ETV Bharat / state

ପାରାଦୀପରେ ଡବଲ ମର୍ଡର: 2 ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର - mental

ରବିବାର ସକାଳେ ନେହୁର ବଙ୍ଗଳା ମାର୍କେଟ ଠାରୁ କିଛି ମିଟର ଦୂରରେ ଗୋଟେ ମୃତଦେହ ପଡ଼ି ଥିବାବେଳେ ଅନ୍ୟ ଏକ ମୃତଦେହ ଥାନା ପାଖରୁ100 ମିଟର ଦୂରରେ ପଡିଥିବା ଦେଖିବାକୁ ମିଳିଥିଲା ।  ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର
author img

By

Published : Jun 30, 2019, 12:31 PM IST

ଜଗତସିଂହପୁର: ପାରାଦୀପ ମେରାଇନ ଥାନ ଅଞ୍ଚଳରେ ଡବଲ ମର୍ଡର ଦେଖିବାକୁ ମିଳିଛି । ରବିବାର 2ଜଣ ମାନସିକ ବିକାରଗ୍ରସ୍ତ ଲୋକଙ୍କୁ ପାରାଦୀପର ମେରାଇନ ଥାନା ଅଞ୍ଚଳରେ କେହି ପଥରରେ ଛେଚି ହତ୍ୟା କରିଥିବା ନେଇ ପୋଲିସ ସନ୍ଦେହ କରୁଛି ।

ମେରାଇନ ଥାନା ଅଧିକାରୀ ପ୍ରଦ୍ୟୁମ୍ନ ବେହେରାଙ୍କ ସୂଚନା ଅନୁସାରେ, ରବିବାର ସକାଳେ ନେହୁରୁ ବଙ୍ଗଳା ମାର୍କେଟ ଠାରୁ କିଛି ମିଟର ଦୂରରେ ଗୋଟେ ମୃତଦେହ ପଡ଼ି ଥିବାବେଳେ ଅନ୍ୟ ଏକ ମୃତଦେହ ଥାନା ପାଖରୁ100 ମିଟର ଦୂରରେ ପଡିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର
ତେବେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ପୃଥକ ପୃଥକ ପଡିଥିବା ମୃତଦେହ ଦୁଇଟି 2ଜଣ ମାନସିକ ବିକାରଗ୍ରସ୍ତ ଲୋକଙ୍କର ଅଟେ । ତେବେ କେହି ଜଣେ ତାଙ୍କୁ ହତ୍ୟା କରିଥାଇ ପରେ ବୋଲି ପାରିପାର୍ଶ୍ବିକ ସ୍ଥିତିରୁ ପୋଲିସ ଅନୁମାନ କରୁଛି ।

ଏପଟେ ବର୍ଷା ଲାଗି ରହିଥିବାରୁ ମୃତଦେହ ପାଖରେ ପଡିଥିବା ରକ୍ତଭିଜା ପଥରକୁ ଚିହ୍ନଟ କରିଯାଇପାରି ନାହିଁ। ତେବେ ପୋଷ୍ଟମଟମ ରିପୋର୍ଟ ଆସିଲେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ପୋଲିସ କହିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.