ପାରାଦ୍ୱୀପ: କୁଜଙ୍ଗ ବ୍ଲକ ଅନ୍ତର୍ଗତ ମଙ୍ଗରାଜପୁର ପଞ୍ଚାୟତରେ ମାଙ୍କଡ଼ ଆକ୍ରମଣରେ ୪୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି । ଏନେଇ କୁଜଙ୍ଗ ବନବିଭାଗ ନିକଟରେ ଅଭିଯୋଗ ହେବାପରେ ଟ୍ରାଙ୍କୁଲାଇଜ ଟିମ ମଙ୍ଗରାଜପୁରରେ ପହଞ୍ଚିଛି । ଏହି ପଞ୍ଚାୟତରେ ତିନିଟି ଗ୍ରାମରେ ମାଙ୍କଡ଼ଙ୍କ ଉତ୍ପାତ ଦେଖିବାକୁ ମିଳିଛି ।
ଲୋକେ ଭୟରେ ତାଟି କବାଟ ପକାଇ ରହୁଥିବା କହିଛନ୍ତି । ଘରୁ ପଦାକୁ ବାହାରିଲା ମାତ୍ରେ ମାଙ୍କଡ଼ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିବା ସହ କ୍ଷତାକ୍ତ କରୁଛି । ଯାହାକୁ ନେଇ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ଅଭିଯୋଗ ହେବାପରେ ବନ ବିଭାଗ ପକ୍ଷରୁ ଟ୍ରାଙ୍କୁଲାଇଜ ଟିମ ମଙ୍ଗରାଜପୁରରେ ପହଞ୍ଚିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ