ETV Bharat / state

ଜଗତସିଂହପୁରରେ କୋରୋନା ନେଲା ଆଉ ଏକ ଜୀବନ - ଜଗତସିଂହପୁରରେ କୋରୋନା ମୃତ୍ୟୁ

ଜିଲ୍ଲାରେ ଶନିବାର ମହାମାରୀ କୋରୋନା ନେଇଛି ଆଉ ଏକ ମୁଣ୍ଡ । ମୃତକ ଜଣଙ୍କ ହେଲେ ଜଗତସିଂହପୁର ବ୍ଲକର 50 ବର୍ଷର ଜଣେ ମହିଳା ।

One more Covid death reported in jagatsinghpur
ଜିଲ୍ଲାରେ କୋରୋନା ନେଲା ଆଉ ଏକ ଜୀବନ
author img

By

Published : Oct 10, 2020, 9:52 PM IST

ଜଗତସିଂହପୁର: ଜିଲ୍ଲାରେ ଶନିବାର ମହାମାରୀ କୋରୋନା ନେଇଛି ଆଉ ଏକ ମୁଣ୍ଡ । ମୃତକ ଜଣଙ୍କ ହେଲେ ଜଗତସିଂହପୁର ବ୍ଲକର 50 ବର୍ଷର ଜଣେ ମହିଳା । ସେ କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କର ମୃତ୍ୟୁ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଫଳରେ ଜିଲ୍ଲାରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା 14ରେ ପହଞ୍ଚିଛି ।

ସେହିପରି ଜିଲ୍ଲାରୁ ଶନିବାର 68 ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବାଲିକୁଦାରୁ 6, ବିରିଡିରୁ 5, ଏରସମାରୁ 9, କୁଜଙ୍ଗରୁ 7, ନାଉଗାଁରୁ 2, ତିର୍ତ୍ତୋଲରୁ 6, ରଘୁନାଥପୁରରୁ 2, ଜଗତସିଂହପୁରରୁ 9, ଜଗତସିଂହପୁର ସହରରୁ 15, ପାରାଦ୍ୱୀପରୁ 6 ଓ ଅନ୍ୟ ଜିଲ୍ଲାରୁ ଆସିଥିବା ଜଣେ ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ସଂଖ୍ୟାକୁ ମିଶାଇ ଜିଲ୍ଲାରେ ମୋଟ କୋରାେନା ଆକ୍ରାନ୍ତଙ୍କ ସଂଖ୍ୟା 5,997 ରେ ପହଞ୍ଚିଛି । ତେବେ ଏଯାବତ 5,303 ଜଣ ସୁସ୍ଥ ହୋଇ ସାରିଥିବାବେଳେ ବର୍ତ୍ତମାନ ସୁଦ୍ଧା ସକ୍ରିୟ ଭାବେ 681 ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.