ETV Bharat / state

ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କୁ ସମ୍ବର୍ଦ୍ଧନା

author img

By

Published : Jun 13, 2022, 11:52 AM IST

ମନ୍ତ୍ରୀମଣ୍ଡଳ ନବକଳେବର ପରେ ଦଳୀୟ ଦାୟିତ୍ବ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଶାସକ ଦଳର ମୁଖ୍ୟ ସଚେତକ ଦାୟିତ୍ବ ଦିଆଯାଇଛି । ଏ ନେଇ ଜଗତସିଂହପୁରରେ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ବିଶାଳ ରାଲି କରି ଜିଲ୍ଲା ବିଜେଡି ପ୍ରଶାନ୍ତ ମୁଦୁଲିଙ୍କ ସମ୍ବର୍ଦ୍ଧନା କରିଛି । ଅଧିକ ପଢନ୍ତୁ

ଜଗତସିଂହପୁରରେ ଶାସକ ଦଳ ମୁଖ୍ୟ ସଚେତକଙ୍କୁ ସମ୍ବର୍ଦ୍ଧନା

ଜଗତସିଂହପୁର: ମନ୍ତ୍ରୀମଣ୍ଡଳ ନବକଳେବର ପରେ ଦଳୀୟ ଦାୟିତ୍ବ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଶାସକ ଦଳର ମୁଖ୍ୟ ସଚେତକ ଦାୟିତ୍ବ ମିଳିଛି । ବିଧାନସଭାରେ ସେ ସରକାରୀ ଦଳର ମୁଖ୍ୟ ସଚେତକ ଦାୟିତ୍ବ ତୁଲାଇବେ । ଏ ନେଇ ଜଗତସିଂହପୁରରେ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ବିଶାଳ ରାଲି କରି ଜିଲ୍ଲା ବିଜେଡି ପ୍ରଶାନ୍ତ ମୁଦୁଲିଙ୍କ ସମ୍ବର୍ଦ୍ଧନା କରିଛି ।

ଜଗତସିଂହପୁରରେ ଶାସକ ଦଳର ମୁଖ୍ୟ ସଚେତକଙ୍କୁ ସମ୍ବର୍ଦ୍ଧନା

ରବିବାର ସାନ୍ଧ୍ୟରେ ସ୍ଥାନୀୟ ନୂଆପୋଲଠାରୁ ବିଧାୟକଙ୍କୁ ବିଶାଳ ରାଲିରେ ଜିଲ୍ଲାପାଳ କାର୍ଯ୍ୟାଳୟ ପଡ଼ିଆକୁ ନିଆଯାଇଥିଲା । ସେଠାରେ ଏକ ସମାବେଶ କରାଯାଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ତେବେ ବିଜେଡିର କେତେକ ନେତାଙ୍କୁ ଏହି ସମ୍ବର୍ଦ୍ଧନା ସଭାରେ ଦେଖିବାକୁ ମିଳି ନଥିଲା । ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ବିଷ୍ଣୁଦାସଙ୍କ ରାଜନୈତିକ ଶିଷ୍ୟ ତଥା ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସଙ୍କୁ ଏହି ସଭାରେ ଦେଖିବାକୁ ମିଳିନଥିଲା ।

ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ ଏହି ସଭାରେ ଉପସ୍ଥିତ ଥିବାବେଳେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ସଭାଠାରୁ ମାତ୍ର ୧୦୦ ମିଟର ଦୂର ତାଙ୍କ ବାସଭବନରେ ଥିଲେ ମଧ୍ୟ ଏହି କାର୍ଯ୍ୟକ୍ରମକୁ ଆସିନଥିଲେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟେ ଅମରେନ୍ଦ୍ରଙ୍କ ସହ ବିଧାୟକଙ୍କ ସମ୍ପର୍କ ଭଲ ନଥିବା କୁହାଯାଉଥିବାବେଳେ, ତିର୍ତ୍ତୋଲ ବିଧାୟକଙ୍କ ସହ ସାଂସଦ ରାଜଶ୍ରୀ ମଲିକଙ୍କ ମଧ୍ୟରେ ପଡୁନଥିବା ଚର୍ଚ୍ଚା ହେଉଛି ।

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଅର୍ଶୀବାଦ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଜିଲ୍ଲାକୁ ଆହୁରି ଦୃଢ ଓ ସଙ୍ଗଠିତ କରିବା ବୋଲି କହିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ । ମୁଖ୍ୟମନ୍ତ୍ରୀ ସର୍ବଦା ଲୋକଙ୍କ ସେବା ପାଇଁ ପ୍ରତିଶ୍ରୁତିବଦ୍ଧ । ଲୋକଙ୍କ ସାଙ୍ଗରେ ରୁହ, ତାଙ୍କ ସମସ୍ୟା ବୁଝିବାକୁ ମୁଖ୍ୟମନ୍ତ୍ରୀ ସର୍ବଦା ଆହ୍ବାନ ଦେଇଛନ୍ତି । ଆମେ ତାଙ୍କ କଥାକୁ ପାଳନ କରିବା ବୋଲି କହିଛନ୍ତି, ପ୍ରଶାନ୍ତ ମୁଦୁଲି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.