ETV Bharat / state

କଳିଙ୍ଗ ବାଲିଯାତ୍ରା: ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି, ଆପାତକାଳୀନ ଦୁର୍ଘଟଣା ପାଇଁ ବୀମା ବ୍ୟବସ୍ଥା - କଳିଙ୍ଗ ବାଲିଯାତ୍ରା

ଆସନ୍ତାକାଲିଠାରୁ ପାରାଦ୍ବୀପ କଳିଙ୍ଗ ବାଲିଯାତ୍ରା । ବିଜୁ ମୈଦାନରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ । ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ଆପାତକାଳୀନ ଦୁର୍ଘଟଣା ପାଇଁ ସାଧାରଣ ବୀମାର ବ୍ୟବସ୍ଥା କରାଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅଧିକ ପଢ଼ନ୍ତୁ

କଳିଙ୍ଗ ବାଲିଯାତ୍ରା: ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି, ଆପାତକାଳୀନ ଦୁର୍ଘଟଣା ପାଇଁ ବୀମା ବ୍ୟବସ୍ଥା

author img

By

Published : Nov 6, 2022, 8:09 PM IST

ପାରାଦ୍ବୀପ: ଆସନ୍ତାକାଲିଠାରୁ ଆରମ୍ଭ ହେବ କଳିଙ୍ଗ ବାଲିଯାତ୍ରା । ଏନେଇ ପାରାଦ୍ବୀପର ବିଜୁ ମୈଦାନରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଦୀର୍ଘ ୭ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରାର ସୁପରିଚାଳନା ପାଇଁ ପାରାଦ୍ବୀପ ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧୀରେ, ପୌରଧ୍ୟକ୍ଷ ବସନ୍ତ କୁମାର ବିଶ୍ବାଳଙ୍କ ସମେତ ବିଭିନ୍ନ କମିଟି ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଛି ।

କଳିଙ୍ଗ ବାଲିଯାତ୍ରା: ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି, ଆପାତକାଳୀନ ଦୁର୍ଘଟଣା ପାଇଁ ବୀମା ବ୍ୟବସ୍ଥା

ଏହି ଯାତ୍ରାରେ ଲକ୍ଷାଧିକ ଲୋକଙ୍କ ସମ୍ଭାବ୍ୟ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆପାତକାଳୀନ ଦୁର୍ଘଟଣା ପାଇଁ ସାଧାରଣ ବୀମାର ବ୍ୟବସ୍ଥା କରାଯାଇଛି । ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ପାଇଁ ୭ ପ୍ଲାଟୁନ ପୋଲିସ ଫୋର୍ସ ସହିତ ୨୦ ଜଣ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯିବ ବୋଲି ପାରାଦ୍ବୀପ ଅତିରିକ୍ତ ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି । ସେହିଭଳି ବାଲିଯାତ୍ରା ସମୟରେ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ସମୁଦ୍ର ସ୍ନାନ ଉପରେ କଟକଣା ଜାରି କରାଯାଇଛି । ପାରାଦ୍ବୀପ ସମୁଦ୍ର ଅତ୍ୟନ୍ତ ଜୁଆରିଆ ଓ ପାଣିରେ କରେଣ୍ଟ ରହୁଥିବାରୁ ୫୦ ଜଣ ଲାଇଫ ଗାର୍ଡ ମୁତୟନ କରାଯିବାକୁ ନିଷ୍ପତ୍ତି ହୋଇଛି ।

ବାଲିଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ପଲ୍ଲୀଶ୍ରୀ ମେଳା ସହିତ ୫ଶହରୁ ଅଧିକ ଷ୍ଟଲ୍‌ ନିର୍ମାଣ କରାଯାଇଛି । ସେହିଭଳି ପ୍ରତ୍ୟେକ ସନ୍ଧ୍ୟାରେ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବ୍ୟବସ୍ଥା କରାଯାଇଛି । ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଚଳିତ ବର୍ଷ ୫୬ଟି ସୁନାମଧନ୍ୟ ସାଂସ୍କୃତିକ ଦଳକୁ ଆମନ୍ତ୍ରଣ କରାଯାଇଛି । ଦୀର୍ଘ ୭ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରାର ସୁପରିଚାଳନା ପାଇଁ ପାରାଦ୍ବୀପ ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧୀରେ, ପାରାଦ୍ବୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ବାଳଙ୍କ ସମେତ ବିଭିନ୍ନ କମିଟି ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଛି ।

ନୌ ବାଣିଜ୍ୟର ପରମ୍ପରା ଐତିହ ସଂସ୍କୃତିକୁ ଭିତ୍ତିକରି ପାରାଦ୍ବୀରେ କଳିଙ୍ଗ ବାଲିଯାତ୍ରା ଅନୁଷ୍ଠିତ ହୋଇ ଆସୁଛି । ୧୯୯୨ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ପାରାଦ୍ବୀପରେ କଳିଙ୍ଗ ବାଲିଯାତ୍ରାର ପରିକଳ୍ପନା କରିଥିଲେ । ସେହିଦିନଠାରୁ ଆଜି ଯାଏଁ ପାରାଦ୍ବୀପ ସମୁଦ୍ର ବେଳାଭୂମି ବିଜୁ ମୈଦାନରେ କଳିଙ୍ଗ ବାଲିଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇ ଆସୁଛି । ୨୦୧୯ରେ କୋଭିଡ କଟକଣା କାରଣରୁ ବାଲିଯାତ୍ରାକୁ ବନ୍ଦ କରି ଦିଆଯାଇଥିଲା । ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଥବାରୁ ଚଳିତ ବର୍ଷ ପୁଣିଥରେ ଏହି ଯାତ୍ରା ଆୟୋଜନ କରାଯାଉଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.