ETV Bharat / state

ବେଆଇନ ବାଲି ଚାଲାଣକୁ ନେଇ ପୋଲିସର କାର୍ଯ୍ୟାନୁଷ୍ଠାନ

author img

By

Published : Apr 4, 2021, 8:35 AM IST

ବେଆଇନ ବାଲି ବୋଝେଇ ଟ୍ରକ ଚାଲାଣ ବେଳେ ଦୁଇଟି ଗାଡିକୁ ଜବତ କରିଛି ଜଗତସିଂପୁର ପୋଲିସ । ଅଧିକ ପଢନ୍ତୁ...

ବେଆଇନ ବାଲି ଚାଲାଣକୁ ନେଇ ପୋଲିସର କାର୍ଯ୍ୟାନୁଷ୍ଠାନ
ବେଆଇନ ବାଲି ଚାଲାଣକୁ ନେଇ ପୋଲିସର କାର୍ଯ୍ୟାନୁଷ୍ଠାନ

ଜଗତସିଂହପୁର: ବେଆଇନ ବାଲି ବୋଝେଇ ଟ୍ରକ ଚାଲାଣ ବେଳେ ଦୁଇଟି ଗାଡିକୁ ଜବତ କରିଛି ଜଗତସିଂପୁର ପୋଲିସ । ସହର ମଧ୍ୟକୁ ଭାରିଯାନ ପ୍ରବେଶ ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇ ଥିଲେ ମଧ୍ୟ କେତେକ ବାଲି ବୋଝେଇ ହାଇୱା ଓ ବିଭିନ୍ନ ଲୋଡ଼ ଗାଡି ପ୍ରବେଶ କରି ସହରରେ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛନ୍ତି । ଫଳରେ ରାସ୍ତା ଜାମ ହେବାସହ ଦୁର୍ଘଟଣା ଘଟୁଛି ।

ଏନେଇ ଗତକାଲି(ଶନିବାର) ଜଗତସିଂହପୁର ପୋଲିସ ପକ୍ଷରୁ କଲେଜ ଛକ, କୋର୍ଟ ଛକ ଓ ପୋଷ୍ଟ ଅଫିସ ଛକ ନିକଟରେ ଚଢ଼ାଉ କରି ଜୋରିମାନା ଆଦାୟ କରିବା ସହ ଦୁଇଟି ବେଆଇନ ବାଲି ବୋଝେଇ ଟ୍ରକକୁ ଜବତ କରାଯାଇଛି । ସହରର ପ୍ରବେଶ ପଥ ଓ ବିଭିନ୍ନ ସ୍ଥାନରେ ଭାରି ଯାନ ପ୍ରବେଶ ନ କରିବା ପାଇଁ ଫଳକ ଲଗା ଯାଇଥିଲେ ମଧ୍ୟ ଟ୍ରକ ଡ୍ରାଇଭରଗୁଡିକ ମନମୁଖୀ କରି ସହର ମଧ୍ୟକୁ ଭାରିଯାନ ପ୍ରବେଶ କରାଉ ଥିବାରୁ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.