ଜଗତସିଂହପୁର: ପାରାଦ୍ବୀପ ଏଲଆଇସି ଅଫିସରେ ସଟଡାଉନ । କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପାରାଦୀପ ଏଲଆଇସି ଅଫିସକୁ ଦୁଇଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି ।
ସୂଚନା ଅନୁଯାୟୀ ପାରାଦୀପ 'ଏଲଆଇସି' ଅଫିସର କିଛି କର୍ମଚାରୀଙ୍କର କୋଭିଡ୍ ସଂକ୍ରମଣ ଯୋଗୁ ଏବଂ ସର୍ବ ସାଧାରଣଙ୍କର ସୁରକ୍ଷା ଦୃଷ୍ଟିରୁ ଏପ୍ରିଲ ୨୭ ଓ ୨୮ ଦୁଇଦିନ ପାଇଁ ପାରାଦୀପ ଶାଖା ଏଲଆଇସି ଅଫିସକୁ ସଟଡାଉନ କରାଯାଇଛି। ଏହି ଦୁଇଦିନ ଅଫିସ କାର୍ଯ୍ୟାଳୟକୁ ସାନିଟାଇଜ୍ କରାଯିବ ବୋଲି ପାରାଦୀପ ଏଲ ଆଇସି ଅଫିସର ସହ ଶାଖା ପ୍ରବନ୍ଧକ ପକ୍ଷରୁ ସୂଚନା ଦିଆଯାଇଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ