ କରିବାପରେ ପୋଲିସ ମହିଳାଙ୍କ ସ୍ବାମୀ ଶାଶୁ ଓ ଶଶୁରଙ୍କୁ ଗିରଫ କରିଥିଲା । ଏଥିସହିତ ୪୯୮(କ), ୩୦୨, ୩୦୪, ୫୦୬/୩୪ ରେ ମାମଲା ରୁଜୁ କରି ତଦନ୍ତ ଚଳାଇ ଥିଲା।

ତେବେ ଆଜି ବାପଘର ଲୋକେ ପୋଲିସ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଉଥିବା ଅଭିଯୋଗ କରି ଏସପି ଅଫିସ ଘେରାଉ କରିଥିଲେ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.