ETV Bharat / state

ପଣ୍ୟ କାରବାରରେ ରେକର୍ଡ ସତ୍ତ୍ବେ ପାରାଦ୍ବୀପ ପୋର୍ଟରେ ଖାଲିପଡିଛି ଅନେକ ପଦବୀ - ପାରାଦ୍ବୀପ ପୋର୍ଟ ୱାର୍କସ ୟୁନିୟନ

ନିଯୁକ୍ତି ସମସ୍ୟା ନେଇ ପାରାଦ୍ବୀପ ପୋର୍ଟ ୱାର୍କସ ୟୁନିୟନ ସମ୍ବାଦିକ ସମ୍ମିଳନୀ କରିଛି । ଅଧିକ ପଢନ୍ତୁ

paradip port workers union
paradip port workers union
author img

By

Published : Sep 8, 2022, 3:04 PM IST

ଜଗତସିଂହପୁର: ପଣ୍ୟ କାରବାରରେ ପାରାଦ୍ବୀପ ରେକର୍ଡ କରୁଛି । ଲୁହାପଥର ରପ୍ତାନୀ କାରବାର ବୃଦ୍ଧି ହେବାରୁ ଜାହାଜ ବର୍ଥ ମଧ୍ୟ ବଢୁଛି । ପ୍ରତିବର୍ଷ ପାରାଦ୍ବୀପ ବନ୍ଦର ଶହେ ମିଲିୟନ ମେଟ୍ରିକ ଟନ୍ ପଣ୍ୟ କାରବାର କରି ରେକର୍ଡ କରୁଛି । କାରବାର ବଢୁଛି ହେଲେ ନିଯୁକ୍ତ ବଢୁନାହିଁ । କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ପାଖାପାଖି ୧୩ ଲକ୍ଷ ପଦବୀ ଖାଲି ପଡ଼ିଛି । ବନ୍ଦର କ୍ଷେତ୍ରରେ ପାଖାପାଖି ୨ ରୁ ୩ ଲକ୍ଷ ପଦବୀ ଖାଲି ଅଛି ହେଲେ ନିଯୁକ୍ତ ସମସ୍ୟା ଦୂର ହେଉନାହିଁ । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ପାରାଦ୍ବୀପ ପୋର୍ଟ ୱାର୍କସ ୟୁନିୟନ ।

paradip port workers union

ଏ ନେଇ ସାମ୍ବାଦିକ ସମ୍ମିଳନୀ କରି ସମସ୍ୟାର ସମାଧାନ ପାଇଁ ପୋର୍ଟ ୱାର୍କସ ୟୁନିୟନ ସଭାପତି ପଞ୍ଚାନନ କାନୁନଗୋ କହିଛନ୍ତି, "ବନ୍ଦରରେ ବିଭିନ୍ନ ବିଭାଗରେ ବହୁ ପଦବୀ ଖାଲି ପଡିଛି । ୧୨ ରୁ ୧୫ ବର୍ଷ ହେଲା ଡିଏଲଆର ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ ରେଗୁଲାର କରାଯାଉନାହିଁ । ଏପରିକି ଦୀର୍ଘ ବର୍ଷ ହେଲା କର୍ମଚାରୀମାନଙ୍କ କ୍ଷେତ୍ରରେ ପ୍ରମୋସନ ରୁଲ୍‌ ଲାଗୁ କରାଯାଉନାହିଁ ।" ଯାହାକୁ ନେଇ ବର୍ଷିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ । ପାରାଦ୍ଵୀପରେ ପହଞ୍ଚି ବନ୍ଦର ଅଧ୍ୟକ୍ଷ ପି ଏଲ ହାରନାଦଙ୍କୁ ଭେଟିବା ସହିତ କର୍ମଚାରୀ ଓ ଶ୍ରମିକମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି ପଞ୍ଚାନନ କାନୁନଗୋ ।

ବନ୍ଦରରେ କଣ୍ଟେନର କାର୍ଗୋ ପରିବହନକୁ ପ୍ରାଧାନ୍ୟ ଦେବାକୁ ଅନୁରୋଧ କରିଛନ୍ତି । ଏହାପରେ ପାରାଦ୍ଵୀପ ପୋର୍ଟ ଓ୍ବାର୍କସ ୟୁନିୟନ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା ପାରାଦ୍ଵୀପ ପୋର୍ଟ ଓ୍ବାର୍କସ ୟୁନିୟନର ସଭାପତି ପଞ୍ଚାନନ କାନୁନଗୋ । ଆଗାମୀ ଦିନରେ ଶ୍ରମିକମାନଙ୍କ ସ୍ବାର୍ଥ ପାଇଁ ପାରାଦ୍ଵୀପ ବନ୍ଦର ଓ୍ବାର୍କସ ୟୁନିୟନ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି ।

ଏହା ବି ପଢନ୍ତୁ...ଲୁହପଥର ରପ୍ତାନୀରେ ରେକର୍ଡ ସୃଷ୍ଟି କଲା ପାରାଦ୍ୱୀପ ବନ୍ଦର

ସେ ଆହୁରି କହିଛନ୍ତି, "ପୋର୍ଟରେ କାରବାର ବୃଦ୍ଧି ହେଉଛି ହେଲେ ନିଯୁକ୍ତ କ୍ଷେତ୍ରରେ କୌଣସି ବୃଦ୍ଧି ହେଉନାହିଁ । ତଥ୍ୟ ଅନୁସାରେ ବନ୍ଦରରେ ଅନେକ ପଦବୀ ଖାଲି ପଡିଛି । ତୁରନ୍ତ ଖାଲି ପଦବୀ ପୁରଣ କରାଯାଉ । ପାରାଦ୍ବୀପ ବନ୍ଦର କେବଳ ଓଡିଶାରେ ନୁହେଁ ସାରା ଓଡିଶାର ଗର୍ବ ଓ ଗୌରବ । ତୁରନ୍ତ ଏଠାରେ ଏକ କଣ୍ଟେନର ସିପର ଆରମ୍ଭ ହେଉ ।"

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.