ETV Bharat / state

ରାଲି କରି କୃଷି ଆଇନ ପ୍ରତ୍ୟାହାର ଦାବି କଲା ନବ ନିର୍ମାଣ କୃଷକ ସଙ୍ଗଠନ - jagatsinghpur district news

ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆଜି ଏକ ମଟର ସାଇକେଲ ରାଲି ବାହର କରାଯାଇଛି । ଅଧିକ ପଢନ୍ତୁ.....

ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ମୋଟର ସାଇକେଲ ରାଲି

author img

By

Published : Feb 1, 2021, 7:22 PM IST

ଜଗତସିଂହପୁର: ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆଜି ଏକ ମଟର ସାଇକେଲ ରାଲି ବାହାର କରାଯାଇଛି । ସ୍ଥାନୀୟ ଗାନ୍ଧୀଛକ ନିକଟରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ମଟର ସାଇକେଲ ରାଲି କରାଯାଇଥିବା ଦେଖିବାକୁ ମିଳିଛି । ଏଥିରେ ନବ ନିର୍ମାଣ କୃଷକ ସଙ୍ଗଠନ ରାଜ୍ୟ ଆବାହକ ଅକ୍ଷୟ କୁମାର ଯୋଗ ଦେଇଥିଲେ। ଶତାଧିକ ଚାଷୀ ସଂଗଠନର ସଦସ୍ୟ ଓ କର୍ମକର୍ତ୍ତା କେନ୍ଦ୍ର ସରକାରଙ୍କ ଵିରୋଧରେ ନାରାବାଜି କରିବା ସହ ତୁରନ୍ତ କେନ୍ଦ୍ରୀୟ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ ।

ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ମୋଟର ସାଇକେଲ ରାଲି

ସୂଚନା ଅନୁସାରେ ଦିଲ୍ଲୀରେ କୃଷକ ଆନ୍ଦୋଳନକୁ ତୀବ୍ର କରିବାକୁ ଜଗତସିଂହପୁର ଜିଲ୍ଲା ନବ ନିର୍ମାଣ କୃଷକ ସଙ୍ଗଠନର କର୍ମକର୍ତ୍ତା ଗତ 17 ତାରିଖରେ ଦିଲ୍ଲୀ ଯାତ୍ରା କରିଥିଲେ । କିନ୍ତୁ ଗତ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାପରେ ସଂଗଠନର କର୍ମକର୍ତାମାନେ ଆଜି ଫେରିଆସି ଜଗତସିଂହପୁରରେ ପହଞ୍ଚିଥିଲେ । ସେମାନେ ପହଞ୍ଚିବାପରେ ସେମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଜଗତସିଂହପୁରରୁୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.