ETV Bharat / state

ଜଗତସିଂହପୁରରେ ଗଡ଼ିଲା ପ୍ରଣାମ ଅଳକା ରଥ - ଜିଲ୍ଲା ପରିକ୍ରମା କରିବ ଅଳକା ରଥ

ଜଗତସିଂହପୁରରେ ଗଡ଼ିଲା ପ୍ରଣାମ ଅଳକା ରଥ । ସମଗ୍ର ଜିଲ୍ଲା ପରିକ୍ରମା କରିବ ଅଳକା ରଥ। ଅଧିକ ପଢ଼ନ୍ତୁ

Alaka chariot
ପ୍ରଣାମ ଅଳକା ରଥ
author img

By

Published : Jan 25, 2023, 1:17 PM IST

ପ୍ରଣାମ ଅଳକା ରଥ

ଜଗତସିଂହପୁର : ଆଜି ବି ଅଳକା ଆଶ୍ରମକୁ ଦେଖିଲେ ମନେ ପଡ଼ିଯାଏ ସ୍ୱାଧୀନତା ସଂଗ୍ରାମର ସେହିଦିନର କଥା । ସ୍ୱାଧୀନତାର ସଂଗ୍ରାମର ସ୍ମୃତି ବହନ କରୁଥିବା ଜଗତସିଂହପୁରର ଅଳକାଶ୍ରମ ଏବେ ଅବହେଳିତ ହୋଇ ପଡିରହିଛି । ଏହାର ସ୍ମୁତିକୁ ପୁନରୁଦ୍ଧାର ଓ ଉଦଜୀବିତ କରିବା ପାଇଁ ଅଳକା ଆଶ୍ରମ ସ୍ମୃତି କମିଟି ପକ୍ଷରୁ ଆରମ୍ଭ ହେବାକୁ ଯାଉଥିବା ପ୍ରଣାମ ଅଳକା ରଥ ଆଜିଠାରୁ ଆରମ୍ଭ ହୋଇଛି । ଜାନୁଆରୀ 26 ସାଧାରଣତନ୍ତ୍ର ଦିବସଠାରୁ 29 ତାରିଖ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହେବାକୁଥିବା ସ୍ୱାଧୀନତା ସଂଗ୍ରାମୀଙ୍କର ଶତବାର୍ଷିକ ସମାରୋହ ପାଳନ ପାଇଁ ଏହି ରଥ ଗଡ଼ିଛି ।

ପ୍ରଣାମ ଅଳକା ରଥ ସମଗ୍ର ଜଗତସିଂହପୁର ଜିଲ୍ଲା ପରିକ୍ରମା କରିବ । ଏହାକୁ ଆଜି ଜିଲ୍ଲାପାଳ ପାରୁଲ ପାଟୱାରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ରଥ ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ସ୍ୱାଧୀନତା ସଂଗ୍ରାମର ସ୍ମୃତି ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ସହ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କୁ ସ୍ୱାଧୀନତା ସଂଗ୍ରାମ ସମ୍ପର୍କରେ ଥିବା କିଛି ଅଜଣା ତଥ୍ୟକୁ ସେମାନଙ୍କ ଆଗରେ ପ୍ରକାଶ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି ।

ସ୍ୱାଧୀନତା ସଂଗ୍ରାମରଏନ୍ତୁଡ଼ିଶାଳ ହେଉଛି ଜଗତସିଂହପୁର ଜିଲ୍ଲା । ଏଠାରେ ପ୍ରଥମେ ସ୍ୱାଧୀନତା ସଂଗ୍ରାମର ମୁଳଦୁଆ ପଡିଥିଲା। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ, ରମାଦେବୀ, ଗୋପବନ୍ଧୁ ଚୌଧୁରୀ, ମାଳତୀ ଦେବୀ ଓ ଜାତୀୟ କବି ବୀରକିଶୋରଙ୍କ ନେତୃତ୍ୱରେ ହଜାରହଜାର ସଂଗ୍ରାମୀ ଦେଶ ପ୍ରେମରେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ । ଏହାସହ ବ୍ରିଟିଶ ସରକାରଙ୍କ ବିରୋଧରେ ରଣ ହୁଙ୍କାର ଦେଇଥିଲେ । ଏପରିକି ଏରସମା ଥାନାକୁ ପୋଡି ଇଂରେଜ ଶାସକକୁ ଖୋଲା ଚ୍ୟାଲେଞ୍ଜ କରିଥିଲେ ।

ଏହି ସ୍ୱାଧୀନତା ସଂଗ୍ରାମୀମାନଙ୍କ ମୁଖ୍ୟାଳୟ ଥିଲା ଅଳକା ଆଶ୍ରମ । ଏଠାରେ ବସି ସ୍ୱାଧୀନତା ସଂଗ୍ରାମୀମାନେ ବସି ବ୍ରିଟିଶ ସରକାରଙ୍କ ବିରୋଧରେ ଯୋଜନା ପ୍ରସ୍ତୁତ କରୁଥିଲେ । ସ୍ୱାଧୀନତାର ସଂଗ୍ରାମର ସ୍ମୃତି ବହନ କରୁଥିବା ଜଗତସିଂହପୁରର ଅଳକାଶ୍ରମ ଏବେ ଅବହେଳିତ ହୋଇ ପଡିରହିଛି । ଏହାର ସ୍ମୁତିକୁ ପୁନରୁଦ୍ଧାର ଓ ଉଦଜୀବିତ କରିବା ପାଇଁ ଅଳକା ଆଶ୍ରମ ସ୍ମୃତି କମିଟି ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ ଏକ ଶତବାର୍ଷିକୀ ସମାରୋହ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଓଡ଼ିଶାରେ ସ୍ବାଧୀନତା ସଂଗ୍ରାମୀଙ୍କ ଏନ୍ତୁଡ଼ିଶାଳ ଭାବେ ଖ୍ୟାତ ଏହି ଅନୁଷ୍ଠାନ ଓଡ଼ିଶାର ସମସ୍ତ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀଙ୍କ ଆଦ୍ୟ କର୍ମଭୂମି ଥିଲା । ଏହାର ଶତବାର୍ଷିକୀ ସମାରୋହ ଆଗାମୀ ପିଢ଼ିଙ୍କୁ ମାର୍ଗଦର୍ଶନ କରିବ ବୋଲି ମତପ୍ରକାଶ ପାଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.