ETV Bharat / state

କିଡନୀ ପ୍ରତ୍ୟାରୋପଣକୁ ନେଇ ପ୍ରତିକ୍ରିୟା ରଖିଲେ ମୃତ ବାଳକର ବାପା-ମାଆ - ଏସସିବିରେ କିଡନୀ ପ୍ରତିରୋପଣ ଖବର

ବ୍ରେନ ଡେଡ୍ ପୁଅର କିଡନୀ ଦାନ କରିଥିବା ସୁଧାଂଶୁଙ୍କ ବାପା-ମାଆ ରଖିଲେ ପ୍ରତିକ୍ରିୟା । ସମାଜକୁ ଦେଲେ ଶିକ୍ଷଣୀୟ ବାର୍ତ୍ତା, କଣ କହିଲେ ଶୁଣନ୍ତୁ ।

କିଡନୀ ପ୍ରତ୍ୟାରୋପଣକୁ ନେଇ ପ୍ରତିକ୍ରିୟା ରଖିଲେ ମୃତ ବାଳକର ବାପା-ମାଆ

author img

By

Published : Jul 14, 2022, 10:17 PM IST

ଜଗତସିଂହପୁର: ୬ ବର୍ଷର ବାଳକ ବ୍ରେନ ଡେଡ୍ ଘୋଷଣା ପରେ ପୁଅ ଶରୀରର ବିଭିନ୍ନ ଅର୍ଗାନ ଦାନ କରିଥିବା ମୃତ ସୁଧାଂଶୁଙ୍କ ବାପା ଓ ମାଆ ରଖିଲେ ପ୍ରତିକ୍ରିୟା । ପୁଅ ଦୁନିଆକୁ ଭଲକି ଦେଖିବା ପୂର୍ବରୁ ଚାଲିଯାଇଛି, ଯଦି ତା' ଶରୀରର କିଛି ଅଙ୍ଗ ଅନ୍ୟମାନଙ୍କ ଜୀବନ ବଞ୍ଚାଇପାରୁଛି ତେବେ ତାହାହିଁ ହେବ ସବୁଠୁ ବଡ ଖୁସି । ମୃତ ଶରୀରକୁ ପୋଡି ଦେଲେ ତ ସବୁକିଛି ସରିଯିବ, ଯଦି ମୃତ ଘୋଷଣା ପରେ ବି ଶରୀରର ଅଙ୍ଗ ଅନ୍ୟମାନଙ୍କ ଜୀବନ ବଞ୍ଚାଇ ପାରୁଛି ତେବେ ତା'ଠୁ ବଳି ଆଉ କିଛି ଖୁସିନଥାଏ... ଏପରି କିଛି ସାମାଜିକ ବାର୍ତ୍ତା ଦେଇ ପୁଅକୁ ଝୁରି ହେଉଛନ୍ତି ସୁଧାଂଶୁଙ୍କ ବାପା-ମାଆ ।

କିଡନୀ ପ୍ରତ୍ୟାରୋପଣକୁ ନେଇ ପ୍ରତିକ୍ରିୟା ରଖିଲେ ମୃତ ବାଳକର ବାପା-ମାଆ

ପୁଅର କିଡନୀରେ ଦୁଇ ଜଣ ଜୀବନ ଫେରି ପାଇଥିବା ଖବର ଶୁଣି ଆନନ୍ଦ ଅନୁଭବ ହେଉଥିବା କହିଛନ୍ତି । ପୁଅର ମୃତ୍ୟୁ କଟକ SCB ରେ ହୋଇଥିଲା, ଯଦି ସେହିଠାରେ କିଡନୀ ପ୍ରତିରୋପଣ ହୋଇଥାନ୍ତା, ତେବେ ଆହୁରି ଅଧିକ ଖୁସି ଲାଗିଥାନ୍ତା ବୋଲି ସୁଧାଂଶୁଙ୍କ ବାପା-ମାଆ କହିଛନ୍ତି । ସୂଚନା ଅନୁଯାୟୀ, ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଈଶ୍ୱରପୁର ଗ୍ରାମର ସୌମ୍ୟ ରଞ୍ଜନ ଲେଙ୍କାଙ୍କ 6 ବର୍ଷର ପୁଅ ସୁଧାଂଶୁ ବାତ ଜନିତ ରୋଗରେ ଚିକିତ୍ସା ହେଉଥିବା ସମୟରେ ଡାକ୍ତର ତାଙ୍କୁ ବ୍ରେନ ଡେଡ୍ ଘୋଷଣା କରିଥିଲେ । ଫଳରେ ସୁଧାଂଶୁଙ୍କ ବାପା ସୌମ୍ୟ ରଞ୍ଜନ କିଡନୀ, ହାର୍ଟ ଓ ଲିଭର ଦାନ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ । ଫଳରେ କଟକ SCB ଡାକ୍ତରମାନେ ଏହି ଅର୍ଗାନଗୁଡିକ କାଢି ଭୁବନେଶ୍ବରର ଏକ ଘରୋଇ ମେଡ଼ିକାଲକୁ ପଠାଇଥିଲେ ।

ସେଠାରୁ କାଡାଭରିକ ପାଇଁ ଗ୍ରୀନ କରିଡନରେ SCB କୁ ଆସିଥିଲା କିଡନୀ । ମାତ୍ର ଏଠାରେ ଯେଉଁ ରୋଗୀଙ୍କ ଶରୀରରେ କିଡନୀ ପ୍ରତ୍ୟାରୋପଣ ହୋଇଥାନ୍ତା ସେମାନଙ୍କ ଶରୀରରେ ମେଳ ନ ଖାଇବାରୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଦୁଇ ଜଣ ରୋଗୀଙ୍କ ଶରୀରରେ ସଫଳ ପ୍ରତ୍ୟାରୋପଣ ହୋଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.