ETV Bharat / state

ସମୁଦ୍ର ପାଣିରେ ତେଲିଆ ନୀଳ ରଙ୍ଗର ଆସ୍ତରଣ, ନମୁନା ସଂଗ୍ରହ କଲା ପ୍ରଦୂଷଣ ବୋର୍ଡ

author img

By ETV Bharat Odisha Team

Published : Sep 10, 2023, 12:17 PM IST

ପାରାଦ୍ୱୀପ ସମୁଦ୍ର ଜଳରେ ଭାସୁଛି ନୀଳ ରଙ୍ଗର ତେଲିଆ ବିଷାକ୍ତ ପଦାର୍ଥ । ଏହାକ ନେଇ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ କ୍ଷୋଭ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

Oily blue coating visible in sea water
ସମୁଦ୍ର ପାଣିରେ ତେଲିଆ ନୀଳ ରଙ୍ଗର ଆସ୍ତରଣ,
ସମୁଦ୍ର ପାଣିରେ ତେଲିଆ ନୀଳ ରଙ୍ଗର ଆସ୍ତରଣ,

ପାରାଦ୍ବୀପ: ସମୁଦ୍ର ପାଣିରେ ଭାସି ଆସୁଛି ନୀଳ ରଙ୍ଗର ଅସ୍ତରଣ । ଲହଡି ସୁଅରେ ଦେଖିବାକୁ ମିଲିଛି ନୀଳ ରଙ୍ଗର ପଦାର୍ଥ । ପାରାଦ୍ୱୀପ ସମୁଦ୍ର ଜଳରେ ଭାସୁଛି ନୀଳ ରଙ୍ଗର ତେଲିଆ ବିଷାକ୍ତ ପଦାର୍ଥ । ପାରାଦ୍ୱୀପ ଭୋସ୍କାଲିଂନ ପଏଣ୍ଟ ନିକଟ ସମୁଦ୍ର ପାଣି ସମେତ ବାଲିରେ ମଧ୍ୟ ଏହି ନୀଳ ରଙ୍ଗର ବିଷାକ୍ତ ପଦାର୍ଥ ଦେଖିବାକୁ ମିଳିଛି । ଯାହାକୁ ନେଇ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘର ସଭାପତି ଉଦବେଗ ପ୍ରକାଶ କରିଛନ୍ତି । ଏହି ସହିତ ଆଇଓସିଏଲ ଓ ଇଫ୍କୋ କମ୍ପାନୀ ବିରୋଧରେ କ୍ଷୋଭ ପ୍ରକାଶ କରିଛନ୍ତି । ସମୁଦ୍ର ପାଣିରେ ଏହା କଣ ଜାଣିବାକୁ ତାର ନମୁନା ସଂଗ୍ରହ କରିଛି ପ୍ରଦୂଷଣ ବୋର୍ଡ ।

ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ସଭାପତି ଶ୍ରୀକାନ୍ତ ପରିଡା ଅଭିଯୋଗ କରିଛନ୍ତି ଯେ, ପାରାଦ୍ୱୀପ ସମୁଦ୍ରକୁ କେତେକ ଶିଳ୍ପାନୁଷ୍ଠାନ ଜାଣିଶୁଣି ପ୍ରଦୂଷିତ କରୁଛନ୍ତି । ଫଳରେ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ଉପରେ ଗଭୀର ପ୍ରଭାବ ପକାଉଛି। ପାରାଦ୍ୱୀପରେ ଥିବା ଆଇଓସିଏଲ କମ୍ପାନୀ ତାର ପ୍ରଦୂଷିତ ଜଳକୁ ଏକ ସ୍ଥାନରେ ରଖୁଛି ଓ ଲଘୁଚାପ ଜନିତ ବର୍ଷା ହେବା ପରେ ମତ୍ସ୍ୟଜୀବୀମାନେ ସମୁଦ୍ର କୂଳକୁ ଫେରି ଆସିବା ପରେ କମ୍ପାନୀ ସରକ୍ଷିତ ରଖିଥିବା ପ୍ରଦୂଷିତ ଜଳକୁ ପାଇପ ଯୋଗେ ସମୁଦ୍ରର ଏକ କିଲୋମିଟର ଦୂରରେ ତାହାକୁ ଛାଡି ଦେଉଛି ଫଳରେ ସମୁଦ୍ର ଜଳ ପ୍ରଦୂଷିତ ହେବା ସହ ମାଛ ବଂଶ ଲୋପ ପାଉଛି ।''

ଏହା ବି ପଢନ୍ତୁ...ଭାର୍ଗବୀ ନଦୀ ଅଚ୍ୟୁତପୁର କାଜ ବନ୍ୟା ପାଣିରେ ୭୦ଲକ୍ଷ ଲୋକ ପ୍ରଭାବିତ ! ଧାନ ଜମି ଜଳମଗ୍ନ, ସ୍ଥାୟୀ ସମାଧାନ ଦାବି

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପାଞ୍ଚ ବର୍ଷ ପୂର୍ବେ ପାରାଦ୍ୱୀପରେ ଇଲିସି ମାଛ କିଲୋ ପ୍ରତି ୫୦ ରୁ ୬୦ ଟଙ୍କା ରହୁଥିଲା ବର୍ତ୍ତମାନ ଏହା ଦୁଇ ହଜାରକୁ ଛୁଇଁଲାଣି । ପାରାଦ୍ୱୀପରେ ସମୁଦ୍ର ଉପରେ ପାଖାପାଖି ୫୦ ହଜାର ଲୋକେ ନିର୍ଭର କରିଥାନ୍ତି । ଆଇଓସିଏଲ, ଇଫ୍କୋ ଭଳି କେତେକ ଶିଳ୍ପାନୁଷ୍ଠାନ କମ୍ପାନୀରୁ ବାହାରୁ ଥିବା ବିଷାକ୍ତ ଜଳକୁ ସିଧାସଳଖ ମହାନଦୀ ଓ ସମୁଦ୍ରକୁ ଛାଡି ଦେଇଛନ୍ତି । ଫଳରେ ନଦୀ ଓ ସମୁଦ୍ର ପ୍ରଦୂଷିତ ହେଉଛି । ଆଜି ଏହି ପ୍ରଦୂଷଣର ମାତ୍ରା ଏତେ ଅଧିକ ଥିଲା ଯେ ପାରାଦ୍ୱୀପ ବେଳାଭୂମିର ବାଲୁକା ରାଶି ଉପରେ ଏକ ନୀଳ ରଙ୍ଗର ଅସ୍ତରଙ୍ଗ ସୃଷ୍ଟି ହୋଇଥିଲା । ସମୁଦ୍ରର ଜୁଆର ମଧ୍ୟ ନୀଳ ଦେଖା ଯାଉଛି ।''

ଏହି ଘଟଣାକୁ ନେଇ ଆଞ୍ଚଳିକ ରାଜ୍ୟ ପ୍ରଦୂଷଣ ବୋର୍ଡ ନମୁନା ସଂଗ୍ରହ କରିଛି । ସମୁଦ୍ରର ଜଳ କଣ ପାଇଁ ନୀଳ ଓ ତେଲିଆ ରଙ୍ଗ ଧାରଣ କଲା ପରୀକ୍ଷା ପରେ ସ୍ପଷ୍ଟ ହେବ ବୋଲି ଏହାର ମୁଖ୍ୟ ଅଧିକାରୀ ପୁଷ୍କର ବେହେରା ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.