ETV Bharat / state

ଗେଷ୍ଟ ହାଉସ ଖୋଲିବାକୁ ପ୍ରଶାସନର ଅନୁମତି, ସେକ୍ସ ରାକେଟ ନେଇ ହୋଇଥିଲା ସିଲ୍ - ବୃନ୍ଦାବନ ଗେଷ୍ଟ ହାଉସ

ଜଗତସିଂହପୁର ଜିଲ୍ଲାର ସିଲ ଥିବା ବୃନ୍ଦାବନ ଗେଷ୍ଟ ହାଉସକୁ ଖୋଲିବାକୁ ଅନୁମତି ଦେଲା ପ୍ରଶାସନ । ଅଧିକ ପଢନ୍ତୁ...

ସିଲ ଥିବା ଗେଷ୍ଟ ହାଉସକୁ ଖୋଲିବାକୁ ପ୍ରଶାସନର ଅନୁମତି

author img

By

Published : Nov 20, 2020, 9:47 AM IST

ଜଗତସିଂହପୁର: ଦୀର୍ଘ ଦିନ ପରେ ଖୋଲିଲା ଜିଲ୍ଲାର ଯୋଗଧାରୀ ନିକଟରେ ଥିବା ବୃନ୍ଦାବନ ଗେଷ୍ଟ ହାଉସ । ସେକ୍ସ ରାକେଟ ନେଇ ସିଲ କରିଥିଲା ଜିଲ୍ଲା ପ୍ରଶାସନ ।

ସିଲ ଥିବା ଗେଷ୍ଟ ହାଉସକୁ ଖୋଲିବାକୁ ପ୍ରଶାସନର ଅନୁମତି

ସୂଚନାନୁସାରେ, ସହରର ଶେଷ ଭାଗରେ ଥିବା ବୃନ୍ଦାବନ ଗେଷ୍ଟ ହାଉସରେ ଦେହ ବ୍ୟବସାୟ ଚାଲୁଥିବା ଖବର ପାଇଥିଲା ପୋଲିସ । ଏଥିରେ କଲେଜ ପଢୁଆ ଯୁବତୀମାନେ ସାମିଲ ଥିବା ଜଣାପଡିଥିଲା । ଘଟଣାରେ ପୋଲିସ ଏକାଧିକ ବାର ଗେଷ୍ଟ ହାଉସ ଉପରେ ଚଢାଉ କରିଥିଲା । ଚଢାଉରେ ଦେହ ବ୍ୟବସାୟରେ ଲିପ୍ତ ଯୁବତୀ ଓ ଗ୍ରାହକଙ୍କୁ ଗିରଫ କରିଥିଲା ପୋଲିସ ।

ପୋଲିସର ଚେତାବନୀ ପରେ ବି ଗେଷ୍ଟ ହାଉସରେ ଚାଲିଥିଲା ଦେହ ବ୍ୟବସାୟ । ବାରମ୍ବାର ଏପରି ଘଟଣା ସାମ୍ନାକୁ ଆସିବା ପରେ ଜାନୁଆରୀ ମାସଠାରୁ ଗେଷ୍ଟ ହାଉସକୁ ସିଲ କରିଥିଲା ଜିଲ୍ଲା ପ୍ରଶାସନ । ତେବେ ଦୀର୍ଘ ଦିନର ସମୟ ବ୍ୟବଧାନ ପରେ ଗେଷ୍ଟ ହାଉସକୁ ଖୋଲିବାକୁ ଅନୁମତି ଦେଇଛି ଜିଲ୍ଲା ପ୍ରଶାସନ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.