ETV Bharat / state

ପାରାଦ୍ବୀପ ଗ୍ୟାସ ଟର୍ମିନାଲରେ ପୁଣି ଶ୍ରମିକ ଅଶାନ୍ତି

author img

By

Published : Jan 30, 2021, 5:20 PM IST

ବାହାର ରାଜ୍ୟରୁ ଆସି ପାରଦ୍ବୀପର ଗ୍ୟାସ ଟର୍ମିନାଲରେ କାମ କରୁଥିବା ଶ୍ରମିକଙ୍କ ମଧ୍ୟରେ ପୁଣି ଅଶାନ୍ତି ଦେଖାଦେଇଛି । ଅଧିକ ପଢନ୍ତୁ...

Paradeep Gas terminal workers protested on demanding salary of 3 months
ପାରାଦ୍ବୀପ ଗ୍ୟାସ ଟର୍ମିନାଲରେ ପୁଣି ଶ୍ରମିକ ଅଶାନ୍ତି

ଜଗତସିଂହପୁର: ଜିଲ୍ଲାର ପାରାଦ୍ବୀପଠାରେ ଥିବା ଗ୍ୟାସ ଟର୍ମିନାଲରେ ପୁଣି ଶ୍ରମିକ ଅଶାନ୍ତି ଦେଖାଦେଇଛି । ବାହାର ରାଜ୍ୟରୁ ଆସିଥିବା ୨୦ରୁ ଊର୍ଦ୍ଧ୍ବ ଶ୍ରମିକଙ୍କୁ ତିନି ମାସର ଦରମା ଦିଆଯାଇ ନାହିଁ । ଏଣୁ ଶ୍ରମିକମାନେ ଗତ 3 ଦିନ ଧରି ଧାରଣାରେ ବସିଛନ୍ତି ।

ଆନ୍ଦୋଳନ କରୁଥିବା ଶ୍ରମିକମାନେ ବାହାର ରାଜ୍ୟରୁ ଆସି ଆଇଓସିଏଲ ଗ୍ୟାସ ଟର୍ମିନାଲର ପାଇପ ଲାଇନ୍‌ରେ କାର୍ଯ୍ୟ କରୁଛନ୍ତି । ପ୍ରଥମ ମାସରେ ସେମାନେ 20 ଦିନ କାମ କରିଥିବା ବେଳେ ସେମାନଙ୍କୁ ମାତ୍ର 10 ଦିନ କାର୍ଯ୍ୟର ଦରମା ପ୍ରଦାନ କରାଯାଇଛି । ଦରମା ପ୍ରଦାନ କରିବା ପାଇଁ ସମ୍ପୃକ୍ତ ଠିକାଦାର ଗୋଟିଏ ପରେ ଗୋଟିଏ ତାରିଖ ଦେଉଥିଲେ ମଧ୍ୟ ସେମାନଙ୍କୁ ଦରମା ପ୍ରଦାନ କରୁନଥିବା ଅଭିଯୋଗ ହୋଇଛି ।

ଫଳରେ ଅର୍ଥ ଅଭାବରୁ ଦୀର୍ଘ ଦିନ ହେଲା ଶ୍ରମିକଙ୍କ ନିକଟରେ କୌଣସି ରାସନ ସାମଗ୍ରୀ ନଥିବାରୁ ସେମାନେ ଖାଇବା ପିଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶ୍ରମିକମାନେ ଉତ୍ତର ପ୍ରଦେଶ, ବିହାର ପ୍ରଭୃତି ରାଜ୍ୟରୁ ଆସି ପାରାଦ୍ବୀପରେ କାମ କରୁଛନ୍ତି । ତେବେ ଆସନ୍ତା ଦୁଇ ଦିନ ମଧ୍ୟରେ ଆନ୍ଦୋଳନରତ ଶ୍ରମିକଙ୍କୁ ଦରମା ପ୍ରଦାନ କରାନଗଲେ ସେମାନେ ଗ୍ୟାସ ଟର୍ମିନାଲର ମୁଖ୍ୟ ଗେଟ୍‌ରେ ତାଲା ପକାଇବା ସହିତ ଆମରଣ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.