ETV Bharat / state

ବାନ୍ଧବୀ ସହ ତୁଟିନି ଅଡୁଆ, ଅନ୍ୟ ଯୁବତୀଙ୍କ ସହ ବିଧାୟକ ବିଜୟ ଶଙ୍କରଙ୍କ ଅନ୍ତରଙ୍ଗ ଫଟୋ ଭାଇରାଲ

author img

By

Published : Feb 9, 2023, 7:51 AM IST

Updated : Feb 9, 2023, 10:09 AM IST

ତିର୍ତ୍ତୋଲ ବିଧାୟକଙ୍କ ପିଛା ଛାଡୁନି ବିବାଦ । ଆଉ ଜଣେ ଯୁବତୀଙ୍କ ସହ ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ ହେଲା ଭାଇରାଲ । ବିଧାୟକ କୃଷ୍ଣ ସାଜି ଅନେକ ଗୋପିଙ୍କ ସହ ଲୀଳା କରୁଥିବା କହିଲେ ବାନ୍ଧବୀ ସୋମାଲିକା । ଅଧିକ ପଢନ୍ତୁ

bijaya shankar intimate moment with another woman

mla bijaya shankar das in Controversy

ଜଗତସିଂହପୁର: ବୋଝ ଉପରେ ନଳିତା ବିଡା । ଗୋଟିଏ ବିବାଦ ନଥମୁଣୁ ଆଉ ଏକ ବିବାଦରେ ଛନ୍ଦି ହେଲେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର । ଆଉ ଜଣେ ଯୁବତୀଙ୍କ ସହ ବିଜୟ ଶଙ୍କରଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଏକ ଫଟୋ ଏବେ ଭାଇରାଲ ହୋଇଛି । ଫଟୋରେ ଜଣେ ବିଧାୟକଙ୍କ ନିକଟରେ ଜଣେ ଯୁବତୀ ଶୋଇଥିବାର ଦେଖିବାକୁ ମିଳିଛି । ଏଭଳି ଫଟୋ ଭାଇରାଲ ପରେ ବିଧାୟକଙ୍କ ବାନ୍ଧବୀ ସୋମାଲିକା ଦାଶ କହିଛନ୍ତି ଯେ, ''ବିଧାୟକ ଏବେ କୃଷ୍ଣ ସାଜିଛନ୍ତି । ଅନେକ ଗୋପୀଙ୍କ ସହ ମଜା ମସ୍ତି କରୁଛନ୍ତି ।’’ ବୁଧବାର ଏହି ଫଟୋଟି ସୋମାଲିକା ଗଣମାଧ୍ୟମକୁ ଦେବା ପରେ ଚର୍ଚ୍ଚା ଜୋର ଧରିଛି ।

ଫଟୋରେ ଥିବା ଯୁବତୀ ଜଣଙ୍କ କଟକର ହୋଇଥିବା ବେଳେ ସେ ଜଣେ ବିବାହିତ ମହିଳା ଅଟନ୍ତି । ଏହି ନିକଟରେ ସେ ତାଙ୍କ ସ୍ବାମୀଙ୍କ ଠାରୁ ଛାଡପତ୍ର ନେଇ ସାରିଛନ୍ତି । ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ରହିଥିବା ଜଣାପଡ଼ିଛି । ଏ ସମ୍ପର୍କରେ ବିଧାୟକଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି । ଏ ଫଟୋ କିପରି ଭାଇରାଲ ହେଲା ସେ ସମ୍ପର୍କରେ କିଛି କହି ପାରିବେ ନାହିଁ ବୋଲି କହିଛନ୍ତି ।

ଅନ୍ୟପଟେ ବିଜୟ ଶଙ୍କରଙ୍କ ବାନ୍ଧବୀ ସୋମାଲିକା କହିଛନ୍ତି ଯେ, ''ଆହୁରି ଅନେକ ଯୁବତୀଙ୍କ ସହ ବିଜୟ ଶଙ୍କରଙ୍କ ଅନୈତିକ ସମ୍ପର୍କ ରହିଛି । ଏହା ଯଦି ସଠିକ ତଦନ୍ତ ହୁଏ ତାହାଲେ ସତ ପଦାକୁ ଆସିବ । ଏକାଧିକ ମହିଳା ଓ ଯୁବତୀ ବିଧାୟକଙ୍କ ସହ ସମ୍ପର୍କରେ ଅଛନ୍ତି । ଅନେକଙ୍କୁ ମଧ୍ୟ ପ୍ରତାରଣା କରାଯାଇଛି । ପୂର୍ବରୁ ମୁଁ ଯାହା ଅଭିଯୋଗ ଆଣିଥିଲି ତାହା ଧୀରେ ଧୀରେ ପଦାକୁ ଆସୁଛି । ଆଗକୁ ତଦନ୍ତ ହେଲେ ଅନେକ ତଥ୍ୟ ପଦାକୁ ଆସିବ, ବିଧାୟକ ଏବେ କୃଷ୍ଣ ସାଜିଥିବା ବେଳେ ଅନେକ ଗୋପୀଙ୍କ ସହ ମଜା ମସ୍ତି କରୁଥିବା କହିଛନ୍ତି ସୋମାଲିକା ।

ତେବେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ପ୍ରେମ ବ୍ୟାପାରକୁ ନେଇ ଜଗତସିଂହପୁର ରାଜନୀତି ଏବେ ସରଗରମ ହୋଇଛି । ମଙ୍ଗଳବାର ତିର୍ତ୍ତୋଲ ମହିଳା କଂଗ୍ରେସ ପକ୍ଷରୁ ବିଧାୟକ ବିଜୟ ଶଙ୍କରଙ୍କ ଗିରଫ ଦାବିରେ ଏସପିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ବୁଧବାର ଜିଲ୍ଲା ବିଜେପି ପକ୍ଷରୁ ବିରାଟ ଶୋଭାଯାତ୍ରାରେ ଆସି ଜିଲ୍ଲା ପୋଲିସ ମୁଖ୍ୟାଳୟ ଘେରାଉ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଏସପି ରାହୁଲ ପିଆର୍‌ଙ୍କୁ ପ୍ରଦାନ କରାଯାଇଛି । ଅନ୍ୟପଟେ ବିଜୟଙ୍କ ବାନ୍ଧବୀ ସୋମାଲିକା ଏତଲା ଦେବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଆଜି ପର୍ଯ୍ୟନ୍ତ ଗ୍ରହଣ କରାଯାଇନାହିଁ । ଯଦି ଆଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ରାଜରାସ୍ତାକୁ ଓହ୍ଳାଇବେ ବୋଲି କହିଛନ୍ତି ସୋମାଲିକା।

ଇଟିଭି ଭାରତ,ଜଗତସିଂହପୁର

Last Updated : Feb 9, 2023, 10:09 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.