ETV Bharat / state

ଉଗାଣ୍ଡାରେ ହଜିଲା ଓଡିଆ ପୁଅ ‘ଜାବିର ଖାନ'

ରୋଜଗାର ଅନ୍ବେଷଣରେ ଆଫ୍ରିକାର ଉଗାଣ୍ଡାକୁ ଯାଇ 5ବର୍ଷ ହେଲାଣି ନିଖୋଜ ହୋଇଛନ୍ତି ଓଡିଆ ପୁଅ ଜାବିର ଖାନ । ପରିବାର ଲୋକେ ଜିଲ୍ଲାପାଳ, ଏସ୍‌ପି ଓ ତତ୍କାଳୀନ ସାଂସଦ କୁଳମଣି ସାମଲଙ୍କୁ ଭେଟି ଦୁଃଖ ଜଣାଇଥିଲେ । କିନ୍ତୁ ମିଳିପାରିନି କୌଣସି ସୁଫଳ।

author img

By

Published : Jul 24, 2019, 12:55 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଜଗତସିଂହପୁର: ପେଟ ପାଟଣା ପାଇଁ ରୋଜଗାର ଅନ୍ବେଷଣରେ ସୁଦୂର ଆଫ୍ରିକାର ଉଗାଣ୍ଡାକୁ ଯାଇ ନିଖୋଜ ହୋଇଛନ୍ତି ଓଡିଆ ପୁଅ ଜାବିର ଖାନ । ଜିଲ୍ଲା ସଦର ଥାନା ଅନ୍ତର୍ଗତ ସାନ ମଙ୍ଗଳପୁର ଗ୍ରାମର ଜାବିର 2014 ମସିହାରେ ଉଗାଣ୍ଡାର କାମ୍ପଲା ୟୁନିଭର୍ସିଟି ନିକଟରେ ଥିବା ଏକ ହୋଟେଲରେ ରୋଷେୟା ଭାବେ କାର୍ଯ୍ୟ କରୁଥିଲେ । ହେଲେ ହଠାତ୍‌ 3 ମାସ ପରେ ଉଭାନ ହୋଇଯାଇଥିଲେ ଜାବିର ।

ଉଗାଣ୍ଡାରେ ଚାକିରୀ କରିବାର 3 ମାସ ପର୍ଯ୍ୟନ୍ତ ସବୁ ଠିକ୍‌ ଥିଲା । ହେଲେ 3 ମାସ ପରେ ହଠାତ୍‌ ନିଶ୍ଚିହ୍ନ ହୋଇଯାଇଥିଲେ ଜାବିର । ପରିବାର ଲୋକେ 2 ଦୁଇ ଦିନ ପର୍ଯ୍ୟନ୍ତ ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । ହେଲେ ଅପରପଟୁ ମିଳି ପାରିନଥିଲା କୌଣସି ଉତ୍ତର । ଆଉ ଶେଷରେ ବନ୍ଦ ହୋଇଯାଇଥିଲା ଜାବିରଙ୍କ ସହ ଯୋଗାଯୋଗର ଶେଷ ବାଟ ମୋବାଇଲ ଫୋନ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର
ଏହା ଭିତରେ ଘଟଣାକୁ 5 ବର୍ଷ ବିତିଲାଣି । ହେଲେ ଏବେ ବି ସ୍ବାମୀଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ସ୍ତ୍ରୀ ଅଫସରୀ, ବାପା ସଫିର, ମାଆ ମୋତି ବିବି ଓ ଦୁଇ ପୁଅ ଝିଅ । ତେଣେ ରୋଜଗାରିଆ ପୁଅ ବିନା ଟଳମଳ ହୋଇ ପଡିଛି ପରିବାରର ଆର୍ଥିକ ମେରୁଦଣ୍ଡ । ଏନେଇ ପରିବାର ଲୋକେ ଜିଲ୍ଲାପାଳ, ଏସ୍‌ପି ଓ ତତ୍କାଳୀନ ସାଂସଦ କୁଳମଣି ସାମଲଙ୍କୁ ଭେଟି ଦୁଃଖ ଜଣାଇଥିଲେ । କିନ୍ତୁ ମିଳିପାରିନି କୌଣସି ସୁଫଳ ।ଦୁଇ ପିଲାଙ୍କୁ ନେଇ ରୋଗୀଣା ବାପା ମାଆ ବେସାହାରା ପାଲଟି ଯାଇଥିବାବେଳେ ଏ ସମ୍ପର୍କରେ ଆମେ ଜଗତସିଂହପୁର ଏସ୍‌ପିଙ୍କୁ ଯୋଗାଯୋଗ କରିଥିଲୁ । ହେଲେ ଦୁଃଖର କଥା କି ସେ ଜିଲ୍ଲାରେ ଅନୁପସ୍ଥିତ ଥିବା ଯୋଗୁଁ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ।ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.