ଜଗତସିଂହପୁର : ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ । ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକର 4ଟି ଜିଲ୍ଲା ପରିଷଦ ଜୋନ ,30ଟି ପଞ୍ଚାୟତ ଓ 557ଟି ଓ୍ବାର୍ଡ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। କିଛି ସ୍ଥାନରେ ଗଣ୍ଡଗୋଳ ହୋଇଥିବା ବେଳେ ମତଦାନ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ହୋଇଥିବା କହିଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ ।
ବାଲିକୁଦା ବ୍ଲକର 3୦ ପଞ୍ଚାୟତରେ 73% ପ୍ରତିଶତ ମତଦାନ ହୋଇଥିବା ଜଣା ପଡ଼ିଛି। ନିର୍ଦ୍ଧାରିତ ସମୟ ସକାଳ7ଟା ରୁ ନିର୍ବାଚନ ଆରମ୍ଭ ହୋଇ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଚାଲିଥିଲା। ମତଦାନ ପରେ ଭୋଟ ବାକ୍ସ ଗୁଡିକୁ ଯଉମୁଦ ଦିଆଯାଇ ସୁରକ୍ଷିତ ସ୍ଥାନକୁ ନିଆଜାଇଛି ।
ଏହାବି ପଢନ୍ତୁ : Political Violation: ଗଁନ୍ଦିଆ ନିହଲ ପ୍ରସାଦ ପଞ୍ଚାୟତରେ ଉତ୍ତେଜନା
ଭୋଟ ବାକ୍ସ ଗୁଡିକୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯିବାକୁ କୁହାଯାଇଛି। ବାଲିକୁଦା ବ୍ଲକ ଏକ ସମ୍ବେଦନଶୀଳ ସ୍ଥାନ ହୋଇଥିବାରୁ ଜିଲ୍ଲା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହିତ ଭୋଟ ଗଣତି ପର୍ଯ୍ୟନ୍ତ ଷ୍ଟ୍ରଙ୍ଗରୁ ସମୂଖ ରେ 24 ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ