ETV Bharat / state

ସାମ୍ବାଦିକ ସମ୍ମିଳନୀ କରି ବାପି ସର୍ଖେଲଙ୍କୁ ଟାର୍ଗେଟ କଲା ଶ୍ରମିକ ସଂଗଠନ - ବାପି ସର୍ଖେଲଙ୍କୁ ଟାର୍ଗେଟ କଲା ଶ୍ରମିକ ସଂଗଠନ

ଆଇଓସିଏଲରେ (Indian Oil Corporation Ltd, Paradip) କାର୍ଯ୍ୟ କରୁଥିବା ଶ୍ରମିକଙ୍କ ସମସ୍ୟାକୁ ନେଇ ପେଟ୍ରୋଲିୟମ ପ୍ରଡକ୍ଟସ ହ୍ୟାଣ୍ଡଲିଂ ଆଣ୍ଡ କ୍ୟାରିଅର ଏମପ୍ଲୋଇଜ ୟୁନିୟନ (Petroleum Products Handling and Carrier Employees Union)ର ସାମ୍ବାଦିକ ସମ୍ମିଳନୀ । ବାପି ସର୍ଖେଲଙ୍କୁ ଟାର୍ଗେଟ କଲା ଶ୍ରମିକ ସଂଗଠନ । ଅଧିକ ପଢନ୍ତୁ

ସାମ୍ବାଦିକ ସମ୍ମିଳନୀରେ ବାପି ସର୍ଖେଲଙ୍କୁ ଟାର୍ଗେଟ କଲା ଶ୍ରମିକ ସଂଗଠନ

author img

By

Published : Dec 14, 2022, 10:33 AM IST

ସାମ୍ବାଦିକ ସମ୍ମିଳନୀରେ ବାପି ସର୍ଖେଲଙ୍କୁ ଟାର୍ଗେଟ କଲା ଶ୍ରମିକ ସଂଗଠନ

ପାରାଦ୍ବୀପ: ପେଟ୍ରୋଲିୟମ ପ୍ରଡକ୍ଟସ ହ୍ୟାଣ୍ଡଲିଂ ଆଣ୍ଡ କ୍ୟାରିଅର ଏମପ୍ଲୋଇଜ ୟୁନିୟନ (Petroleum Products Handling and Carrier Employees Union) ପକ୍ଷରୁ ରଙ୍ଗିଆଗଡ ୟୁନିୟନ କାର୍ଯ୍ୟାଳୟରେ ଆଇଓସିଏଲରେ (Indian Oil Corporation Ltd, Paradip) କାର୍ଯ୍ୟ କରୁଥିବା ଶ୍ରମିକଙ୍କ ସମସ୍ୟାକୁ ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବାପି ସର୍ଖେଲ ଶ୍ରମିକଙ୍କୁ ମିଛ କହି ନିଜ ସଂଗଠନରେ ମିଶାଉଥିବା ଅଭିଯୋଗ କରିଛି ପାରାଦ୍ବୀପ ତୈଳ ବିଶୋଧନାଗାରର ପେଟ୍ରୋଲିୟମ ପ୍ରଡକ୍ଟ ହ୍ୟାଣ୍ଡେଲିଂ ଆଣ୍ଡ କ୍ୟାରିୟର ଏମପ୍ଲୋଇଜ ୟୁନିୟନ ।

ଗତ ୬ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ପାରାଦ୍ବୀପ ତୈଳ ବିଶୋଧନାଗାର (IOCL) ଆଗରେ ବାପି ସର୍ଖେଲ ନିଜ ସଂଗଠନକୁ ଧରି ଧାରଣା ଦେଇଥିଲେ । ତେବେ କମ୍ପାନୀ ସହ ସଲାସୁତୁରାରେ ଶ୍ରମିକଙ୍କ ଦାବି ସହ ନିଜକୁ ଶ୍ରମିକ ନେତା କହୁଥିବା ବାପି ସର୍ଖେଲ ଖେଳ ଖେଳିଛନ୍ତି ବୋଲି ୟୁନିୟନ ଅଭିଯୋଗ କରିଛି । ଏନେଇ ଶ୍ରମିକ ନେତା କହିଛନ୍ତି, "ଆମ ସଂଗଠନ ଏପ୍ରିଲ ୨୦୨୨ରୁ ଶ୍ରମିକମାନଙ୍କ ସ୍ବାର୍ଥ ସମ୍ବଳିତ ବିଭିନ୍ନ ଦାବି ଦେଇଥିବା ବେଳେ ମାଗଣାରେ ଗାଡି ପାର୍କିଂ, କମ୍ପାନୀ ଭିତରେ ପିଇବା ପାଣି, ବିଶ୍ରାମାଗାର, କ୍ୟାଣ୍ଟିନ୍ ଓ ଟେଣ୍ଡରକୁ ସୁଧାର କରି ଉପଯୁକ୍ତ ଠିକାଦାର ନିଯୁକ୍ତି ଦାବି ଗୁଡିକ ବହୁ ପୂର୍ବରୁ ତୈଳ ବିଶୋଧନାଗାର କର୍ତ୍ତୃପକ୍ଷ ମାନି ନେଇଛନ୍ତି । ଏବେ ସର୍ଖେଲ ଏହି ଦାବି ତାଙ୍କ ୟୁନିୟନ ପାଇଁ ପୂରଣ ହୋଇଥିବା ବାହାସ୍ପଟ ମାରୁଛନ୍ତି ।"

ଶ୍ରମିକ ନେତା କହିଛନ୍ତି, "ଶ୍ରମିକମାନଙ୍କୁ ୬ରୁ ୯ ହଜାର ଦରମା ବୃଦ୍ଧି ଆମ ସଂଗଠନ ବହୁ ପୂର୍ବରୁ ଦାବି କରିଥିବାବେଳେ କମ୍ପାନୀ ଦୈନିକ ୧୦୦ ଟଙ୍କା ବୃଦ୍ଧି କରିବା ପାଇଁ କହିଛି । ଆମ ସଂଗଠନ କମ୍ପାନୀର ନିଷ୍ପତ୍ତି ନମାନି ଶ୍ରମ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଛି । ଯାହା ଏବେ ବିଚାରଧୀନ ରହିଛି । କିନ୍ତୁ ସର୍ଖେଲ ଶ୍ରମିକମାନଙ୍କ ଦରମା ବଢାଇ ଦେଇଛି ବୋଲି ବାହାସ୍ପଟ ମାରୁଛନ୍ତି । ବିଶୋଧନାଗାର କର୍ତ୍ତୃପକ୍ଷ ସେହି ଶ୍ରମିକ ସଙ୍ଗଠନକୁ ଧରି ଶ୍ରମିକଙ୍କ ଦାବି ପ୍ରତି ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ।" ତେବେ ଆମ ସଂଗଠନ ଦେଇଥିବା ଦାବି ପ୍ରତି ଯଦି ବିଶୋଧନାଗାର କର୍ତ୍ତୃପକ୍ଷ ଦାୟିତ୍ଵବାନ ନହୁଅନ୍ତି ତେବେ ଶ୍ରମିକଙ୍କୁ ଧରି ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ସାମ୍ବାଦିକ ସମ୍ମିଳନୀରେ ଶ୍ରମିକ ନେତାମାନେ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.