ETV Bharat / state

ରାସ୍ତା ପାଇଁ ଆନ୍ଦୋଳନ କରିବ ସାମ୍ବାଦିକ ସଂଘ - ରାସ୍ତା ପାଇଁ ଆନ୍ଦୋଳନ କରିବ ସାମ୍ବାଦିକ ସଂଘ

ବନ୍ଦର ନଗରୀ ପାରାଦୀପର ଟ୍ରାଫିକ ସମସ୍ୟାକୁ ନେଇ ଆନ୍ଦୋଳନ କରିବେ ସାମ୍ବାଦିକ । ଦୀର୍ଘ ବର୍ଷ ହେଲା ପାରାଦୀପର ଅଠରବାଙ୍କି ଠାରୁ ଦୋଛକି, ଅଠରବାଙ୍କି ଠାରୁ ନେହେରୁ ବଙ୍ଗଳା ଓ ଅଠରବାଙ୍କି ଠାରୁ ରେଲୱେ ଷ୍ଟେସନର ରାସ୍ତା ଏବେ ମରଣଯନ୍ତା ପାଲଟିଛି । ଅଧିକ ପଢନ୍ତୁ

ରାସ୍ତା ପାଇଁ ଆନ୍ଦୋଳନ କରିବ ସାମ୍ବାଦିକ ସଂଘ
ରାସ୍ତା ପାଇଁ ଆନ୍ଦୋଳନ କରିବ ସାମ୍ବାଦିକ ସଂଘ
author img

By

Published : Jun 2, 2022, 8:46 PM IST

ପାରାଦୀପ: ବନ୍ଦର ନଗରୀ ପାରାଦୀପର ଟ୍ରାଫିକ ସମସ୍ୟାକୁ ନେଇ ଆନ୍ଦୋଳନ କରିବେ ସାମ୍ବାଦିକ । ଦୀର୍ଘ ବର୍ଷ ହେଲା ପାରାଦୀପର ଅଠରବାଙ୍କି ଠାରୁ ଦୋଛକି, ଅଠରବାଙ୍କି ଠାରୁ ନେହେରୁ ବଙ୍ଗଳା ଓ ଅଠରବାଙ୍କି ଠାରୁ ରେଲୱେ ଷ୍ଟେସନର ରାସ୍ତା ଏବେ ମରଣଯନ୍ତା ପାଲଟିଛି । ଉକ୍ତ ରାସ୍ତାର ଉଭୟ ପାର୍ଶ୍ବରେ ଟ୍ରକ୍ ପାର୍କିଂ ଯୋଗୁଁ ରାସ୍ତା ସଂକୀର୍ଣ୍ଣ ହୋଇ ବାରମ୍ବାର ଦୁର୍ଘଟଣା ଘଟୁଛି । ଗତ ୫ ବର୍ଷରେ ଏହି ରାସ୍ତାରେ ଶତାଧିକ ଦୁର୍ଘଟଣା ଘଟିଥିବାବେଳେ ୬୨ରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇଛି ଏବଂ ଶତାଧିକ ଲୋକ ପଙ୍ଗୁ ହୋଇଛନ୍ତି ।

ରାସ୍ତା ପାଇଁ ଆନ୍ଦୋଳନ କରିବ ସାମ୍ବାଦିକ ସଂଘ

୨୦୧୬ ମସିହାରୁ ଏହି ରାସ୍ତା ଗୁଡ଼ିକୁ ନୋ ପାର୍କିଂ ଜୋନ୍ ଘୋଷଣା କରାଯାଇଛି । ମାତ୍ର, ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ । ଏପରିକି ଗତ ମାସରେ ଜିଲ୍ଲାପାଳ ପାରୁଲ ପଟୁଓ୍ବାରୀ ୭ ଦିନ ମଧ୍ୟରେ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଘୋଷଣା କରିଥିଲେ, ହେଲେ ଘୋଷଣାକୁ ୨୭ ଦିନ ବିତିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଯାହାକୁ ନେଇ ପାରାଦୀପରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ପକ୍ଷରୁ ଜଗତସିଂହପୁର ଜିଲ୍ଲାପାଳଙ୍କ ନିକଟକୁ ଏକ ଦାବିପତ୍ର ପାରାଦୀପର ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି । ଆଗାମୀ ୭ ଦିନ ମଧ୍ୟରେ ଯଦି ଏ ସମ୍ପର୍କରେ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ବାଧ୍ୟ ହୋଇ ସାମ୍ବାଦିକ ମାନଙ୍କ ପକ୍ଷରୁ ରାସ୍ତା ଅବରୋଧ କରାଯାଇ ପାରାଦୀପର ସମସ୍ତ ପରିବହନକୁ ବନ୍ଦ କରିଦିଆଯିବ ବୋଲି ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.