ETV Bharat / state

ଗୋପାଳପୁର ବନ୍ଦରର ସର୍ବକାଳୀନ ରେକର୍ଡ, ୪୦ ଘଣ୍ଟାରେ ୮୬୭୦୦ ମେଟ୍ରିକ୍ ଟନ୍ ଲୁହାପଥର ଲୋଡିଂ - ଲୁହାପଥର ଲୋଡିଂରେ ପାରାଦ୍ବୀପ ବନ୍ଦରର ନୂଆ ରେକର୍ଡ

ଗୋପାଳପୁର ବନ୍ଦରର ପ୍ରଥମ ଥର ପାଇଁ ଲୋଡିଂ ହେଲା ସର୍ବାଧିକ ଲୁହାପଥର । ମାତ୍ର ୪୦ ଘଣ୍ଟାରେ ୮୬,୭୦୦ ମେଟ୍ରିକ୍ ଟନ୍ ଲୁହାପଥର ଲୋଡିଂ କରାଯାଇ ନୂଆ ରେକର୍ଡ ସୃଷ୍ଟି କରିଛି । ଅଧିକ ପଢ଼ନ୍ତୁ

paradeep port sets new record
ଲୁହାପଥର ଲୋଡିଂରେ ପାରାଦ୍ବୀପ ବନ୍ଦରର ନୂଆ ରେକର୍ଡ
author img

By

Published : Jul 18, 2023, 5:23 PM IST

ବ୍ରହ୍ମପୁର: ରାଜ୍ୟର ଗୋପାଳପୁର ବନ୍ଦର ପଣ୍ୟ ଲୋଡିଂ କ୍ଷେତ୍ରରେ ସର୍ବକାଳୀନ ରେକର୍ଡ କରିଛି । ବନ୍ଦରରେ ମାତ୍ର ୪୦ ଘଣ୍ଟାରେ ୮୬,୭୦୦ ମେଟ୍ରିକ୍ ଟନ୍ ଲୁହାପଥର ଲୋଡିଂ କରାଯାଇ ଏହି ରେକର୍ଡ ହୋଇଛି । ରାଜ୍ୟର ଗଭୀରତମ ସବୁଦିନିଆ ଓ ୨୪ ଘଣ୍ଟା ପରିଚାଳିତ ହେଉଥିବା ଗୋପାଳପୁର ବନ୍ଦର ଶୁଭାରମ୍ଭ ହେବା ପରଠାରୁ ମାନୁଆଲ୍ ମାଧ୍ୟମରେ ଦ୍ରୁତତମ ଲୁହାପଥର ଲମ୍ପ୍‌ସ ଲୋଡିଂ ହାସଲ କରିଛି ।

ଜେଏସ୍‌ଡବ୍ଲୁ ଷ୍ଟିଲ୍ ଦ୍ୱାରା ମନୋନୀତ ଜାହାଜ ଏମ୍‌ଭି ରିଚି ସ୍ପିଙ୍ଗ୍‌ରେ ୨୪ ଘଣ୍ଟା ମଧ୍ୟରେ ୫୯,୧୫୦ ମେଟରିକ୍ ଟନ୍ ଲୁହାପଥର ଲମ୍ପ୍‌ସ ଲୋଡିଂ କରି ଗୋପାଳପୁର ବନ୍ଦର ଇତିହାସ ସୃଷ୍ଟି କରିଛି । ଗତ ୨୦୨୩ ଜୁଲାଇ ୧୫ରେ ଘଣ୍ଟା ପିଛା ହାରାହାରି ୨,୧୬୭ ଏମ୍‌ଟି ଲୋଡିଂ ସହ ଜାହାଜରେ ୮୬,୭୦୦ ଏମ୍‌ଟି ଲୁହାପଥର ଲୋଡିଂ କରିବା ରେକର୍ଡ ବନ୍ଦର ହାସଲ କରିଛି । ଏହି ରେକର୍ଡ ପାଇଁ ଜାହାଜର ମାଷ୍ଟରଙ୍କ ତରଫରୁ ଗୋପାଳପୁର ବନ୍ଦରକୁ ଏକ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି । ଏହି ସଫଳତା ସମ୍ପର୍କରେ ଏସ୍‌ପି ପୋର୍ଟ ମେଣ୍ଟେନାନ୍ସର ପରିଚାଳନା ନିର୍ଦ୍ଦେଶକ ଅମିତ ସାବୁ କହିଛନ୍ତି ଯେ, "ଆମ ଟିମ୍‌ର ସଫଳତାକୁ ନେଇ ଆମେ ବେଶ ଗର୍ବିତ । ଏହି ରେକର୍ଡ ଭଙ୍ଗକାରୀ ସଫଳତା ଗୋପାଳପୁର ବନ୍ଦରର ପଣ୍ୟ ପରିଚାଳନା ଦକ୍ଷତା ଓ ବିପୁଳ ପରିମାଣର ପଣ୍ୟ ପରିଚାଳନା କ୍ଷମତାର ପ୍ରତିଫଳନ ବୋଲି କୁହାଯାଇଛି ।" ଗୋପାଳପୁର ବନ୍ଦର ଏହାର ଗ୍ରାହକଙ୍କୁ ସର୍ବଦା ପ୍ରାଧାନ୍ୟ ଦେଇ ଆସୁଛି ଏବଂ ଜାହାଜକୁ ବର୍ଥକୁ ଆଣିବା ପୂର୍ବରୁ ପୂର୍ଣ୍ଣ ଯୋଜନା ସହ ତାହାର ଉପଯୁକ୍ତ ଫିଡିଂ ଏବଂ ସୁରକ୍ଷାର ସହ ଜାହାଜର ଲୋଡିଂକୁ ସୁନିଶ୍ଚିତ କରାଯାଉଛି । ରାଜ୍ୟର ଶ୍ରେଷ୍ଠ ରେଳ ଓ ସଡ଼କ ସଂଯୋଗ କରୁଥିବା ଗୋପାଳପୁର ବନ୍ଦର ମାଲ ପରିବହନରେ ନିରନ୍ତର ନୂଆ ରେକର୍ଡ ସୃଷ୍ଟି କରୁଥିବା ଗୋପାଳପୁର ବନ୍ଦର ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭି. ଜନାର୍ଦ୍ଦନ ରାଓ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ପଣ୍ୟ ପରିବହନ କ୍ଷେତ୍ରରେ ପାରାଦ୍ବୀପ ବନ୍ଦରର ନୂଆ ରେକର୍ଡ

ନିକଟରେ ବନ୍ଦର ପକ୍ଷରୁ ଏମ୍‌ଭି ନିଉ ପ୍ରେଷ୍ଟିଜ୍‌ରେ ୨୪ ଘଣ୍ଟାରେ ୩୨,୦୦୦ ମେଟ୍ରିକ୍ ଟନ୍ କୋଇଲା ଡିସ୍‌ଚାର୍ଜ କରାଯାଇଥିଲା । ଗୋପାଳପୁର ବନ୍ଦରରେ ଦିନକୁ 20ରୁ ଅଧିକ ରେକ୍ ପରିଚାଳନା କରିବାର କ୍ଷମତା ରହିଛି ଏବଂ ନୌବାଣିଜ୍ୟ କାର୍ଯ୍ୟରେ ଏହି ରେକର୍ଡ ଭଙ୍ଗକାରୀ ପ୍ରଦର୍ଶନ ଏହାକୁ ଏକ ଭରସାଯୋଗ୍ୟ ଓ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ପଥରେ ପରିଣତ କରିଛି । ଗୋପାଳପୁର ବନ୍ଦର ପୂର୍ବ ଭାରତର ପରବର୍ତ୍ତୀ ସୁପର ବନ୍ଦରରେ ପରିଣତ ହେବାକୁ ପୂର୍ଣ୍ଣ ପ୍ରସ୍ତୁତ ବୋଲି କୁହାଯାଇଛି । ଗୋପାଳପୁର ବନ୍ଦରକୁ ୨୦୧୭ ପର ଠାରୁ ସାପୁରଜୀ ପାଲୋଞ୍ଜି ଗ୍ରୁପ୍ ଅଧିନରେ ପରିଚାଳିତ ହେବା ପରେ ବନ୍ଦରରେ ୧୪.୫ ମିଟର ପର୍ଯ୍ୟନ୍ତ ଗଭୀରତା ସହ ବୃହତ ଜାହାଜ ପରିଚାଳନା କରିବାର ଆବଶ୍ୟକ ଭିତ୍ତିଭୂମି ରହିଛି । ବନ୍ଦରରେ ୨.୫ ଏମ୍‌ଟି ପଣ୍ୟ ସଂରକ୍ଷିତ ରଖିବା ଲାଗି ଖୋଲା ଓ ବନ୍ଦ ସଂରକ୍ଷଣ ବ୍ୟବସ୍ଥା ରହିଛି ଯାହା ବିଭିନ୍ନ ପ୍ରକାର ପଣ୍ୟ ଓ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରୁଛି । ଏଠାରେ ୮ଟି କାର୍ଯ୍ୟକ୍ଷମ ଥିବା ରେଳୟାର୍ଡ ସାଇଡିଂ ରହିଛି ଯାହା ବିବିଧ ପଣ୍ୟକୁ ନିରବଚ୍ଛିନ୍ନ ଭାବେ ପରିଚାଳନା କରିପାରୁଛି । ଗୋପାଳପୁର ବନ୍ଦର ଗୁରୁତ୍ୱପୂର୍ଣ୍ଣ ଭାବେ ପାରାଦ୍ବୀପ ଓ ବିଶାଖାପାଟଣା ବନ୍ଦର ମଝିରେ ରହିଛି ଯାହା ଏହାକୁ ଆମଦାନୀ ଏବଂ ଭାରତର ପୂର୍ବ ଉପକୂଳ ପରିବହନ ପାଇଁ ଶ୍ରେଷ୍ଠ ସ୍ଥାନ ଭାବେ ଉପସ୍ଥାପିତ କରିଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.