ଜଗତସିଂହପୁର: ଜଗତସିଂହପୁର ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାର୍ଗ ନାମରେ ଖୋଳାଯାଉଥିବା ଗର୍ତ୍ତକୁ ବିରୋଧ କରି ଜଗତସିଂହପୁରରେ ସଂକୀର୍ତ୍ତନ ମାଧ୍ୟମରେ ଲୋକେ ଅଭିନବ ଭାବେ ବିରୋଧ କରିବା ସହ ତୁରନ୍ତ ଏହାକୁ ବନ୍ଦ କରିବାକୁ ଦାବି କରିଛନ୍ତି ।
ଜଗତସିଂହପୁର ଜିଲ୍ଲା ବିଶ୍ବହିନ୍ଦୁ ପରିଷଦର କର୍ମକର୍ତ୍ତା ମାନେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଚତୁର୍ପାର୍ଶ୍ୱରେ ପରିକ୍ରମା ମାର୍ଗ ପାଇଁ ହେଉଥିବା ଖନନ ଓ ରୋଷ ଘରେ ଚୁଲି ଭଙ୍ଗାଯିବା ଘଟଣାକୁ ବିରୋଧ କରିବା ସହ ରାଜ୍ୟ ଓ କେନ୍ଦ୍ର ସରକାର ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କ ସୁରକ୍ଷା ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ଦାବିପତ୍ର ପ୍ରଦାନ କରିଛନ୍ତି । ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଜନଜାଗରଣ ସୃଷ୍ଟି କରିବାକୁ ସଂଘ ସଂକୀର୍ତ୍ତନ ମଣ୍ଡଳୀ ଶହ ପୁରୀ ଯାତ୍ରା କରୁଥିବା ପ୍ରକାଶ କରିଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ