ETV Bharat / state

ନିଯୁକ୍ତି ବାତିଲକୁ ନେଇ ସାମ୍ବାଦିକ ସମ୍ମିଳନୀ

author img

By

Published : Mar 10, 2021, 7:50 AM IST

ଚେନ୍ନାଇ ରାଧା ଇଞ୍ଜିନିୟରିଙ୍ଗ ସଂସ୍ଥା ନିଯୁକ୍ତି ଦେବାରେ ଅନିୟମିତତା କରିଥିବା ନେଇ ଅଭିଯୋଗ କରିଛି ଅନଏମ୍ପଲଏଡ ଇଞ୍ଜିନିଅର୍ସ ସଙ୍ଗଠନ । ଅଧିକ ପଢନ୍ତୁ...

ନିଯୁକ୍ତି ବାତିଲକୁ ନେଇ ସାମ୍ବାଦିକ ସମ୍ମିଳନୀ
ନିଯୁକ୍ତି ବାତିଲକୁ ନେଇ ସାମ୍ବାଦିକ ସମ୍ମିଳନୀ

ଜଗତସିଂହପୁର: ନିଯୁକ୍ତି ଦେବାରେ ଅନିୟମିତତା । ଚେନ୍ନାଇ ରାଧା ଇଞ୍ଜିନିୟରିଂ ସଂସ୍ଥା ନିଯୁକ୍ତି ଦେବାରେ ଅନିୟମିତତା କରିଥିବା ନେଇ ଅଭିଯୋଗ କରିଛି ଅନଏମ୍ପଲଏଡ ଇଞ୍ଜିନିୟର୍ସ ସଙ୍ଗଠନ ।

ନିଯୁକ୍ତି ବାତିଲକୁ ନେଇ ସାମ୍ବାଦିକ ସମ୍ମିଳନୀ

ଜିନ୍ଦଲ ଅଧୀନରେ କାର୍ଯ୍ୟ କରୁଥିବା ଚେନ୍ନାଇ ରାଧା ଇଞ୍ଜିନିୟରିଂ କମ୍ପାନୀ ଚାରିଶହରୁ ଊର୍ଦ୍ଧ୍ବ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାକୁ ନିଯୁକ୍ତ ପତ୍ର ପ୍ରଦାନ କରିଥିଲା । ମାତ୍ର ପରେ ଏହାକୁ ପ୍ରତ୍ୟାହାର କରିନେଇଥିଲା । ନିଯୁକ୍ତି ନେଇ ନଭେମ୍ବର ମାସରୁ ପ୍ରୋଜେକ୍ଟ ମ୍ୟାନେଜରଙ୍କୁ ଭେଟିଥିଲେ ମାତ୍ର କିଛି ସୁଫଳ ମିଳିନାହିଁ ।

ନିଯୁକ୍ତି ପତ୍ର ପାଇଁଥିବା ଯୁବକ ଯୁବତୀମାନେ ପ୍ରୋଜେକ୍ଟ ମ୍ୟାନେଜରଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିବା ସମୟରେ ମ୍ୟାନେଜରଙ୍କ ସହିତ ବଚସା ହୋଇଥିଲା । ଏ ନେଇ ମ୍ୟାନେଜର ଥାନାରେ ଏତଲା ଦେଇଥିଲେ । ଏହାକୁ ବିରୋଧ କରିବା ସହିତ ନିଯୁକ୍ତିରେ ଅନିୟମିତାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଉଦବେଗ ପ୍ରକାଶ କରିଛନ୍ତି ଯୁବକ ଯୁବତୀ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.