ପାରାଦ୍ୱୀପ: ନ୍ୟାସନାଲ ଫିସ ୱାର୍କ ଫୋରମ(NFF) ପକ୍ଷରୁ ସାରା ଦେଶରେ ଚାଲୁଥିବା 'ମଛିଲି ମାର ସଂଘର୍ଷ' ଯାତ୍ରା ଆଜି ପାରାଦ୍ୱୀପରେ ପହଞ୍ଚିଛି । ଏହାକୁ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟଜୀବୀ ସଙ୍ଘ ପାରାଦ୍ୱୀପରେ ସ୍ୱାଗତ କରିଥିଲେ । ଏହି ଅବସରରେ ମାଛଧରା ବନ୍ଦର ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
ଏଥିରେ ଫୋରମର ଅଧ୍ୟକ୍ଷ ଲିଓ କାଲକୋ କହିଥିଲେ ଯେ, 'ସମଗ୍ର ଦେଶରେ ମତ୍ସ୍ୟଜୀବୀମାନେ ଅନେକ ସମସ୍ୟାରେ ରହି ଆସୁଛନ୍ତି । ମତ୍ସ୍ୟଶିଳ୍ପ ପାଇଁ ବୈଦେଶିକ ମୁଦ୍ରାପାଣ୍ଠିରେ ବି ଅଭିବୃଦ୍ଧି ହେଉଛି । ହେଲେ ମତ୍ସ୍ୟଜୀବୀଙ୍କ ସମସ୍ୟା ଉପରେ ସରକାର ଦୃଷ୍ଟି ଦେଉନାହାନ୍ତି ।' ସରକାରୀ ସ୍ତରରେ ସମୁଦ୍ର ମଧ୍ୟରେ ମାଛଧରା ଉପରେ କଟକଣା ଥିବା ସମୟରେ ସରକାର ମତ୍ସ୍ୟଜୀବୀଙ୍କୁ ସହାୟତା ଯୋଗାଇଦେବାକୁ ସେ ଦାବି କରିଥିଲେ । ଏହି ବୈଠକରେ ପାରାଦ୍ୱୀପ ଓମ୍ଫାର ସଭାପତି ଶ୍ରୀକାନ୍ତ ପରିଡାଙ୍କ ସମେତ ଅନେକ ମତ୍ସ୍ୟଜୀବୀ ସାମିଲ ହୋଇଥିଲେ ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ