ETV Bharat / state

ଜଗତସିଂହପୁରରେ ବ୍ୟାପୁଛି ଆଖିଧରା ରୋଗ, ସତର୍କ ରହିବା ପାଇଁ ପରାମର୍ଶ

ଆଖିଧରା ରୋଗରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଜଗତସିଂହପୁର ସ୍ୱାସ୍ଥ୍ୟ ବିଭାଗର ସତର୍କ ବାଣୀ । ଅଧିକ ପଢନ୍ତୁ

pink eye spreads in jagatsinghpur
pink eye spreads in jagatsinghpur
author img

By

Published : Jul 12, 2023, 8:14 AM IST

pink eye spreads in jagatsinghpur

ଜଗତସିଂହପୁର: ଜିଲ୍ଲାରେ ଆଖିଧରା ରୋଗ ଧୀରେଧୀରେ ବ୍ୟାପିବାରେ ଲାଗିଛି । ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଚକ୍ଷୁ ବିଭାଗରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ସହ ଲୋକଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଆଖିଧରା ରୋଗ କିପରି ଅଧିକ ନବ୍ୟାପିବ ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏସ୍‌ଓପି ଜାରି କରାଯାଇଛି ।

ବିଶେଷଜ୍ଞ ମାନଙ୍କ କହିବା ଅନୁସାରେ, ଗ୍ରୀଷ୍ମର ଶେଷ ଓ ବର୍ଷାର ଆରମ୍ଭରେ ଏହି ଆଖିଧାର ରୋଗ ବିଶେଷ ଭାବରେ ଦେଖିବାକୁ ମିଳିଥାଏ। ପରିବେଶ ଆଦ୍ର ରହିବା କାରଣ ରୁ ଆଖିଧାର ଭଳି ଭୁତାଣୁ ଜନିତ ରୋଗରେ ମଣିଷ ଆକ୍ରାନ୍ତ ହୋଇଥାଏ। ଏହି ଭୁତାଣୁ ଜଣଙ୍କ ଠାରୁ ଅନ୍ୟଜଣକୁ ବ୍ୟାପିବାର ସମ୍ଭାବନା ରହିଛି। ରୋଗୀର ରୁମାଲ, ତଉଲିଆ, ଏପରିକି ରୋଗୀ ବ୍ୟବହାର କରୁଥିବା ଆଇ ଡ୍ରପ ବ୍ୟବହାର କଲେ ମଧ୍ୟ ଏହି ରୋଗ ବ୍ୟାପିବାର ସମ୍ଭାବନା ରହିଛି ।

ଆଖିଧରା ରୋଗର ଲକ୍ଷଣ: ଆଖିଧରା ରୋଗକୁ କଞ୍ଜୁଙ୍କଟିଭିଟିସ ବା ପିଙ୍କ୍‌ ଆଇ ବୋଲି କୁହାଯାଏ । ଏହି ରୋଗ ହେଲେ ଆଖି ଲାଲ୍ ପଡ଼ିବା ସହ ଖୁଞ୍ଚି ହୁଏ। ଆଖିରୁ ପାଣି ବୋହିବା ସହ ଲେଞ୍ଜରା ବାହାରେ। ସଚେତନତା ଅଭାବରୁ ଛୋଟ ପିଲା ମୁଖ୍ୟତଃ ସ୍କୁଲ ଛାତ୍ରଛାତ୍ରୀଙ୍କଠାରେ ଏହା ଅଧିକ ସଂକ୍ରମଣ ହେବାର ଆଶଙ୍କା ରହିଛି । ଆଖିଧରା ରୋଗ ଉଭୟ ଭୂତାଣୁ ଓ ଜୀବାଣୁଜନିତ। ଭୂତାଣୁଜନିତ ଆଖିଧରାରେ ଆଖି ଲାଲ୍ ପଡ଼ିବା ସହ ଲୁହ ବାହରିଥାଏ । କିନ୍ତୁ ଜୀବାଣୁଜନିତ ଆଖିଧରାରେ ଆଖିରୁ ପ୍ରଚୁର ପରିମାଣର ଲେଞ୍ଜରା ବାହାରିଥାଏ ଓ ଆଖି ଲାଖିଯାଏ ।

ଏହା ମଧ୍ୟ ପଢନ୍ତୁ-ବଢୁଛି ଆଖିଧରା ରୋଗ, ଆଖି ଧରିଲେ ସ୍କୁଲ ନଯିବାକୁ ପରାମର୍ଶ

ଆଖି ଧରିଲେ କଣ କରିବା ଉଚିତ : ଆଖି ଧରିଲେ ଆଖି ବାରମ୍ବାର କୁଣ୍ଡାଇ ହୋଇଥାଏ। ଫଳରେ ରୋଗୀ ଆଖିକୁ କୁଣ୍ଡାଇ ଅନ୍ୟ କାହାକୁ ସ୍ପର୍ଶ କଲେ ଏହିରୋଗ ବ୍ୟାପିବାର ସମ୍ଭାବନା ରହିଛି । ତେଣୁ ବାରମ୍ବାର ଆଖିକୁ ସ୍ପର୍ଶ ନକରିବା, ଆଖିକୁ ସ୍ପର୍ଶ କଲେ ସାବୁନରେ ହାତକୁ ଧୋଇବା ଆବଶ୍ୟକ। ସେହିପରି କାଶିବା ଓ ଛିଙ୍କିବା ସମୟରେ ମୁହଁକୁ ସମ୍ପୂର୍ଣ୍ଣ ଆବୃତ କରିବା ଆବଶ୍ୟକତା ରହିଛି। ରୋଗୀର ରୁମାଲ ଓ ତଉଲିଆକୁ ବ୍ୟବହାର ନକରିବା ଉଚିତ। ଏହି ରୋଗର ନିଦାନ ପାଇଁ ଚକ୍ଷୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଆଣ୍ଟିବାୟୋଟିକ କିମ୍ବା ଆଣ୍ଟି ଭାଇରାଲ ଡ୍ରପ୍‌ ବ୍ୟବହାର କରିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହି ରୋଗରେ ଆକ୍ରାନ୍ତ ରୋଗୀ ବାହାରକୁ ଯିବା ସମୟରେ କଳା ଚଷମା ବ୍ୟବହାର କରିବା ଓ ଆଖିକୁ ଅଳ୍ପ ଉଷୁମ ପାଣିରେ ଏକ ସୂତା କପଡ଼ାରେ ଧୀରେଧୀରେ ପୋଛିବା ଆବଶ୍ୟକ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.