ETV Bharat / state

ଦ୍ବିତୀୟ ଥର ପାଇଁ ଲାଞ୍ଚ ନେଇ ଧରାପଡ଼ିଲେ କିରାଣୀ ବାବୁ

author img

By

Published : Jan 16, 2022, 10:20 PM IST

୨୦ ହଜାର ଲାଞ୍ଚ ନେଉଥିବାବେଳେ କିରାଣୀଙ୍କୁ ଗିରଫ କଲା ଜଗତସିଂହପୁର ଭିଜିଲାନ୍ସ ଟିମ । ଗିରଫ କିରାଣୀ ଜଣକ ଜଗତସିଂହପୁର ଜିଲ୍ଲା ନାଉଗାଁ ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ପ୍ରାଣକୃଷ୍ଣ ନାୟକ ବୋଲି ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

naugaan tahsil clerk arrested while taking bribe from a truck owner
ଦ୍ବିତୀୟ ଥର ପାଇଁ ଲାଞ୍ଚ ନେଇ ଧରା ପଡ଼ିଲେ କିରାଣୀ ବାବୁ

ଜଗତସିଂହପୁର: ସହରରେ ୨୦ ହଜାର ଲାଞ୍ଚ ନେଉଥିବାବେଳେ କିରାଣୀଙ୍କୁ ଗିରଫ କଲା ଜଗତସିଂହପୁର ଭିଜିଲାନ୍ସ ଟିମ । ଗିରଫ କିରାଣୀ ଜଣକ ଜଗତସିଂହପୁର ଜିଲ୍ଲା ନାଉଗାଁ ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ପ୍ରାଣକୃଷ୍ଣ ନାୟକ ବୋଲି ଜଣାପଡ଼ିଛି । ଜଣେ ହାଇୱା ମାଲିକଙ୍କ ଠାରୁ ବାଲି ଟ୍ରକ ଛାଡ଼ିବା ବଦଳରେ ୨୦ ହଜାର ଟଙ୍କା ଦାବି କରିଥିଲେ ପ୍ରାଣକୃଷ୍ଣ ।

ଏହାପରେ ସମ୍ପୃକ୍ତ ହାଇୱା ମାଲିକ ଏହାକୁ ନେଇ ଜଗତସିଂହପୁର ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ । ଯୋଜନା ମୁତାବକ ଆଜି ସନ୍ଧ୍ୟାରେ ଜଗତସିଂହପୁର ସହରର ସୂର୍ଯ୍ୟ ମନ୍ଦିର ନିକଟରେ ପ୍ରାଣକୃଷ୍ଣ ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ଅଧିକାରୀ ପ୍ରାଣକୃଷ୍ଣଙ୍କୁ କାବୁ କରି ନେଇଥିଲେ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଦ୍ବିତୀୟ ଥର ପାଇଁ ଏଭଳି କାଣ୍ଡ କରି ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ପ୍ରାଣକୃଷ୍ଣ ।

କିରାଣୀ ଜଣକ ଧରା ପଡ଼ିବା ପରେ ଭିଜିଲାନ୍ସ ଅଧିକାରୀଙ୍କ ସହ ଧସ୍ତାଧସ୍ତି ହୋଇଥିଲା । ତା ସହିତ ଜଣେ ଅଧିକାରୀଙ୍କୁ କାମୁଡି ରକ୍ତାକ୍ତ କରିଛନ୍ତି ପ୍ରାଣକୃଷ୍ଣ । ଫଳରେ ଭିଜିଲାନ୍ସ ଅଧିକାରୀ ଆହତ ହୋଇଥିବା ଦେଖିବାକୁ ମିଳିଛି । ଟଙ୍କା ସହ ସମ୍ପୃକ୍ତ କିରାଣୀଙ୍କୁ ଭିଜିଲାନ୍ସ ଗିରଫ କରିଛି । ପୂର୍ବରୁ କିରାଣୀ ଜଣଙ୍କ ୫ ହଜାର ଟଙ୍କା ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ପ୍ରାଣକୃଷ୍ଣ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.