ETV Bharat / state

ପାରାଦ୍ୱୀପରୁ ତେଲ ଚୋରି ଅଭିଯୋଗ

author img

By

Published : Apr 11, 2021, 7:56 PM IST

ପାରାଦ୍ବୀପ ଲକଥାନା ଅଧିନ ବିଶ୍ବାଳୀ ଗଡା ଛକ ନିକଟରେ ଏକ ତେଲ ବୋଝେଇ ଟ୍ୟାଙ୍କର ଜବତ କରିଛି ଲକଥାନା ପୋଲିସ। ଅଧିକ ପଢନ୍ତୁ...

ପାରାଦ୍ୱୀପରେ ତେଲ ଚୋରୀ ଅଭିଯୋଗ
ପାରାଦ୍ୱୀପରେ ତେଲ ଚୋରୀ ଅଭିଯୋଗ

ଜଗତସିଂହପୁର: ପାରାଦ୍ବୀପ ଲକଥାନା ଅଧିନ ବିଶ୍ବାଳୀ ଗଡା ଛକ ନିକଟରେ ଏକ ତେଲ ବୋଝେଇ ଟ୍ୟାଙ୍କର ଗାଡିକୁ ଜବତ କରିଛି ଲକଥାନା ପୋଲିସ।

ପାରାଦ୍ୱୀପରେ ତେଲ ଚୋରୀ ଅଭିଯୋଗ

ସୂଚନା ମୁତାବକ, ଚଣ୍ଡିଖୋଲ-ପାରାଦ୍ବୀପ ଜାତୀୟ ରାଜପଥ ବିଶ୍ବାଳୀ ଗଡା ଛକ ନିକଟ ଗୋଟିଏ ଢାବାରେ ତେଲ ବୋଝେଇ ଟ୍ୟାଙ୍କରରୁ ଚୋରା ତେଲ କାରବାର କରାଯାଉଥିବା ନେଇ ପୋଲିସ ଖବର ପାଇଥିଲେ । ଖବର ପାଇ ଲକଥାନା ପୋଲିସ ଅଚାନକ ଚଢାଉ କରି ଘଟଣାସ୍ଥଳରେ ଟ୍ୟାଙ୍କର ଗାଡିକୁ ଜବତ କରିବା ସହ ଗାଡି ଡ୍ରାଇଭରକୁ ଗିରଫ କରିଛନ୍ତି।

ସେହିପରି ଗତ ଏକ ମାସ ତଳେ ମଧ୍ୟ ଟ୍ୟାଙ୍କର ସହ ହଜାର ହଜାର ଲିଟର ଡିଜେଲ ଚୋରା ତେଲ କାରବାର ହେଉଥିବା ଘଟଣା ସାମ୍ନାକୁ ଆସିଥିବା ବେଳେ ଗତ ଶନିବାର ମଧ୍ୟ ବିପିସିଏଲ୍ ର ଗୋଟିଏ ତେଲ ଟ୍ୟାଙ୍କର ଗାଡି ଜବତ ହୋଇଥିଲା । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ତୈଳ ଟ୍ୟାଙ୍କରରେ ଇଲୋକ୍ଟୋନିକ୍ ଚାବି ଲାଗିଥିବା ବେଳେ କିପରି ଡିଜେଲକୁ ବାହାର କରାଯାଇ ପାରୁଛି ତାହା ତଦନ୍ତ କରିବା ନିହାତି ଆବଶ୍ୟକ ରହିଛି ।

ଜଗସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.