ETV Bharat / state

ଜଗତସିଂହପୁର ଜିଲ୍ଲାପାଳ ଅଫିସ ଆଗରେ ଚାଷୀ ଆନ୍ଦୋଳନ, ୧୦ ଜଣଙ୍କୁ କୋର୍ଟ ଚାଲାଣ

author img

By

Published : Jan 20, 2023, 1:13 PM IST

ଜଗତସିଂହପୁର ଜିଲ୍ଲାପାଳଙ୍କ ଅଫିସ ଆଗରେ ଚାଷୀ ଆନ୍ଦୋଳନ ଘଟଣା । ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ଅଧିକ ପଢନ୍ତୁ

ଜଗତସିଂହପୁର ଜିଲ୍ଲାପାଳ ଅଫିସ ଆଗରେ ଚାଷୀ ଆନ୍ଦୋଳନ

ଜଗତସିଂହପୁର: ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଆନ୍ଦୋଳନ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଘଟଣାରେ ପୋଲିସ ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଜଗତସିଂହପୁର ଜିଲ୍ଲାରେ ମଣ୍ଡି ସମସ୍ୟା, କଟନୀ ଛଟନୀ, କୃଷି ଉତ୍ପାଦିତ ଦ୍ରବ୍ୟର ସଠିକ ମୂଲ୍ୟ ନିର୍ଦ୍ଧାରଣ, ଜିଲ୍ଲାରେ ବଳକା ଧାନ ସଂଗ୍ରହ, ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ପରେ ଉପଯୁକ୍ତ କ୍ଷତିପୂରଣ ଦାବି କରି ଗତକାଲି(ଗୁରୁବାର) ନବ ନିର୍ମାଣ କୃଷକ ସଙ୍ଗଠନ ଓ କେତେକ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାନ ଢାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଏହି ଘଟଣାରେ ଜଗତସିଂହପୁର ପୋଲିସ ୧୪ ଜଣ ଚାଷୀଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଥିଲା । ଏହି ଖବର ପ୍ରସାରିତ ହେବା ପରେ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ଥାନାରେ ପହଞ୍ଚି ନବ ନିର୍ମାଣ କୃଷକ ସଙ୍ଗଠନର କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଚାଷୀଙ୍କ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ପରେ ଜଗତସିଂହପୁର ପୋଲିସ ୧୪ ଜଣ ଚାଷୀଙ୍କ ମଧ୍ୟରୁ ୪ ଜଣଙ୍କୁ ଛାଡ଼ି ଦେଇଥିଲା ।

ଏହାପରେ ବାକି ୧୦ ଜଣ ଚାଷୀଙ୍କୁ ଜଗତସିଂହପୁର ଉପକଣ୍ଠ ବାରଙ୍ଗ ନିକଟରେ ଥିବା ପୋଲିସ ବାରାକକୁ ନେଇଥିଲା । ସେଠାରେ ଚାଷୀମାନଙ୍କୁ ରାତିସାରା ରଖାଯାଇଥିଲା । ପରେ ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଖବର ମିଳିଛି । ଯାହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଜଗତସିଂହପୁର ଜିଲ୍ଲାରେ ୧୧୧ଟି ମଣ୍ଡି ଖୋଲିବାକୁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୬୬ଟି ମଣ୍ଡି ଖୋଲିଛି । ଆଉ ଅବଶିଷ୍ଟ ୪୫ଟି ମଣ୍ଡି ଆଜି ପର୍ଯ୍ୟନ୍ତ ଖୋଲି ପାରି ନଥିବାରୁ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଚଳିତ ବର୍ଷ ଜିଲ୍ଲା ୪୬ ହଜାର ୩୧୭ ଜଣ ଚାଷୀ ନିଜର ନାମ ପଞ୍ଜିକୃତ କରାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୧ ଲକ୍ଷ କ୍ବିଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି ।

ଜିଲ୍ଲାରେ ମୋଟ ୨୮ ମିଲରଙ୍କୁ ଧାନ ସଂଗ୍ରହ ପାଇଁ ଅନୁମତି ଦିଆଯାଇଛି । କିନ୍ତୁ ଠିକ ସମୟରେ ମଣ୍ଡି ଖୋଲୁ ନଥିବାରୁ ଚାଷୀମାନେ ସମସ୍ୟାରେ ପଡୁଛନ୍ତି । ଏହାସହିତ ଯେଉଁ କେତେଟା ମଣ୍ଡି ଖୋଲିଛି ସେଠାରେ କ୍ବିଣ୍ଟାଲ ପିଛା ୫ କେଜିର ଅଧିକ ଧାନ କଟନୀ ଛଟନୀ ହେଉଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.