ETV Bharat / state

ଆବର୍ଜନା ପରିଚାଳନାରେ ପାରାଦ୍ବୀପ ପୌର ପ୍ରଶାସନ ଫେଲ ମାରିଥିବା ଅଭିଯୋଗ - ପାରାଦ୍ବୀପ ପୌର ପ୍ରଶାସନ

ଜଗତସିଂହପୁର ଜିଲ୍ଲା ପାରାଦ୍ବୀପ ପୌରାଞ୍ଚଳରେ ଆବର୍ଜନା ପରିଚାଳନା କ୍ଷେତ୍ରରେ ପୌର ପ୍ରଶାସନ ଫେଲ୍‌ ମାରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ଆବର୍ଜନା ପରିଚାଳନାରେ ପାରାଦ୍ବୀପ ପୌର ପ୍ରଶାସନ ଫେଲ ମାରିଥିବା ଅଭିଯୋଗ

author img

By

Published : Jul 31, 2022, 9:03 PM IST

ପାରାଦ୍ବୀପ: ଜଗତସିଂହପୁର ଜିଲ୍ଲା ପାରାଦ୍ବୀପ ପୌରାଞ୍ଚଳରେ ଆବର୍ଜନା ପରିଚାଳନା କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଛି । ଫଳରେ ଏହାର ସିଧାସଳଖ ପ୍ରଭାବ ବସ୍ତି ବାସିନ୍ଦାଙ୍କ ଉପରେ ପଡୁଛି । ସହର ଯାକର ଆବର୍ଜନା ଷଣ୍ଡକୁଦ ବସ୍ତି ନିକଟ ରାସ୍ତା କଡ଼ରେ ଗଦା କରି ଦିଆଯାଉଥିବାରୁ ଲୋକେ ସମସ୍ୟା ଭୋଗୁଥିବା ଦେଖିବାକୁ ମିଳିଛି । ଏଭଳି ଅସ୍ବାସ୍ଥ୍ୟକର ପରିସ୍ଥିତି ସୃଷ୍ଟି ହେବା ପରେ ପୌର ପ୍ରଶାସନ ଆବର୍ଜନା ପରିଚାଳନା କ୍ଷେତ୍ରରେ ଫେଲ୍‌ ମାରିଥିବା ଅଭିଯୋଗ ହୋଇଛି ।

ଆବର୍ଜନା ପରିଚାଳନାରେ ପାରାଦ୍ବୀପ ପୌର ପ୍ରଶାସନ ଫେଲ ମାରିଥିବା ଅଭିଯୋଗ

ପାରାଦ୍ବୀପ ଭଳି ଏକ ଶିଳ୍ପ ସମୃଦ୍ଧ ସହରରେ ସ୍ଥାୟୀ ଆବର୍ଜନା ପରିଚାଳନା ପାଇଁ ଏକ ଡ଼ମ୍ପିୱାର୍ଡ ନଥିବାରୁ ପୌର ପରିଷଦ ପକ୍ଷରୁ ଷଣ୍ଡକୁଦ ବସ୍ତି ନିକଟ ପାରାଦ୍ବୀପରୁ ଏରସମାକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଆବର୍ଜନା ଗୁଡିକୁ ପକାଇ ଦିଆଯାଉଛି । ଫଳରେ ଏଠାରେ ଥିବା ଝାଉଁ ଜଙ୍ଗଲ ସମେତ ନଦୀଜଳ ମଧ୍ୟ ପ୍ରଦୂଷିତ ହେଉଛି । ଖୋଲାଜାଗାରେ ଆବର୍ଜନା ପଡି ରହୁଥିବାରୁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି ।

ଏ ସମ୍ପର୍କରେ ପାରାଦ୍ବୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ବାଳ କହିଛନ୍ତି ଯେ କୋରୋନା କାରଣରୁ କିଛି କାର୍ଯ୍ୟ ହୋଇପାରିନାହିଁ । ଖୁବଶୀଘ୍ର ଆବର୍ଜନା ପରିଚାଳନା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.