ETV Bharat / state

ପରୀ ହତ୍ୟାକାଣ୍ଡ ମାମଲା: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ବିକ୍ଷୋଭ

ନୟାଗଡର କୁନି ଝିଅ ପରୀର ହତ୍ୟାକାଣ୍ଡ ଘଟଣାରେ ଜଗତସିଂହପୁର ଜିଲ୍ଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ...

ପରୀ ହତ୍ୟାକାଣ୍ଡ ମାମଲା
ପରୀ ହତ୍ୟାକାଣ୍ଡ ମାମଲା
author img

By

Published : Dec 4, 2020, 7:53 AM IST

ଜଗତସିଂହପୁର: ନୟାଗଡର କୁନି ଝିଅ ପରୀକୁ ନ୍ୟାୟ ଦାବି ଓ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବିକ୍ଷୋଭ ପ୍ରଦର୍ଶନ । ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି ।

ପରୀ ହତ୍ୟାକାଣ୍ଡ ମାମଲା

ଗୁରୁବାର ସନ୍ଧ୍ୟାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜିଲା ଆବାହକ ବିଶ୍ବଜିତ ପାତ୍ରଙ୍କ ନେତୃତ୍ବରେ ବିଦ୍ୟାର୍ଥୀ ପରିଷଦର କର୍ମକର୍ତ୍ତାମାନେ ଶୋଭାଯାତ୍ରାରେ ଆସି ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ । ଏହାସହ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଥିଲେ ।

ପରୀ ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ଏହି ଘଟଣାରେ ସିବିଆଇ ଯାଞ୍ଚ କରିବାକୁ ସେମାନେ ଦାବି କରିଥିଲେ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.