ETV Bharat / state

ସଟଡାଉନ ସାଙ୍ଗକୁ ପ୍ରବଳ ବର୍ଷାରେ ଧୋଇଗଲା ପହିଲି ରଜ

author img

By

Published : Jun 14, 2020, 7:26 PM IST

ଜଗତସିଂହପୁର ଜିଲ୍ଲାରେ ଫିକା ପଡିଯାଇଛି ରଜ । ସଟଡାଉନ ସାଙ୍ଗକୁ ପ୍ରବଳ ବର୍ଷାରେ ଧୋଇ ଗଲା ପହିଲି ରଜ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସଟଡାଉନ ସାଙ୍ଗକୁ ପ୍ରବଳ ବର୍ଷାରେ ଧୋଇ ଗଲା ପହିଲି ରଜ

ଜଗତସିଂହପୁର: ଓଡ଼ିଶାର ଗଣପର୍ବ ରଜ । ଯାହାକୁ ନେଇ ଚଳଚଞ୍ଚଳ ଗାଁ ଠାରୁ ସହର । ବିଶେଷ କରି ଉପକୂଳ ଓଡ଼ିଶାରେ ରଜ ପର୍ବକୁ ଅତି ଜାକଜମକରେ ପାଳନ କରାଯାଏ । କିନ୍ତୁ ଚଳିତ ବର୍ଷ କୋରୋନା ପ୍ରଭାବରେ ରଜ ପର୍ବ ଫିକା ପଡିଯାଇଛି । ଜଗତସିଂହପୁର ଜଲ୍ଲାରେ ମଧ୍ୟ ଫିକା ପଡିଯାଇଛି ରଜ ।

ଶନିବାର ସଜବାଜ ଓ ରବିବାର ପହିଲି ରଜ, ଦୁଇ ଦିନ ଧରି ଜିଲ୍ଲାରେ ସଟଡାଉନ ସାଙ୍ଗକୁ ପ୍ରବଳ ବର୍ଷା ରଜ ଉତ୍ସବକୁ ପାଣିଚିଆ କରିଦେଇଛି । କେତେକ ସ୍ଥାନରେ ରଜ ଦୋଳି ଲାଗି ନଥିବା ବେଳେ ରଜ ପାନ ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । କେତେକ ସ୍ଥାନରେ ପରମ୍ପରା ବଜାଇ ରଖିବାକୁ ଯାଇ ଘରେ ଲୋକମାନେ ପୋଡ ପିଠା ସହ ଦୋଳି ଲଗାଇ ରଜ ପର୍ବ ମନଉଥିବା ଦେଖିବାକୁ ମିଳିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.