ETV Bharat / state

ବାଇକ-ହାଇୱା ମୁହାଁମୁହିଁ ଧକ୍କା, ଜଣେ ମୃତ - ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଛକ ନିକଟରେ ହାଇଓ୍ବା ଓ ମୋଟର ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା। ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟଜଣେ ଗୁରୁତର ଥିବା ଜଣାପଡିଛି। ଅଧିକ ପଢନ୍ତୁ

road accident in jagatsinghpur
road accident in jagatsinghpur
author img

By

Published : May 1, 2023, 9:26 PM IST

road accident in jagatsinghpur

ଜଗତସିଂହପୁର: ଜିଲ୍ଲାର କୁଜଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ହାଇଓ୍ବା ଓ ମୋଟର ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା । ଏନେଇ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ କଟକ ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି। ତେବେ ମୃତକ ଜଣଙ୍କ କୁଜଙ୍ଗ ଥାନା ବାଗୋଇ ଗ୍ରାମର ସୁବାସ ସ୍ବାଇଁ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ , ଆଜି ହାଇଓ୍ବା ଗାଡିଟି ପାରାଦ୍ବୀପରୁ ତିର୍ତୋଲ ଯାଉଥିବା ସମୟରେ କୁଜଙ୍ଗ ଷଣ୍ଢପୁର ଛକ ନିକଟରେ ଗୋଟିଏ ମୋଟର ବାଇକ ସହ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀ ସୁବାସ ସ୍ବାଇଁ ଓ ସାଥିରେ ଥିବା ଅନ୍ୟ ଜଣେ ବନ୍ଧୁ ଗୁରୁତର ହୋଇଥିବାରୁ ସେମାନଙ୍କୁ କୁଜଙ୍ଗ ମେଡ଼ିକାଲକୁ ଅଣା ଯାଇଥିଲା। ହେଲେ ସେଠାରେ ଡାକ୍ତର ବାଇକ ଆରୋହୀ ସୁବାସ ସ୍ବାଇଁଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଆମ୍ବୁଲାନ୍ସ ଆସିବା ବିଳମ୍ବକୁ ନେଇ ଉତ୍ତେଜନା ଲାଗିଥିବା ବେଳେ ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରି ଟାୟାର ଜାଳିବା ସହିତ ରାସ୍ତା ସମ୍ପୂର୍ଣ୍ଣ ବନ୍ଦ କରି ଦେଇଥିଲେ। ଫଳରେ କଟକ-ପାରାଦ୍ବୀପ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ଅଟକି ରହିଛି। ଏନେଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛି।

ଏହା ମଧ୍ୟ ପଢନ୍ତୁ-‘ମନ କି ବାତରେ ଖର୍ଚ୍ଚ ହୋଇଛି 830 କୋଟି’: ଗୁଜୁରାଟ AAP ମୁଖ୍ୟଙ୍କ ନାମରେ ମାମଲା

ମୋଟର ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିବା ବେଳେ ପୋଲିସ ହାଇଓ୍ବା ଗାଡିଟିକୁ ଜବତ କରିଛି। କଟକ-ପାରାଦ୍ୱୀପ ରାସ୍ତାରେ ବାରମ୍ବାର ଏହିଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟୁଥିଲେ ମଧ୍ୟ ରାଜ୍ୟ ରାଜପଥ ପ୍ରାଧିକରଣ ପକ୍ଷରୁ ଦୁର୍ଘଟଣା ରୋକିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଫଳରେ ପାରାଦ୍ୱୀପ ଠାରୁ କନ୍ଦରପୁର ପର୍ଯ୍ୟନ୍ତ ଏହି ରାସ୍ତା ମରଣଯନ୍ତା ପଲଟିଛି। ଟନିଂ ପଏଣ୍ଟରେ ଡିଭାଇଡ଼ର ନ ଥିବା ବେଳେ ଦୁର୍ଘଟଣା ପ୍ରବଣ ସ୍ଥାନ ଚିହ୍ନଟ କରାଯାଇ ସତର୍କତା ସୂଚନା ଫଳକ ଲଗାଯାଉ ନାହିଁ। ସେହିପରି ରାତିଦିନ ଏହି ରାସ୍ତା ଦେଇ ଭାରି ଯାନ ଦ୍ରୁତ ଗତିରେ ଯିବା ଆସିବା କରୁଥିବାରୁ ଦୃଘଟଣା ଘଟୁଛି। ଏହି ରାସ୍ତା କଡ଼ରେ ବସବାସ କରୁଥିବା ସାଧାରଣ ଲୋକେ ମଧ୍ୟ ନିଜକୁ ନିରାପଦ ମଣୁ ନାହାଁନ୍ତି। ଦୃଘଟଣା କୁ ଏଡ଼ାଇବା ପାଇଁ ଜିଲ୍ଲା ପ୍ରଶାସନ ଓ ପରିବହନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.