ETV Bharat / state

ଯାତ୍ରାକୁ ଅନୁମତି: ଖୁସିବ୍ୟକ୍ତ କଲେ କଳାକାର - ଯାତ୍ରା କଳାକାରଙ୍କ ଖୁସିବ୍ୟକ୍ତ

ଦୀର୍ଘଦିନ ପରେ ମଞ୍ଚରେ ଯାତ୍ରା ପରିବେଷଣ ପାଇଁ ଅନୁମତି ମିଳିବା ପରେ କଳାକାରଙ୍କ ମନରେ ଖୁସିର ଲହରୀ । ଅଧିକ ପଢନ୍ତୁ...

ଯାତ୍ରାକୁ ଅନୁମତି: ଖୁସିବ୍ୟକ୍ତ କଲେ କଳାକାର
ଯାତ୍ରାକୁ ଅନୁମତି: ଖୁସିବ୍ୟକ୍ତ କଲେ କଳାକାର
author img

By

Published : Feb 27, 2021, 10:33 PM IST

ଜଗତସିଂହପୁର: ଦୀର୍ଘଦିନର ବ୍ୟବଧାନ ପରେ ରାଜ୍ୟ ସରକାର ଯାତ୍ରା ପରିବେଷଣ ପାଇଁ ସବୁଜ ସଙ୍କେତ ଦେଇଛନ୍ତି । ଯାହାକୁ ନେଇ ଯାତ୍ରା ପାର୍ଟି ମାଲିକ ଓ କଳାକାରଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି ।

ଯାତ୍ରାକୁ ଅନୁମତି: ଖୁସିବ୍ୟକ୍ତ କଲେ କଳାକାର

ଆଜି(ଶନିବାର) ସନ୍ଧ୍ୟାରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଯାତ୍ରାପାର୍ଟି ମାଲିକ ଓ କଳାକାର ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଦୀର୍ଘ 11 ମାସ ଧରି ଯାତ୍ରାପାର୍ଟି ମାଲିକଙ୍କ ଠାରୁ ଆରମ୍ଭ କରି ଛୋଟବଡ଼ କଳାକାର ଓ ଯାତ୍ରାପାର୍ଟିର ବିଭିନ୍ନ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନେ ଜୀବିକା ହରାଇ ଦୟନୀୟ ଅବସ୍ଥାରେ ଜୀବନ କାଟୁଥିଲେ । ଏହାକୁ ନେଇ ଯାତ୍ରା କଳାକାରମାନେ ମଧ୍ୟ ବିଧାନସଭା ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ । ସରକାର ସେମାନଙ୍କ ଦାବିକୁ ଗ୍ରହଣ କରି 2ହଜାର ଲୋକଙ୍କୁ ନେଇ ଯାତ୍ରା ପରିବେଷଣ ପାଇଁ ସବୁଜ ସଙ୍କେତ ଦେବାପରେ ଯାତ୍ରା ମାଲିକ ଓ କଳାକାର ଧନ୍ୟବାଦ ଜଣାଇଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.