ETV Bharat / state

ଶାରଳା ସୂତାକଳ ସିଲ ଘଟଣା, କାର୍ଯ୍ୟକ୍ଷମ ଦାବିରେ ତେଜୁଛି ଆନ୍ଦୋଳନ

author img

By

Published : Jul 13, 2022, 8:54 AM IST

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲରେ ଥିବା ଶାରଳା ଶାରଳା ସୂତାକଳକୁ (Sarala Spinning Mill) ଋଣ ନଦେବାରୁ ଏସବିଆଇ ବ୍ୟାଙ୍କ ସିଲ୍‌ କରିଛି । ସୂତାକଳକୁ ଋଣମୁକ୍ତ ଓ ପୁନଃଉଦ୍ଧାର ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି । ଅଧିକ ପଢନ୍ତୁ

ଶାରଳା ସୂତାକଳ ସିଲ ଘଟଣା, କାର୍ଯ୍ୟକ୍ଷମ ଦାବିରେ ତେଜୁଛି ଆନ୍ଦୋଳନ
ଶାରଳା ସୂତାକଳ ସିଲ ଘଟଣା, କାର୍ଯ୍ୟକ୍ଷମ ଦାବିରେ ତେଜୁଛି ଆନ୍ଦୋଳନ

ଜଗତସିଂହପୁର: ଜିଲ୍ଲା ତିର୍ତ୍ତୋଲରେ ଥିବା ଶାରଳା ଶାରଳା ସୂତାକଳକୁ (Sarala Spinning Mill) ଋଣ ନଦେବାରୁ ଏସବିଆଇ ବ୍ୟାଙ୍କ ସିଲ୍‌ କରିଛି । ସୂତାକଳକୁ ଋଣମୁକ୍ତ ଓ ପୁନଃଉଦ୍ଧାର ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି । ଜିଲ୍ଲା କଂଗ୍ରେସ ପକ୍ଷରୁ ଏହାର ପୁନଃଉଦ୍ଧାର ଦାବିରେ ଦସ୍ତଖସ୍ତ ଅଭିଯାନ ଆରମ୍ଭ ହୋଇଥିବାବେଳେ ମଙ୍ଗଳବାର ଉପକୂଳ ବିକାଶ ପରିଷଦ ପକ୍ଷରୁ ଗଣମାଧ୍ୟମ ଓ ସାମାଜିକ ସଂଗଠନ ତରଫରୁ ଶାରଳା ସୂତାକଳ ସହ ରାହାମାରେ ଥିବା ଲୁଗାକଳକୁ ପୁଣି କାର୍ଯ୍ୟକ୍ଷମ କରିବାକୁ ଦାବି ହୋଇଛି । ତିର୍ତ୍ତୋଲ ତଦସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛି ଉପକୂଳ ଓଡିଶା ବିକାଶ ପରିଷଦ ।

ଉପକୂଳ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ କୁହାଯାଇଛି ଯେ 1979 ମସିହାରେ ସରକାର ତିର୍ତ୍ତୋଲ ଠାରେ ସୂତାକଳ ନିର୍ମାଣ ଆରମ୍ଭ କରିଥିଲେ । 1984 ମସିହାରେ ଏହା କାର୍ଯ୍ୟକ୍ଷମ ହୋଇଥିଲା। ଏଥିରେ 150 ସ୍ଥାୟୀ କର୍ମଚାରୀ ନିଯୁକ୍ତ ହୋଇଥିଲେ । ଦେଢ଼ ହଜାରରୁ ଅଧିକ ଶ୍ରମିକ ପରୋକ୍ଷ ନିଯୁକ୍ତି ପାଇଥିଲେ କିନ୍ତୁ ପରିଚାଳନା ଗତ ତ୍ରୁଟି ଯୋଗୁ ଏହା କ୍ରମଶଃ ଦୁର୍ବଳ ହୋଇ ଯାଇଥିଲା । 1999 ମସିହା ମହାବାତ୍ୟାରେ ଏହା ଭାଙ୍ଗିରୁଜି ଯିବା ପରେ ଏହାକୁ ବନ୍ଦ କରି ଦିଆଯାଇଥିଲା । ଏବେ ଋଣ ବାବଦକୁ 4 କୋଟି 79 ଲକ୍ଷ ଟଙ୍କା ପରିଶୋଧକୁ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ଏହାର ସମସ୍ତ ସ୍ଥାବର ଓ ସୌଧକୁ ନିଜ ଅକ୍ତିଆରକୁ ନେଇଛନ୍ତି। ରାଜ୍ୟ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରି ବଜେଟରେ ଏଥିପାଇଁ ଅର୍ଥ ବେୟ ବରାଦ କରିବା ସହ ଏହି ମିଲକୁ ପୁନରୁଦ୍ଧାର କରିବାକୁ ସଂଗଠନ ଦାବି କରିଛି।

ଏହା ବି ପଢନ୍ତୁ...ଶାରଳା ସୂତାକଳ ସିଲ୍‌ ଘଟଣା, ସରକାରଙ୍କ ଇଚ୍ଛାଶକ୍ତି ଅଭାବ କହିଲା କଂଗ୍ରେସ

ପୂର୍ବରୁ ବିଭିନ୍ନ ସଂଗଠନ ପକ୍ଷରୁ ସୂତାକଳକୁ କାର୍ଯ୍ୟକ୍ଷମ ପାଇଁ ଦାବି ହୋଇଥିଲା । ହେଲେ ସରକାର ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହାନ୍ତି । ଦିନେ ଏହି ମିଲରୁ ଦେଶ ସମେତ ବିଦେଶକୁ ସୂତା ରପ୍ତାନୀ ହେଉଥିଲା । ମାତ୍ର ପ୍ରଥମେ ସରକାରୀ ଅବହେଳା ଓ ପରେ ଋଣଭାରରେ ବୁଡି ମିଲଟି ଅକାମି ହୋଇଛି । ଜୁନ 25 ତାରିଖରେ ଶାରଳା ସୂତାକଳକୁ ସିଲ କରିଥିଲା ଭାରତୀୟ ଷ୍ଟେଟବ୍ୟାଙ୍କ ।

ଏହା ବି ପଢନ୍ତୁ...ଅଡୁଆ ସୂତା ଫାଶରେ ଶାରଳା ସୂତାକଳ, ଋଣଭାର ଯୋଗୁଁ ବ୍ୟାଙ୍କ କଲା ସିଲ୍‌

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.