ଜଗତସିଂହପୁର: ଜିଲ୍ଲାରେ 2020-21 ଖରିଫ ଋତୁରେ ଧାନ ସଂଗ୍ରହ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ଅଗଷ୍ଟ ମାସ 1 ତାରିଖ ଠାରୁ ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ଚାଷୀମାନେ ଧାନବିକ୍ରି ପାଇଁ ଅନଲାଇନ ରେଜିଷ୍ଟ୍ରେସନ କରିପାରିବେ । ଏହା 1 ମାସ ଧରି ଚାଲିବ। ରେଜିଷ୍ଟ୍ରେସନ କରିଥିବା ଚାଷୀ ମନେ ହିଁ ବିଭିନ୍ନ ମଣ୍ଡିରେ ସେମାନଙ୍କ ଧାନ ବିକ୍ରି କରିପାରିବେ।
ଜିଲ୍ଲାରେ ଗତବର୍ଷ ଶତାଧିକଚାଷୀ ଅନଲାଇନ ରେଜିଷ୍ଟ୍ରେସନ କରି ନ ପାରି ନିଜର ଫସଲକୁ ବିକ୍ରି କରିବାରୁ ବଞ୍ଚିତ ହୋଇଥିଲେ। ଯାହାକୁ ନେଇ ସମସ୍ୟା ସୃଷ୍ଟି ହୋଇଥିଲା। ବାଧ୍ୟ ହୋଇ ଚାଷୀମାନେ ସେମାନଙ୍କ ଫସଲକୁ ଶାଗ-ମାଛ ଦରରେ ବଜାରରେ ବିକ୍ରି କରିଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ଚଳିତ ବର୍ଷ ପ୍ରଶାସନ ଓ କୃଷି ବିଭାଗ ସଜାଗ ହୋଇଛି । ଆସନ୍ତା 27 ତାରିଖ ଠାରୁ ପ୍ରଶାସନ ପକ୍ଷରୁ ବିଭିନ୍ନ ଆରଏମସିରେ ନିର୍ଭୁଲ ଅନଲାଇନ ରେଜିଷ୍ଟ୍ରେସନ ପ୍ରକ୍ରିୟା କିପରି କରାଯିବ ଏହାକୁ ଗୁରୁତ୍ୱ ଦେଇ କ୍ଷେତ୍ରୀୟ କର୍ମଚାରୀଙ୍କୁ ପ୍ରଶିକ୍ଷଣ ନେବାକୁ କୁହାଯାଇଛି। ଜିଲ୍ଲାରେ କୌଣସି ଚାଷୀ, ତାର କଷ୍ଟର୍ଜିତ ଫସଲକୁ ଯେପରି ଦଲାଲ ହାତକୁ ଟେକି ନ ଦିଏ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ କହିଛନ୍ତି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ