ଜଗତସିଂହପୁର: ବାଲିକୁଦା ବ୍ଲକ ଗୋପାଳପୁର ପଞ୍ଚାୟତ ଖମ୍ବାକୂଳ ଗ୍ରାମରେ ଥିବା ପ୍ରଭୁ ନୃସିଂହ ନାଥ ମଠ ପରିସରରୁ ଆଜି ସୁରକ୍ଷା କର୍ମୀଙ୍କୁ ହଟାଇ ଦିଆଯାଇଛି । ଧୀରେ ଧୀରେ ଶାନ୍ତି ଫେରୁଥିବାରୁ ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ପ୍ରଶାସନ ପକ୍ଷରୁ ବିପକ୍ଷବାଦୀଙ୍କ ଦ୍ଵାରା ଜବର ଦଖଲ ଜମିକୁ ଆଜି ହଳବୁଲା ଆରମ୍ଭ କରିଛି।
ଗତ 2015ରୁ ମଠ ସମ୍ପତ୍ତିକୁ ନେଇ ମଠ ମହନ୍ତ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଫଳରେ ଉଭୟ ପକ୍ଷର ଏକାଧିକ ଲୋକ ଆହତ ହୋଇଥିଲେ । ସେ ସମୟରେ ପ୍ରଶାସନ ମଠ ପରିସର ରେ 144ଧାରା ଜାରି କରିଥିଲା । ଏହି ସମ୍ବେଦନଶୀଳ ମାମଲା ମଧ୍ୟ ହାଇକୋର୍ଟରେ ପହଞ୍ଚିଥିଲା ।
ଚଞ୍ଚକତା କରି ମହନ୍ତ 125 ଏକର ଜମି, ମଠର ସୁନା ଓ ଗୁପ୍ତ ଧନ ହଡ଼ପ କରି ଥିବା ବିପକ୍ଷ ବାଦୀ ଅଭିଯୋଗ କରିଆସୁଥିବା ବେଳେ ହାଇକୋର୍ଟ ମହନ୍ତଙ୍କ ସପକ୍ଷରେ ରାୟ ଦେଇଛନ୍ତି । ଯାହାକୁ ନେଇ ଗତ ବାହୁଡା ଯାତ୍ରା ସମୟ ରେ ବିପକ୍ଷ ବାଦୀ ପୋଲିସ ସହିତ ମୁଁହାମୁଁହି ହୋଇଥିଲେ । ଫଳରେ ସଙ୍ଘର୍ଷ ହୋଇ ପୋଲିସ ଅଧିକାରୀ ଆହତ ହେବାସହ 100ରୁ ଅଧିକ ବିପକ୍ଷବାଦୀଙ୍କୁ ପୋଲିସ ଗିରଫ କରିଥିଲା । ଗାଁ ଭିତରେ ପାଲିସର ଫ୍ଲାଗମାର୍ଚ୍ଚ ସହିତ ସଶସ୍ତ୍ର ପୋଲିସ ଜଗିରହିଥିଲେ । ପରିସ୍ଥିତିରେ ସୁଧାର ଆସିବା ଫଳରେ ପ୍ରଶାସନ ସୁରକ୍ଷାକର୍ମୀଙ୍କୁ ହଟାଇ ଦେଇଛି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ