ETV Bharat / state

Postmortem report of Russian engineer: ହୃଦଘାତରୁ ଯାଇଛି ଋଷୀୟ ଇଞ୍ଜିନିୟରଙ୍କ ଜୀବନ

author img

By

Published : Jan 7, 2023, 12:51 PM IST

Updated : Jan 7, 2023, 1:26 PM IST

ଋଷୀୟ ଇଞ୍ଜିନିୟରଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣା । ହୃଦଘାତ ଯୋଗୁ ଋଷୀୟ ନାଗରିକଙ୍କ ମୃତ୍ୟୁ ହୋଇଥିଲା ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ । ଅଧିକ ପଢନ୍ତୁ

post mortem report of russian citizen death

ପାରାଦ୍ବୀପ: ପାରାଦ୍ବୀପ ବନ୍ଦରରେ ଋଷୀୟ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟଣା(Russian Engineer Suspicious death in Paradip Port) । କେମିତି ହେଲା ଋଷୀୟ ଚିଫ୍ ଇଞ୍ଜିନିୟରଙ୍କ ମୃତ୍ୟୁ ସେନେଇ ଲାଗି ରହିଥିବା ସସପେନ୍ସ ଉପରେ ପୂର୍ଣ୍ଣଛେଦ ପଡିଛି । ସାମ୍ନାକୁ ଆସିଛି ବ୍ୟବଚ୍ଛେଦ ରିପୋର୍ଟ । ହୃଦଘାତ ଯୋଗୁଁ ଋଷୀୟ ନାଗରିକ ମିଲ ୟାକୁବ ସର୍ଜାଇଙ୍କ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ । ଏନେଇ ଜଗତସିଂହପୁର ଏସପି ପିଆର ରାହୁଲ ସୂଚନା ଦେଇଛନ୍ତି ।

ସୋମବାର ବିଳମ୍ବିତ ରାତିରେ ଏହି ଋଷୀୟ ଚିଫ୍ ଇଞ୍ଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ପାରାଦ୍ବୀପ ବନ୍ଦରଠାରୁ ସମୁଦ୍ରର 10 କିଲୋମିଟର ଦୂରରେ ଆଙ୍କରେଡ ଅଞ୍ଚଳରେ ଅଟକି ରହିଥିବା 'ଏମଭି ଏଏଲ ଦାନହା' ଜାହାଜରୁ ଋଷୀୟ ନାଗରିକଙ୍କ ମୃତଦେହ ଠାବ ହୋଇଥିଲା । ଏନେଇ ଖବର ପାଇବା ପରେ ପାରାଦ୍ବୀପ ପୋର୍ଟ ପୋଲିସ ଋଷୀୟ ନାଗରିକଙ୍କ ମୃତଦେହକୁ ଉଦ୍ଧାର କରିଥିଲା । ଆଇନଗତ ପ୍ରକ୍ରିୟା, କାଗଜପତ୍ର କରିବାରେ ବିଳମ୍ବ ଓ ଥାନାରେ ଲିଖିତ ଅଭିଯୋଗ ହୋଇନଥିବାରୁ ପୋଲିସ ମୃତଦେହ ଜବତ କରିବାରେ ବିଳମ୍ବ ହୋଇଥିଲା ।

ଏହାପରେ ଚିଫ୍ ଇଞ୍ଜିନିୟରଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା । ବୁଧବାର ଦିନ ମୃତ ମିଲ ୟୁକୁବ ସର୍ଜାଇଙ୍କର ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା । କୁଜଙ୍ଗ ସ୍ଥିତ ମୃତଦେହ ବ୍ୟବଚ୍ଛେଦ କେନ୍ଦ୍ରରେ ବ୍ୟବଚ୍ଛେଦ କରାଯାଇଥିଲା। କୁଜଙ୍ଗ ତହସିଲଦାର ଓ ମେରାଇନ ଥାନା ଅଧିକାରୀଙ୍କ ଉପସ୍ଥିତରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ମୃତଦେହ ବ୍ୟବଚ୍ଛେଦ କରିଥିଲେ । ମୃତଦେହ ବ୍ୟବଚ୍ଛେଦ ସମୟର ସମସ୍ତ ଦୃଶ୍ୟକୁ ଭିଡିଓ ରେକର୍ଡିଂ କରାଯାଇଥିବା ସହ ଭିସେରା ଟେଷ୍ଟ ପାଇଁ ବ୍ରେନ, ହାର୍ଟ ଓ ଫୁସଫୁସ ଇତ୍ୟାଦି ଶରୀରର ମୁଖ୍ୟ ଅଂଶର ନମୁନା ସଂଗ୍ରହ କରାଯାଇ ଭୁବନେଶ୍ବର ସ୍ଥିତ ଷ୍ଟେଟ୍‌ ଫରେନସିକ ଲ୍ୟାବକୁ ପଠାଯାଇଥିଲା । ଲ୍ୟାବ୍‌ରୁ ରିପୋର୍ଟ ଆସିବା ପରେ ଏହି ଋଷୀୟ ନାଗରିକଙ୍କ ମୃତ୍ୟୁର କାରଣ ଏବେ ସ୍ପଷ୍ଟ ହୋଇଛି । ବ୍ୟବଚ୍ଛେଦ ରିପୋର୍ଟ ପୋଲିସ ନିକଟରେ ହସ୍ତଗତ ହେବା ପରେ ହୃଦଘାତ ଯୋଗୁଁ ଋଷୀୟ ଚିଫ୍ ଇଞ୍ଜିନିୟର ମିଲ ୟୁକୁବ ସର୍ଜାଇଙ୍କ ମୃତ୍ୟୁ ହୋଇଥିବା ଜଗତସିଂହପୁର ଏସପି ଆଜି ସୂଚନା ଦେଇଛନ୍ତି ।

ଏନେଇ ଜଗତସିଂହପୁର ଏସପି ପିଆର ରାହୁଲ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ''ବର୍ତ୍ତମାନ ଋଷୀୟ ନାଗରିକ ମିଲ ୟୁକୁବ ସର୍ଜାଇଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ହୃଦଘାତ ଯୋଗୁଁ ଚିଫ୍ ଇଞ୍ଜିନିୟର ମିଲ ସର୍ଜାଇଙ୍କ ମୃତ୍ୟୁ ହୋଇଛି । ପୋଷ୍ଟମର୍ଟମ ରିପୋର୍ଟରେ ଏହା ଉଲ୍ଲେଖ ରହିଛି । ଏନେଇ ବର୍ତ୍ତମାନ ମଧ୍ୟ ତଦନ୍ତ ଜାରି ରହିଛି ।'' ରାୟଗଡ଼ା ଜିଲ୍ଲାରେ ଦୁଇ ଋଷ ନାଗରିକଙ୍କ ମୃତ୍ୟୁ ପରେ ପାରାଦ୍ବୀପ ବନ୍ଦରରେ ଜାହାଜ ଭିତରେ ଆଉ ଜଣେ ଋଷୀୟ ନାଗରିକଙ୍କ ମୃତ୍ୟୁ ଘଟଣା ସମସ୍ତଙ୍କୁ ଚକିତ କରିଥିଲା । ରାୟଗଡାରେ ଋଷ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ଏବେ ପାରାଦ୍ବୀପ ବନ୍ଦରରେ ମୃତ୍ୟୁ ହୋଇଥିବା ଋଷ ନାଗରିକଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିଛି ।

ଇଟିଭି ଭାରତ,ଜଗତସିଂହପୁର

Last Updated : Jan 7, 2023, 1:26 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.