ETV Bharat / state

'ମୋ ଦଳ'ର ଘୋଷଣା, କ୍ଷମତାକୁ ଆସିଲେ ମିଳିବ ୨୦୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା - ଜଗତସିଂହପୁର ମୋ ଦଳ

ଜଗତସିଂହପୁର ସହର ସ୍ଥାନୀୟ ସାରଦା ମଣ୍ଡପ ଠାରେ ନୂଆ ଦଳ 'ମୋ ଦଳ' ର ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ବୈଠକ। କ୍ଷମତାକୁ ଆସିଲେ ସରକାର ଗଠନର ୨୪ ଘଣ୍ଟା ମଧ୍ୟରେ ବାର୍ଦ୍ଧକ୍ୟ ଭତ୍ତାକୁ ୨ ହଜାର ଟଙ୍କାକୁ ବୃଦ୍ଧି ଘୋଷଣା । ଅଧିକ ପଢ଼ନ୍ତୁ

'ମୋ ଦଳ'
'ମୋ ଦଳ'
author img

By ETV Bharat Odisha Team

Published : Sep 13, 2023, 8:30 PM IST

'ମୋ ଦଳ'

ଜଗତସିଂହପୁର: ଆଗକୁ ଆସୁଛି 2024 ସାଧାରଣ ନିର୍ବାଚନ। ଏହାକୁ ନେଇ ଆଗୁଆ ପ୍ରସ୍ତୁତ ହେଲେଣି ଦଳ। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କସରତ ଆରମ୍ଭ କଲେଣି ନେତା। ତେବେ ପ୍ରମୁଖ ଦଳ ଗୁଡିକର ରାଜନେତାମାନେ ସାଙ୍ଗଠନିକ ଭିତ୍ତିଭୂମିକୁ ସୁଦୃଢ କରିବାକୁ ଜୋରଦାର ଉଦ୍ୟମ କରୁଥିବା ବେଳେ ନୂଆ ଦଳ ଗୁଡିକ ମଧ୍ୟ ପଛରେ ରହି ନାହାଁନ୍ତି । ସେପଟେ ଏବେଠାରୁ କର୍ମୀ ସମ୍ମିଳନୀ କରି ନିର୍ବାଚନ ମଇଦାନକୁ ଓଲ୍ହାଇବାକୁ ପ୍ରସ୍ତୁତ ହେଲେଣି ନୂଆ ଦଳ।

ଜଗତସିଂହପୁର ସହର ସ୍ଥାନୀୟ ସାରଦା ମଣ୍ଡପ ଠାରେ ନୂଆ ଦଳ 'ମୋ ଦଳ' ର ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ବୈଠକ ଆଜି ଶେଷ ହୋଇଛି। ଗତକାଲି( ମଙ୍ଗଳବାର) ଠାରୁ ଆରମ୍ଭ ହୋଇଥିବା ଏହି ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ବୈଠକରେ ନବ ନିର୍ମାଣ କୃଷକ ସଙ୍ଗଠନର ଉପଦେଷ୍ଟା ବଂଶୀଧର ପଟ୍ଟନାୟକଙ୍କ ତତ୍ୱବାଧାନରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ନବ ନିର୍ମାଣ କୃଷକ ସଙ୍ଗଠନର ମୁଖ୍ୟ ତଥା 'ମୋ ଦଳ' ର ରାଜ୍ୟ କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ଯୋଗ ଦେଇ ଓଡ଼ିଶାରେ ବିଜୁ ଜନତା ଦଳର ବିକଳ୍ପ ଭାବେ 'ମୋ ଦଳ' ଉଭା ହୋଇଥିବା କହିବା ସହ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ....ଏରସମା ଓ ନାଉଗାଁରେ ନିର୍ବାଚନ ପ୍ରସ୍ତୁତି ଶେଷ, ଢ଼ିଙ୍କିଆରେ ହେବନି ନିର୍ବାଚନ

ସେପଟେ ରାଜ୍ୟରେ ବିଜେଡି ଓ ବିଜେପି ମେଣ୍ଟ ସରକାର ଚାଲୁଥିବା ସେ ଅଭିଯୋଗ ଆଣିବା ସହିତ କଂଗ୍ରେସ ମୌନ ବ୍ରତ ଅବଲମ୍ବନ କରୁଥିବା 'ମୋ ଦଳ' ର କାର୍ଯ୍ୟକାରୀ ସଭାପତି କହିଛନ୍ତି। ଯଦି ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶା ବାସୀ 'ମୋ ଦଳ' କୁ କ୍ଷମତାକୁ ଆଣିନ୍ତି ତେବେ ସରକାର ଗଠନର ୨୪ ଘଣ୍ଟା ମଧ୍ୟରେ ବାର୍ଦ୍ଧକ୍ୟ ଭତ୍ତାକୁ ୨ ହଜାର ଟଙ୍କାକୁ ବୃଦ୍ଧି କରାଯିବା । ଏହାସହ ଧାନ କୁଇଣ୍ଟାଲ ପିଛା ୩ ହଜାର ୪ଶହ ଓ ୨୦ ବର୍ଷରୁ ଚାଷୀ ସୁରକ୍ଷା ଭତ୍ତା ମାସିକ ୫ ହଜାର ଟଙ୍କା ନିମନ୍ତେ ଅଧ୍ୟାଦେଶ ଜାରି କରାଯିବ। ସେହିପରି ରାଜ୍ୟକୁ ସମ୍ପୂର୍ଣ୍ଣ ମଦମୁକ୍ତ ରାଜ୍ୟ ଘୋଷଣା କରାଯିବା ସହିତ ଦାଦନ ମୁକ୍ତ, ବେକାରୀ ମୁକ୍ତ ରାଜ୍ୟ ଗଠନର ବ୍ୟବସ୍ଥା କରାଯିବାକୁ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଶତାଧିକ ଚାଷୀ ଓ 'ମୋ ଦଳ' କର୍ମକର୍ତ୍ତା ଯୋଗ ଦେଇଥିଲେ। ସମସ୍ତ କର୍ମୀକୁ ଆଗାମୀ ନିର୍ବାଚନରେ ବିଜୟ କରାଇବା ନିମନ୍ତେ ସଂକଳ୍ପ ନେଇଥିଲେ। ଏହାସହ ଆସନ୍ତା ୭ ଦିନ ମଧ୍ୟରେ ଜିଲ୍ଲା ଓ ବ୍ଲକ ସ୍ତରୀୟ କମିଟି ଗଠନ ନିମନ୍ତେ ଘୋଷଣା କରାଯାଇଥିଲା।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.