ETV Bharat / state

ଜନତାଙ୍କ ପ୍ରଶ୍ନର ଉତ୍ତର ଦେଇ ନ ପାରି ହଟହଟା ହେଲେ ବିଧାୟକ - ବିଧାୟକ ସମ୍ବିତ ରାଉତରାୟ

ଜନତାଙ୍କ ପ୍ରଶ୍ନର ଉତ୍ତର ଦେଇ ନ ପାରି ହଟହଟା ହେଲେ ବିଧାୟକ । ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଭୂତମୁଣ୍ତାଇ ପଞ୍ଚାୟତରେ । ଅଧିକ ପଢନ୍ତୁ...

mla sambit routray can not give answer to the people of jagatsinghpur
ଜନତାଙ୍କ ପ୍ରଶ୍ନର ଉତ୍ତର ଦେଇ ନ ପାରି ହଟାହଟା ହେଲେ ବିଧାୟକ
author img

By

Published : Feb 2, 2021, 8:47 PM IST

ଜଗତସିଂହପୁର : ଜନତାଙ୍କ ପ୍ରଶ୍ନର ଉତ୍ତର ଦେଇ ନ ପାରି ହଟହଟା ହେଲେ ବିଧାୟକ ସମ୍ବିତ ରାଉତରାୟ । ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଭୂତମୁଣ୍ତାଇ ପଞ୍ଚାୟତରେ । ଭୁତମୁଣ୍ଡାଇ ପଞ୍ଚାୟତର ଏକ ମାର୍କେଟ କମ୍ପ୍ଲେକ୍ସ ସହିତ ମହିଳା ସଶକ୍ତିକରଣ ଗୃହ ଓ ଭୁତମୁଣ୍ଡାଇ ଗ୍ରାମରେ ଥିବା ଡାକ ଘରର ଉଦଘାଟନ କରିଛନ୍ତି ପାରାଦୀପ ବିଧାୟକ l ଶେଷରେ ଭୂତମୁଣ୍ଡାଇ ଠାରେ ଏକ କର୍ମୀସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ହେଉଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନାରେ ହେଉଥିବା କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ ।

ଜନତାଙ୍କ ପ୍ରଶ୍ନର ଉତ୍ତର ଦେଇ ନ ପାରି ହଟାହଟା ହେଲେ ବିଧାୟକ

କୋରୋନା କାଳରେ ନେତା ଓ ଜନତାଙ୍କ ଭିତରେ ଯୋଗାଯୋଗ ହୋଇପାରିବା ସମ୍ଭବ ନ ଥିଲା । ତେଣୁ କରୋନା କଟକଣା କୋହଳ ହେବାପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ବିଭିନ୍ନ ଅଞ୍ଚଳରେ କର୍ମୀ ସମ୍ମିଳନୀ କରାଯାଉଛି । ଏହାସହ ସାଧାରଣ ଜନତାଙ୍କ ବିଭିନ୍ନ ସମସ୍ୟା ବିଷୟରେ ଅବଗତ କରାଯାଉଛି । ଏହାକୁ ଦୂର କରିବା ପାଇଁ ଚେଷ୍ଟା କରାଯିବ ବୋଲି କହିଛନ୍ତି ପାରାଦୀପ ବିଧାୟକ । ତେବେ ଦୀର୍ଘ ଦିନ ଧରି ଲୋକଙ୍କ ଠାରୁ ବିଧାୟକ ଦୂରେଇ ରହିଥିବା ଯୋଗୁଁ ଅସନ୍ତୋଷ ଦେଖାଦେଇଛି। ଲୋକେ ବିଭିନ୍ନ ପ୍ରଶ୍ନବାଣରେ ନେତାଙ୍କୁ ଘାଇଲା କରିଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ବିଧାୟକ କିଛି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.