ETV Bharat / state

ପ୍ରଭାରୀଙ୍କ ନେତୃତ୍ବରେ ଢିଙ୍କିଆରେ ଗର୍ଜିଲା କଂଗ୍ରେସ, ଗ୍ରାମବାସୀଙ୍କ ଉପରେ ଲାଠିମାଡକୁ ନିନ୍ଦା

author img

By

Published : Jan 22, 2022, 8:57 PM IST

Updated : Jan 22, 2022, 10:04 PM IST

ଗ୍ରାମବାସୀଙ୍କୁ ପୋଲିସର ଲାଠିମାଡ ପାଇଁ ଚର୍ଚ୍ଚାରେ ଥିବା JSW ପ୍ରକଳ୍ପ ଅଞ୍ଚଳ ଏରସମା ବ୍ଲକ୍‌ର ଢିଙ୍କିଆ ଗସ୍ତ କରିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲା କୁମାର । ରାଜ୍ୟ ସରକାର ତୁରନ୍ତ ଢ଼ିଙ୍କିଆ ଗ୍ରାମରୁ ପୋଲିସ ପ୍ରତ୍ୟାହାର କରିବା ସହ ଆନ୍ଦୋଳନକାରୀଙ୍କୁ ତୁରନ୍ତ ଖଲାସ କରିବାକୁ କଂଗ୍ରେସର ଦାବି । ଅଧିକ ପଢନ୍ତୁ

Odisha Congress in-charge A chella kumar visits jsw project area dhinkia
ପ୍ରଭାରୀଙ୍କ ନେତୃତ୍ବରେ ଢିଙ୍କିଆରେ ଗର୍ଜିଲା କଂଗ୍ରେସ, ଗ୍ରାମବାସୀଙ୍କ ଉପରେ ଲାଠିମାଡକୁ ନିନ୍ଦା

ଜଗତସିଂହପୁର: ଗ୍ରାମବାସୀଙ୍କୁ ପୋଲିସର ଲାଠିମାଡ ପାଇଁ ଚର୍ଚ୍ଚାରେ ଥିବା JSW ପ୍ରକଳ୍ପ ଅଞ୍ଚଳ ଏରସମା ବ୍ଲକ୍‌ର ଢିଙ୍କିଆ ଗସ୍ତ କରିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲା କୁମାର । ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ବାଳ ମଧ୍ୟ ରାଜ୍ୟ ପ୍ରଭାରୀଙ୍କ ସହିତ ଢିଙ୍କିଆରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି । ଗ୍ରାମବାସୀ ନିଜର ହକ୍‌ ପାଇଁ ଆନ୍ଦୋଳନ କରୁଥିବାବେଳେ ରାଜ୍ୟ ସରକାର ପୋଲିସକୁ ଗୁଣ୍ଡାଭାବେ ବ୍ୟବହାର କରି ନିରୀହ ଗ୍ରାମବାସୀଙ୍କ ଉପରେ ଅତ୍ୟାଚାର କରୁଥିବା କଂଗ୍ରେସ ଅଭିଯୋଗ କରିଛି ।

ଏହାମଧ୍ୟ ପଢନ୍ତୁ: Dhinkia Issue: ପାଠପଢାରୁ ବଞ୍ଚିତ ଢ଼ିଙ୍କିଆ ଗାଁର 200ରୁ ଅଧିକ ପିଲା

JSW ପ୍ରକଳ୍ପ ଅଞ୍ଚଳରେ ଢିଙ୍କିଆ ଗ୍ରାମବାସୀଙ୍କ ପାନବରଜ ଭଙ୍ଗାଯିବା ଘଟଣା ନେଇ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ । ଜୋର୍‌ ଜବରଦସ୍ତ କୌଣସି ଲୋକଙ୍କ ପାନବରଜ ଭଙ୍ଗାଯାଉନାହିଁ, ବରଂ ଅନେକ ଲୋକେ ପ୍ରକଳ୍ପକୁ ସମର୍ଥନ ଜଣାଇ ସ୍ବଇଚ୍ଛାରେ ନିଜର ବରଜ ପ୍ରଶାସନକୁ ହସ୍ତାନ୍ତର କରୁଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ତେବେ ଗ୍ରାମବାସୀଙ୍କ ଅଭିଯୋଗ ଭିନ୍ନ ରହିଛି ।

ବୃଦ୍ଧଙ୍କ ଠାରୁ ଆରମ୍ଭ କରି ଛୋଟ ପିଲାଙ୍କ ଉପରେ ପୋଲିସର ଲାଠିମାଡ ଓ ଅତ୍ୟାଚାର ନିନ୍ଦନୀୟ । ପୋଲିସ ବର୍ବରୋଚିତ ଭାବେ ଆକ୍ରମଣ କରିବା ଓ ଆନ୍ଦୋଳନର ନେତୃତ୍ବ ନେଉଥିବା ଲୋକଙ୍କୁ ଗିରଫ କରିନେବା ଦୁର୍ଭାଗ୍ୟଜନକ ବୋଲି ଢିଙ୍କିଆ ଗସ୍ତରେ ଯାଇଥିବା କଂଗ୍ରେସ ଟିମ କହିଛି । ସ୍ଥାନୀୟ ଲୋକେ ଯାହା ଅଭିଯୋଗ କରିଛନ୍ତି ତାହା ସମ୍ପୂର୍ଣ୍ଣ ସତ୍ୟ । ରାଜ୍ୟ ସରକାର ତୁରନ୍ତ ଢ଼ିଙ୍କିଆ ଗ୍ରାମରୁ ପୋଲିସ ପ୍ରତ୍ୟାହାର କରିବା ସହ ଆନ୍ଦୋଳନକାରୀଙ୍କୁ ତୁରନ୍ତ ଖଲାସ କରିବାକୁ କଂଗ୍ରେସ ଦାବି କରିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Jan 22, 2022, 10:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.