ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଗଡହରିଶପୁର ପଞ୍ଚାୟତର ନୋଳିଆସାହି ଗାଁକୁ ସୁନାମୀ ପ୍ରସ୍ତୁତ ଗ୍ରାମ ଭାବେ ମାନ୍ୟତା ପ୍ରଦାନ କରାଯାଇଛି। ମିଳିତ ଜାତିସଂଘ ୟୁନେସ୍କୋ ପକ୍ଷରୁ ଏହି ମାନ୍ୟତା ପ୍ରଦାନ କରାଯାଇଛି । ଏହିଭଳି ଅନନ୍ୟ ମାନ୍ୟତା ପାଇବାରେ ଗଡ ହରିଶପୁରର ନୋଳିଆ ସାହି ସମଗ୍ର ଭାରତ ମହାସାଗରୀୟ ଅଞ୍ଚଳର ପ୍ରଥମ ଗାଁ । ଏନେଇ ୟୁନେସ୍କୋ ପକ୍ଷରୁ ଭିଡିଓ କନଫରେସିଂ ଜରିଆରେ ବିଧିବଧ ଭାବେ ଘୋଷଣା କରାଯାଇଛି। ଜିଲ୍ଲାପାଳଙ୍କ ଭିଡିଓ କନଫରେନ୍ସିଂ ହଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଗଡହରିଷପୁର ସରପଞ୍ଚ ଭିମସେନ ରାଉତ ଓ ବାତ୍ୟା ଆଶ୍ରୟସ୍ଥଳର ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ ଗତ ଡିସେମ୍ବର ୧୪ ତାରିଖରେ ସୁନାମୀକୁ ନେଇ ଗଡହରିଷପୁର ନୋଳିଆସାହିରେ ମକଡ୍ରିଲ୍ ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଥିଲା। ଏଥିରେ ଜାତିସଂଘର ୟୁନେସ୍କୋର ପ୍ରତିନିଧି ଯୋଗ ଦେଇଥିଲେ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର,ଇଟିଭି ଭାରତ